ETV Bharat / sitara

‘କବୀର ସିଂ’ର ଚାପୁଡା ସିନ ଉପରେ ପୁଣି କହିଲେ କିୟାରା

author img

By

Published : Oct 24, 2020, 7:23 PM IST

ଚର୍ଚ୍ଚାରେ କିୟାରାଙ୍କ ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ’। ଯାହାର ଟ୍ରେଲର ନିକଟରେ ରିଲିଜ ହୋଇଥିଲା । ହେଲେ ଏବେ ସେ ‘କବୀର ସିଂ’ ବିଷୟରେ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କିୟାରା ଆଡାଭନୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କିୟାରା ଆଡାଭନୀ

ମୁମ୍ବାଇ: କ୍ୟୁଟ ଆକ୍ଟର ଶାହିଦ କପୁର ଓ କିୟାରା ଆଡଭାନୀଙ୍କ ବ୍ଲକବଷ୍ଟର ଫିଲ୍ମ ‘କବୀର ସିଂ’ 2019ର ସବୁଠୁ ଅଧିକ ଆୟ କରିଥିବା ଫିଲ୍ମ ସାଜିଥିଲା । ପ୍ରଥମଥର ପରଦାରେ ଶାହିଦଙ୍କ ସହ ରୋମାନ୍ସ କରି ଦର୍ଶକଙ୍କ ମନ କିଣିଥିଲେ କିୟାରା । ହେଲେ ଫିଲ୍ମରେ ଶାହିଦଙ୍କଠୁ ଚାପୁଡା ଖାଇ ସମାଲୋଚନାର ଶିକାର ହୋଇଥିଲେ । କେବଳ ତାଙ୍କୁ ନୁହେଁ ଶାହିଦଙ୍କୁ ମଧ୍ୟ ଅନେକ କଥା ଶୁଣିବାକୁ ପଡିଥିଲା । ଫିଲ୍ମର ସେହି ସିନକୁ ବିବାଦୀୟ କହି ବିରୋଧ ପ୍ରଦର୍ଶନ ମଧ୍ୟ କରିଥିଲେ ଦର୍ଶକ । ଏହି ମାମଲାରେ ଏବେ ପୁଣି ମୁହଁ ଖୋଲିଛନ୍ତି କିୟାରା ।

କିଛି ଦିନ ପୂର୍ବରୁ କିୟାରା ଅଭିନେତ୍ରୀ ନେହା ଧୂପିୟାଙ୍କ ଟକ ଶୋ ‘ନୋ ଫିଲ୍ଟର ୱିଥ ନେହା’ରେ ଯୋଗ ଦେଇଥିଲେ । ଆଉ ‘କବୀର ସିଂ’ ବିଷୟରେ ମନ ଖୋଲି କହିଥିଲେ । ତାଙ୍କ ଜୀବନରେ ସବୁଠୁ ଖାସ୍ ଫିଲ୍ମ ରୂପେ ଏହି ଫିଲ୍ମ ରହିବ। କାରଣ ଏହି ଫିଲ୍ମ ପରେ ତାଙ୍କୁ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଗୁଡନ୍ୟୁଜ’ ଓ ‘ଗିଲ୍ଟି’ ଭଳି ଫିଲ୍ମର ଅଫର ହୋଇଥିଲା ।

ଏହି କଥାବାର୍ତ୍ତା ମଧ୍ୟରେ ନେହା ତାଙ୍କୁ ‘କବୀର ସିଂ’ର ଚାପୁଡା ସିନ ବିବାଦ ବିଷୟରେ ପ୍ରଶ୍ନ କରିଥିଲେ । ଆଉ ଏହାର ଉତ୍ତରରେ ସେ କହିଥିଲେ, ‘ଫିଲ୍ମରେ କବୀର ସିଂ ଭୂମିକାକୁ ରାଗି ମଣିଷ ରୂପେ ପର୍ଯ୍ୟବେଶିତ କରାଯାଇଛି । ବଡ ପରଦାରେ ମଧ୍ୟ ଭୂମିକାକୁ ଏପରି ଉପସ୍ଥାପନ କରିଥିଲେ ମେକର୍ସ। ହେଲେ ଏହି କଥାରେ ମୁଁ ଏବେ ବି ଦୁଃଖି ଯେ ଦର୍ଶକ କେବଳ ସେହି ଚାପୁଡା ସିନ ପାଇଁ ଫିଲ୍ମର ବିରୋଧ କଲେ । ଫିଲ୍ମ କେବଳ ଚାପୁଡାକୁ ନେଇ ନଥିଲା । ଏହାର ସେକେଣ୍ଡ ହାଫ୍‌ରେ ସବୁକିଛି ଜଷ୍ଟିଫାଇ କରାଯାଇଥିଲା ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.