ETV Bharat / sitara

ପୁଣି ଆକ୍ସନ ମୁଡରେ କଙ୍ଗନା-ଦିଲଜିତ, ଆରମ୍ଭ ହେଲା ଟ୍ବିଟର ୱାର

author img

By

Published : Jan 5, 2021, 11:09 AM IST

କିଛି ଦିନ ଚୁପ ବସିବା ପରେ ପୁଣି କଙ୍ଗନା ଓ ଦିଲଜିତଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଫାଇଟ୍ । କୃଷକ ଆନ୍ଦୋଳନକୁ ନେଇ ଦୁଇଜଣଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ବିବାଦ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: କଙ୍ଗନା ରାଣାୱତ କେବେ ଚୁପ ବସିବା ଅଭିନେତ୍ରୀ ନୁହେଁ । ଗତ ବର୍ଷ ଲୋକପ୍ରିୟ ଅଭିନେତା ତଥା ଗାୟକ ଦିଲଜିତ ଦୋସାଞ୍ଝଙ୍କ ମଧ୍ୟରେ ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ଟ୍ବିଟର ୱାର ହୋଇଥିଲା । ଯାହା ଚର୍ଚ୍ଚାର ବିଷୟ ପାଲଟିଥିଲା । ପୁଣି ନୂଆ ବର୍ଷରେ ଆରମ୍ଭ ହୋଇଯାଇଛି କଙ୍ଗନାଙ୍କ ଟାର୍ଗେଟ ପ୍ରକ୍ରିୟା । ସେ ପୁଣିଥରେ ଦିଲଜିତଙ୍କୁ ଉପରେ ସମାଲୋଚନା କରି ଚର୍ଚ୍ଚାରେ । ଯାହାଦ୍ବାରା ଆରମ୍ଭ ହୋଇଯାଇଛି ଦୁଇଜଣଙ୍କ ବାକ୍ ଯୁଦ୍ଧ ।

  • Wah brother!! Desh mein aag lagake kisanon ko sadak le baitha ke local karantikaris videsh mein thand ka maza le rahe hain, wah!!! Isko kehte hain local kranti... 👍 https://t.co/oXepZw633y

    — Kangana Ranaut (@KanganaTeam) January 4, 2021 " class="align-text-top noRightClick twitterSection" data=" ">

କଥାଟି ହେଲା ଯେ ନିକଟରେ ଦିଲଜିତ ସୋସିଆଲ ମିଡିଆରେ ନିଜର ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ବରଫ ପଡୁଥିବା ସ୍ଥାନରେ ଠିଆ ହୋଇଥିବାର ଦେଖାଯାଉଥିଲେ । ସେପଟେ ତାଙ୍କ ଏହି ପୋଷ୍ଟରେ କମେଣ୍ଟ କରି କଙ୍ଗନା ଲେଖିଥିଲେ, ‘ବାଃ ଭାଇ । ଦେଶରେ ନିଆଁ ଲଗାଇ, କୃଷକଙ୍କୁ ରାସ୍ତାରେ ବସାଇ ସ୍ଥାନୀୟ କ୍ରାନ୍ତିକାରୀ ବିଦେଶରେ ଶୀତର ମଜା ନେଉଛନ୍ତି । ବାଃ ଏହାକୁ କୁହାଯାଏ ସ୍ଥାନୀୟ କ୍ରାନ୍ତି ।’

ସେପଟେ ଦିଲଜିତ ମଧ୍ୟ କେଉଁ ଛାଡିବା ବ୍ୟକ୍ତି । ସେ ମଧ୍ୟ କଡା ଜବାବ ଦେଇ କଙ୍ଗନାଙ୍କୁ କହିଛନ୍ତି, ‘ଏହା କଦାପି ଭାବନି କି ଆମେ ଭୁଲି ଗଲୁଣି ।’

ଏତିକିରେ ବନ୍ଦ ହୋଇନଥିଲେ କଙ୍ଗନା ସେ ପୁଣି ଟ୍ବିଟ କରି ଲେଖିଛନ୍ତି, ‘ଏହା ତ କେବଳ ସମୟ କହିପାରିବ ଯେ କିଏ କୃଷକଙ୍କ ଅଧିକାର ପାଇଁ ଲଢିଲା ଆଉ କଏ ବିରୋଧ କଲା । 100 ମିଛ ଗୋଟିଏ ସତକୁ ଲୁଚାଇପାରିବ ନାହିଁ । କଣ ଲାଗୁଛି ତୁମ କହିବା ଦ୍ବାରା ପଞ୍ଜାବ ମୋ ବିରୋଧରେ ଠିଆ ହୋଇଯିବ । ହା ହା ଏତେ ବଡ ବଡ ସ୍ବପ୍ନ ଦେଖିବାକ କଥା ନୁହେଁ ନହେଲେ ତୁମ ହୃଦୟ ଭାଙ୍ଗି ଯିବ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.