ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ରାଧିକା ଆପ୍ତେ ସ୍ବର୍ଗତ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ସହ କାମ କରିବାର ସମୟକୁ ମନେ ପକାଇ ଭାବବିହ୍ବଳ ନଜର ଆସୁଛନ୍ତି । ଏହାସହ ସେ ତାଙ୍କର ପ୍ରଶଂସା କରି କହିଛନ୍ତି, ସୌମିତ୍ର ଜଣେ ପ୍ରକୃତ ଭଦ୍ରଲୋକ ଏବଂ ଅତି ଦୟାଳୁ ଥିଲେ । ଲେଜେଣ୍ଡ ବଙ୍ଗୀୟ ଅଭିନେତାଙ୍କ ଗତ ରବିବାର ଦିନ 85 ବର୍ଷ ବୟସରେ କୋଲକାତାର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଥିଲା । ତାଙ୍କ ମୃତ୍ୟୁରେ ସମସ୍ତେ ଏଯାବତ ଦୁଃଖି ।
ସେହିପରି ଶୋକ ପ୍ରକାଶ କରି ରାଧିକା କହିଛନ୍ତି, ‘ଭାରତୀୟ ଚଳଚ୍ଚିତ୍ର ଶିଳ୍ପର କିମ୍ବଦନ୍ତୀ ଅଭିନେତା ଥିଲେ ସେ । ମୁଁ ଅନନ୍ତ କୃତଜ୍ଞ ଯେ ମୁଁ ଅହଲ୍ୟାରେ ସୌମିତ୍ର ସାର୍ଙ୍କ ସହ କାମ କରିବାର ସୁଯୋଗ ପାଇଥିଲି । ସେ ଜଣେ ପ୍ରକୃତ ଭଦ୍ରବ୍ୟକ୍ତି ଏବଂ ଅତି ଦୟାଳୁ ଆତ୍ମା ଥିଲେ । ଜଣେ ଅଭିନେତା ଭାବରେ ତାଙ୍କ କାରିଗରର ସାକ୍ଷୀ ଥିବାରୁ ମୁଁ ନିଜକୁ ବହୁତ ଭାଗ୍ୟବାନ ମନେ କରେ ।’
ଏହିପରି କିମ୍ବଦନ୍ତୀ ଅଭିନେତାଙ୍କ ସହ ତାଙ୍କର ସହଯୋଗ ଏବଂ ଅଭିଜ୍ଞତା ବିଷୟରେ ଅଭିନେତ୍ରୀ କହିଛନ୍ତି, ‘ଆମେ 2015 ରେ ଅହଲ୍ୟା ପାଇଁ ସୁଟିଂ କରିଥିଲୁ ଏବଂ ତାଙ୍କ ସହ ହୋଇଥିବା ଅଭିଜ୍ଞତା ସ୍ମରଣୀୟ ଥିଲା । ଶିଳ୍ପ ପ୍ରତି ତାଙ୍କର ଅବଦାନ ଉଲ୍ଲେଖନୀୟ ଏବଂ ଏହା ଅପୂରଣୀୟ ରହିବ ।’
@IANS