ETV Bharat / sitara

କଙ୍ଗନାଙ୍କୁ ନେତା ହେବାକୁ ଉସକାଉଛି କଂଗ୍ରେସ ! - ଭାଇରାଲ ହେଲା କଙ୍ଗନା ରଣାୱତଙ୍କ ଟ୍ବିଟ

ପୁଣି କଂଗ୍ରେସ ପାର୍ଟି ନେତାଙ୍କ ସହ କଙ୍ଗନାଙ୍କ ଟ୍ବିଟର ୱାର । ଚୁପ୍ ବସିବାର ନାଁ ନେଉନାହାଁନ୍ତି ଅଭିନେତ୍ରୀ । ଚାଷୀ ଆନ୍ଦୋଳନର ବିରୋଧ କରି କଂଗ୍ରେସ ଟାର୍ଗେଟରେ ସେ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Feb 12, 2021, 8:57 AM IST

ମୁମ୍ବାଇ: ଗତ ବର୍ଷରୁ କଙ୍ଗନା ରଣାୱତ ଖୋଲାଖୋଲି ଭାବେ ଚାଷୀ ଆନ୍ଦୋଳନକୁ ବିରୋଧ କରୁଆସୁଛନ୍ତି । ନିକଟରେ ସେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ଆତଙ୍କବାଦୀ ସହ ତୁଳନା କରି ସମାଲୋଚନାର ଶିକାର ହୋଇଥିଲେ । ଏହି ବିବାଦୀୟ ବୟାନକୁ ଆଧାର କରି କଂଗ୍ରେସ ପାର୍ଟି ଅଭିନେତ୍ରୀଙ୍କୁ କ୍ଷମା ମାଗିବାକୁ କହିଛନ୍ତି ।

ଖାଲି ଏତିକି ନୁହେଁ ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାର କଂଗ୍ରେସ ନେତା ଧମକ ଦେଇଛନ୍ତି ଯେ ଯଦି କଙ୍ଗନା ଚାଷୀଙ୍କୁ ଯାହା କହିଛନ୍ତି ସେଥିପାଇଁ କ୍ଷମା ମାଗନ୍ତି ନାହିଁ, ତେବେ ତାଙ୍କୁ ମଧ୍ୟପ୍ରଦେଶରେ ତାଙ୍କ ଫିଲ୍ମ ‘ଧାକଡ’ର ସୁଟିଂ କରିବାକୁ ଦିଆଯିବ ନାହିଁ। ସେପଟେ ବିଜେପି ପାର୍ଟିର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ପ୍ରତିଶୃତି ଦେଇଛନ୍ତି ତାଙ୍କ ଫିଲ୍ମ ସୁଟିଂରେ କୌଣସି ଅସୁବିଧା ହେବନାହିଁ । କଙ୍ଗନା ମଧ୍ୟ କେଉଁ ଚୁପ୍ ବସିବା ଝିଅ।

କଂଗ୍ରେସ ଦ୍ବାରା ଏହି ଧମକ ସାମ୍ନାକୁ ଆସିବା ପରେ କଙ୍ଗନା ସେହି ଟ୍ବିଟକୁ ରିଟ୍ବିଟ କରି ନିଜ ପ୍ରତିକ୍ରିୟା ରଖିଛନ୍ତି । ଆଉ କହିଛନ୍ତି, ‘ମତେ ନେତାଗିରିରେ କୌଣସି ଇଣ୍ଟ୍ରେଷ୍ଟ ନାହିଁ । ହେଲେ ଲାଗୁଛି ଯେ କଂଗ୍ରେସ ମତେ ନେତ୍ରୀ କରିକି ଛାଡିବ।’

  • मुझे नेतागीरी में कोई इंटरेस्ट नहीं .... मगर लगता है कांग्रिस मुझे नेता बनाकर ही छोड़ेगी... 🙂 https://t.co/O6ux4r7Tm6

    — Kangana Ranaut (@KanganaTeam) February 11, 2021 " class="align-text-top noRightClick twitterSection" data=" ">

ପ୍ରକାଶ ଥାଉକି କଂଗ୍ରେସ ନେତାମାନେ କଙ୍ଗନାଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଯେ ସେ ଦେଶର ଚାଷୀଙ୍କୁ ଭୁଲ ଚିତ୍ରରେ ଦେଖାଇବାକୁ ଚେଷ୍ଟା କରୁଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.