ETV Bharat / sitara

13 ବର୍ଷ ପରେ ଶାହିଦଙ୍କୁ ମିସ୍ କଲେ କରୀନା !

author img

By

Published : Oct 27, 2020, 5:49 PM IST

ଭାଇରାଲ ହେଲା କରୀନା ଓ ଶାହିଦଙ୍କ ପୁରୁଣା ଫଟୋ । ଏକ୍ସ ବୟଫ୍ରେଣ୍ଡଙ୍କ ସହ ଫଟୋ ସୋୟାର କରି ଚର୍ଚ୍ଚାରେ ବଲିଉଡର ବେବୋ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରୀନା କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରୀନା କପୁର

ମୁମ୍ବାଇ: ବଲିଉଡରେ ରିଲେସନଶିପ ଯେତେ ଶୀଘ୍ର ଆରମ୍ଭ ହୁଏ ସେତିକି ଶୀଘ୍ର ଶେଷ ମଧ୍ୟ ହୋଇଯାଏ । ହେଲେ କିଛି ଏମିତି ରିଲେସନଶିପ ଅଛି ଯାହା ବ୍ରେକଅପ୍ ପରେ ମଧ୍ୟ ଚର୍ଚ୍ଚାରେ ସବୁବେଳେ ରୁହେ। ଏହି କ୍ରମରେ ସାମିଲ ଅଛନ୍ତି କ୍ୟୁଟ ଆକ୍ଟର ଶାହିଦ କପୁର ଓ କରୀନା କପୁର ଖାନ । କିଛି ବର୍ଷ ପୂର୍ବେ ପରସ୍ପର ପ୍ରେମରେ ପାଗଳ ଥିଲେ ଏହି ଯୋଡି । ହେଲେ ହଠାତ୍ ବ୍ରେକଅପ୍ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଥିଲେ । କିନ୍ତୁ ଏବେ ଶାହିଦଙ୍କୁ ମିସ୍ କରୁଛନ୍ତି କରୀନା। ଏକଥା ଆମେ କହୁନାହୁଁ, ଏହା ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟରେ ଦେଖିବାକୁ ମିଳୁଛି ।

ଆଜ୍ଞା ହଁ, ନିକଟରେ କରୀନା ଇନଷ୍ଟାଗ୍ରାମରେ ରୋମାଣ୍ଟିକ ଫିଲ୍ମ ‘ଜବ ୱି ମେଟ’ ସୁଟିଂ ସେଟରୁ ଶାହିଦଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । କଥାଟି ହେଲା ଯେ 2007 ଅକ୍ଟୋବର 26ରେ ଏହି ଫିଲ୍ମ ରିଲିଜ ହୋଇଥିଲା । ଫିଲ୍ମ ରିଲିଜକୁ 13 ବର୍ଷ ପୂରଣ ଅବସରରେ କରୀନା ଫଟୋ ସେୟାର କରିଥିଲେ । ଯାହାକୁ ନେଇ ଚର୍ଚ୍ଚା ।

ଫଟୋରେ କରୀନାଙ୍କ ସହ ଫେମସ ନିର୍ଦ୍ଦେଶକ ଇମତିଆଜ ଅଲ୍ଲୀ ଓ ଶାହିଦ ନଜର ଆସୁଛନ୍ତି । ସେହିପରି ସେ କ୍ୟାପସନରେ ଲେଖିଛନ୍ତି, ‘ମତେ ଲାଗୁଛି ଯେ ଜୀବନରେ ଯାହା କିଛି ମଣିଷ ବାସ୍ତବରେ ଚାହେଁ ତାଙ୍କୁ ସେମତି ହି ମିଳେ।’ ଦେଖନ୍ତୁ ଫଟୋ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.