ETV Bharat / sitara

‘ଆଜି ମୋ ଘର ଭାଙ୍ଗିଛ, କାଲି ତୁମ ଅହଂକାର ଭାଙ୍ଗିବ ଉଦ୍ଧବ ଠାକରେ’

author img

By

Published : Sep 9, 2020, 5:02 PM IST

ଭିଡିଓ ଜାରି କରି କ୍ରୋଧ ଜାହିର କଲେ କୁଇନ କଙ୍ଗନା । ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ତାଙ୍କ ମଣିକର୍ଣ୍ଣିକା ଅଫିସରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲା ବିଏମସି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାୱତ ବୁଧବାର କଡା ସୁରକ୍ଷା ସହ ମୁମ୍ବାଇରେ ପହଞ୍ଚିଛନ୍ତି । ମଙ୍ଗଳବାର ସେ ମନାଲିରୁ ମୁମ୍ବାଇ ପାଇଁ ଯାତ୍ରା ଆରମ୍ଭ କରିଥିଲେ । ଅନେକ ବାଦବିବାଦ ପରେ ପରିଶେଷରେ ମୁମ୍ବାଇରେ ପହଞ୍ଚି ବୁଧବାର ସକାଳେ ତାଙ୍କ ବାନ୍ଦ୍ରା ସ୍ଥିତ ଅଫିସ ଭଙ୍ଗାରୁଜାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ମଙ୍ଗଳବାର ବିଏମସି ପକ୍ଷରୁ ତାଙ୍କୁ ନୋଟିସ୍ ଜାରି କରାଯାଇଥିଲା । ଆଉ ବୁଧବାର ଅଫିସ୍ ଭଙ୍ଗାରୁଜା କରିଥିଲା ବିଏମସି । ହେଲେ ବମ୍ବେ ହାଇକୋର୍ଟ ବିଏସମିର ଉଚ୍ଛେଦ ପ୍ରକ୍ରିୟାରେ ରୋକ ଲଗାଇଥିଲେ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ସେପଟେ କଙ୍ଗନା ଟ୍ବିଟରରେ ଏକ ଭିଡିଓ ସେୟାର କରି କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ , ‘ତୁମକୁ କଣ ଲାଗୁଛି ତୁମେ ଫିଲ୍ମ ମାଫିଆ ସହ ମିଶି ମୋ ଘର ଭାଙ୍ଗି ମୋ ଠାରୁ ପ୍ରତିଶୋଧ ନେଇଛ । ଆଜି ମୋ ଘରକୁ ଭାଙ୍ଗି ଦେଇଛ, ଆସନ୍ତାକାଲି ତୁମର ଅହଂକାର ଭାଙ୍ଗିଯିବ । ଏହା ସମୟର ଚକ୍ର ମନେ ରଖିବ । ସର୍ବଦା ଏକାଭଳି ସମୟ ରୁହେନାହିଁ ।’

ଖାଲି ଏତିକି ନୁହେଁ କଙ୍ଗନା ଭିଡିଓରେ ଏହା ମଧ୍ୟ କହିଛନ୍ତି ଯେ କେବଳ ରାମ ମନ୍ଦିର ନୁହେଁ ଏବେ ସେ କାଶ୍ମୀର ଉପରେ ମଧ୍ୟ ଫିଲ୍ମ ନିର୍ମାଣ କରିବେ । କାରଣ ବିଏମସି କାର୍ଯ୍ୟାନୁଷ୍ଠାନ ପରେ କାଶ୍ମୀର ପଣ୍ଡିତଙ୍କ କଷ୍ଟ ଏବେ ଅନୁଭବ କରୁଛନ୍ତି ସେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.