ମୁମ୍ବାଇ: ସେକ୍ସୀ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ନେଇ ନୂଆ ଚର୍ଚ୍ଚା । ସେ କୋରୋନା କାଳରେ ମହାନ କାମ କରି ବର୍ତ୍ତମାନ ଚର୍ଚ୍ଚାରେ । ସେ ବଲିଉଡର ଡାନ୍ସରଙ୍କୁ ସାହାଯ୍ୟ କରିବାକୁ ସାମ୍ନାକୁ ଆସିଛନ୍ତି । ଆଜ୍ଞା ହଁ, କ୍ୟାଟ ପାଖାପାଖି 100 ଡାନ୍ସରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଛନ୍ତି । କୋରୋନା ପ୍ରକୋପ କେବଳ ଜନସାଧାରଣଙ୍କ ଉପରେ ନୁହେଁ, ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବାର କର୍ମଚାରୀଙ୍କ ଉପରେ ମଧ୍ୟ ପଡିଛି ।
ଲକଡାଉନ ପାଇଁ ଜୁନିୟର ଆର୍ଟିଷ୍ଟଙ୍କଠୁ ନେଇ ବ୍ୟାକଗ୍ରାଉଣ୍ଡ ଡାନ୍ସରଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡୁଛି । ଏହାକୁ ଦୃଷ୍ଟିରେ ରଖି ଅନେକ ସେଲିବ୍ରିଟି ଏହି କର୍ମଚାରୀଙ୍କ ସହଯୋଗ ପାଇଁ ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଛନ୍ତି । କ୍ୟାଟଙ୍କ ପୂର୍ବରୁ ଅନେକ କଳାକାର ଦାନ କରିସାରିଲେଣି।
ସେପଟେ କ୍ୟାଟଙ୍କଠୁ ଟଙ୍କା ପାଇବା ପରେ ଏହି 100 ଡାନ୍ସରଙ୍କ ମୁହଁରେ ହସ ଦେଖିବାକୁ ମିଳୁଛି । ପ୍ରକାଶ ଥାଉକି କ୍ୟାଟଙ୍କ ବ୍ୟତୀତ ବ୍ୟାକଗ୍ରାଉଣ୍ଡ ଡାନ୍ସର ରହିସାରିଥିବା ରାଜ ସୁରାନୀ ଏହି ପରିସ୍ଥିତିରେ ଅନ୍ୟ ବ୍ୟାକଗ୍ରାଉଣ୍ଡ ଡାନ୍ସର୍ସଙ୍କୁ ଆତ୍ମନିର୍ଭର କରିବାକୁ ଚେଷ୍ଟା ଚଳାଇଛନ୍ତି ।
ଖାଲି ଏତିକି ନୁହେଁ କ୍ୟାଟଙ୍କ ଏହି ମହାନ କାର୍ଯ୍ୟ ପାଇଁ ସେ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ତାଙ୍କ ଦ୍ବାରା ପାଇଥିବା ଟଙ୍କାରେ ବର୍ତ୍ତମାନ ଏହି ଡାନ୍ସର ଟିଫିନ ସେବା, ବୁଟ ସର୍ଭିସେସ ଭଳି ଛୋଟ ବିଜନେସ ଆରମ୍ଭ କରିଛନ୍ତି । ଯାହାଦ୍ବାରା ଟଙ୍କା ଆୟ କରି ସେମାନେ ନିଜ ପରିବାରର ଭରଣପୋଷଣ କରିପାରିବେ।