ମୁମ୍ବାଇ: ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଡିଜ ଲକଡାଉନରେ ଫ୍ୟାନ୍ସଙ୍କ ସହ କନେକ୍ଟ ରହିବା ପାଇଁ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ନଜର ଆସୁଛନ୍ତି । ସେ ନିଜର ଡାନ୍ସ ଭିଡିଓ, ଯୋଗ ଭିଡିଓ ଓ ଅନେକ ୱାର୍କଆଉଟ ଭିଡିଓ ସେୟାର କରିସାରିଲେଣି । ପ୍ରାୟତଃ ସେ ସବୁ ଦିନ ନିଜ ସହ ସମ୍ପୃକ୍ତ କିଛି ନା କିଛି ସେୟାର କରିବାରେ ଲାଗିଛନ୍ତି । ହେଲେ ଇତିମଧ୍ୟରେ ସେ ନିଜର ନୂଆ ଶିକ୍ଷା ବିଷୟରେ ଆଲୋଚନା କରି ଚର୍ଚ୍ଚାରେ । କୋଭିଡ-19 ପାଇଁ ତାଙ୍କୁ ଲାଗୁଛି ଜୀବନ ବହୁତ ଛୋଟ ବୋଲି ।
ଏକ ସାକ୍ଷାତକାରରେ ଜ୍ୟାକଲିନ କହିଥିଲେ ଯେ କୋରୋନା ମହାମାରୀ ତାଙ୍କୁ ଅନୁଭବ କରାଇଛି ଯେ ଜୀବନ ବହୁତ କମ୍ । ଆମକୁ ପ୍ରତ୍ୟେକ ଦିନର ମୂଲ୍ୟ ବୁଝିବା ଦରକାର ଏବଂ ଗୋଟିଏ ଗୋଟିଏ ଦିନର ଲାଭ ଉଠାଇବା ଦରକାର । ମା' ପୃଥିବୀକୁ ପ୍ରଶଂସା କରିବା କଥା । ଆମ ପାଖରେ ଯାହା କିଛି ଅଛି ତାହାର କୃତଜ୍ଞ ହେବା ଉଚିତ୍ । ଆମ ପୃଥିବୀକୁ ଯାହା ବି ଫେରାଇପାରିବା ତାହା ପାଇଁ ଆମକୁ ଯଥା ସମ୍ଭବ ଆବଶ୍ୟକ କରିବା ଦରକାର ।
ପ୍ରକାଶ ଥାଉକି ନିକଟରେ ଜ୍ୟାକଲିନ ଫେମସ ୱେବ ସିରିଜ ‘ମିସେସ ସିରିୟଲ’ କିଲରରେ ନଜର ଆସିଥିଲେ । ଏହି ଥ୍ରିଲର, ଆକ୍ସନ ଡ୍ରାମା ସିରିଜରେ ତାଙ୍କ ସହ ରୋମାନ୍ସ କରିଥିଲେ ଫେମସ ଅଭିନେତା ମନୋଜ ବାଜପେୟୀ ।