ETV Bharat / sitara

ଧାକଡ ଲୁକରେ କଙ୍ଗନା; ହାତରେ ବନ୍ଧୁକ, ଆଖିରେ ରାଗ

author img

By

Published : Feb 9, 2021, 1:16 PM IST

ଜାରି ହୋଇଯାଇଛି କଙ୍ଗନାଙ୍କ ‘ଧାକ’ଡ ଲୁକ୍ ପୋଷ୍ଟର । ଦମଦାର ଅନ୍ଦାଜରେ କିଣୁଛନ୍ତି ଦର୍ଶକଙ୍କ ମନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଟ୍ବିଟର@କଙ୍ଗନା ରଣାୱତ

ମୁମ୍ବାଇ: ନିଜର ଅପକମିଂ ଆକ୍ସନ ଡ୍ରାମା ଫିଲ୍ମ ‘ଧାକଡ’ ସୁଟିଂରେ ଖୁବ୍ ବ୍ୟସ୍ତ ଅଛନ୍ତି କଙ୍ଗନା ରଣାୱତ । ସେପଟେ ଫ୍ୟାନ୍ସ ମଧ୍ୟ ଫିଲ୍ମକୁ ନେଇ ଏକ୍ସାଇଟେଡ । ଇତିମଧ୍ୟରେ କଙ୍ଗନା ଫିଲ୍ମରୁ ନିଜର ଧାକଡ ଲୁକ୍ ସେୟାର କରି ଚର୍ଚ୍ଚାରେ । ଯାହା ସାମ୍ନାକୁ ଆସିବା ମାତ୍ରେ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି ।

ବର୍ତ୍ତମାନ ଟ୍ବିଟରରେ ‘#ଧାକଡ’ ଟ୍ରେଣ୍ଡ ମଧ୍ୟ କରୁଛି । ହାତରେ ବନ୍ଧୁକ, ଆଖିରେ କ୍ରୋଧ ନେଇ ଫେରିଛନ୍ତି କଙ୍ଗନା । ତାଙ୍କ ଏହି ଜବରଦସ୍ତ ଲୁକ୍ ଦେଖି ଫ୍ୟାନ୍ସ ମଧ୍ୟ ଦିୱାନା ।

ସେପଟେ ଏହାକୁ ସେୟାର କରି କଙ୍ଗନା ଲେଖିଛନ୍ତି, ‘ତାଙ୍କୁ ଅଗ୍ନି ବୋଲି ଡାକନ୍ତି । ଜଣେ ସାହସୀ ଧାକଡ । ମୁଁ କହୁଛି ଏହା ହେଉଛନ୍ତି ମୋ ମା' ଭୈରବୀ ଦେବୀ । ମୃତ୍ୟୁର ଦେବୀ ଭୈରବୀ ।’

ଏହାପୂର୍ବରୁ କଙ୍ଗନା ଫିଲ୍ମରୁ ଅନେକ ଆକ୍ସନ ଭିଡିଓ, ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିସାରିଛନ୍ତି । ଯେଉଁଥିରେ ସେ ଆକ୍ସନ ସିନ୍ସର ସୁଟିଂ କରୁଥିବାର ନଜର ଆସିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.