ETV Bharat / sitara

ଭ୍ୟାକ୍ସିନର ଦ୍ବିତୀୟ ଡୋଜ ନେଲେ ଧକ୍ ଧକ୍ ଗାର୍ଲ

author img

By

Published : Apr 27, 2021, 7:43 AM IST

ଟିକା ନେବା ପରେ ସଚେତନତା ବାର୍ତ୍ତା ବାଣ୍ଟିଲେ ମାଧୁରୀ । ଭାଇରାଲ ହେଲା ତାଙ୍କ ନୂଆ ଇନଷ୍ଟାଗ୍ରାମ ପୋଷ୍ଟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମାଧୁରୀ ଦୀକ୍ଷିତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମାଧୁରୀ ଦୀକ୍ଷିତ

ମୁମ୍ବାଇ: ବଲିଉର ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ କୋରୋନାରୁ ସୁରକ୍ଷିତ ରହିବା ପାଇଁ ଭ୍ୟାକ୍ସିନର ଦ୍ବିତୀୟ ଡୋଜ ନେଇ ଫ୍ୟାନ୍ସଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି । ଭ୍ୟାକ୍ସିନ ନେବା ସମୟର ସେ ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେଉଛି ।

ବ୍ଲାକ ସୁଟ୍ ସହ ମାଧୁରୀ ହ୍ବାଇଟ୍ ମାସ୍କ ଲଗାଇଥିବାର ଫଟୋରେ ନଜର ଆସୁଛନ୍ତି । ସେହିପରି ସେ କ୍ୟାପସନରେ ଲେଖିଛନ୍ତି, ‘ଆଜି ମୁଁ ଭ୍ୟାକ୍ସିନର ଦ୍ବିତୀୟ ଡୋଜ ନେଇଛି । ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେତେ ଶୀଘ୍ର ସମ୍ଭବ ଭ୍ୟାକ୍ସିନ ଲଗାନ୍ତୁ । ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ।’

ପ୍ରକାଶ ଥାଉକି ନିକଟରେ ମାଧୁରୀ ଟ୍ବିଟରରେ ଏକ ଭିଡିଓ ସେୟାର କରିଥିଲେ । ଯାହାଦ୍ବାରା ସେ ଫ୍ୟାନ୍ସଙ୍କୁ ସଠିକ୍ ମାସ୍କ ପିନ୍ଧିବାର ଶୈଳୀ ଶିଖାଇଥିଲେ । ତାଙ୍କର ଏହି ଭିଡିଓଟି ବେଶ୍ ଭାଇରାଲ ହୋଉଥିଲା ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.