ETV Bharat / sitara

ନୂଆ ବର୍ଷରେ ନୂଆ ଅଡିଓ କ୍ଲିପରେ ଶୁଭେଚ୍ଛା ଜଣାଇଲେ ପଦ୍ମାବତୀ

author img

By

Published : Jan 2, 2021, 7:30 AM IST

2020 ବର୍ଷର ଶେଷଦିନରେ ଇନଷ୍ଟାଗ୍ରାମ, ଟ୍ବିଟର ଓ ଫେସବୁକର ସବୁ ପୋଷ୍ଟ ଡିଲିଟ କରି ଫ୍ୟାନ୍ସଙ୍କୁ ନିରାଶ କରିଥିଲେ ଦୀପିକା । ହେଲେ ନୂଆ ବର୍ଷରେ ସେ ଅଡିଓ କ୍ଲିପ୍ ସେୟାର କରି ଫ୍ୟାନ୍ସଙ୍କୁ ଦେଲେ ସରପ୍ରାଇଜ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ

ମୁମ୍ବାଇ: ନୂଆ ବର୍ଷରେ ସବୁଠୁ ବଡ ଝଟକା ଫ୍ୟାନ୍ସଙ୍କୁ ଦେଇଥିଲେ ଦୀପିକା ପାଦୁକୋନ । କାରଣ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟର ସବୁ ପୋଷ୍ଟ ଡିଲିଟ କରିଦେଇଥିଲେ । ଯାହାକୁ ନେଇ ସମସ୍ତେ ଚିନ୍ତାରେ ପଡିଯାଇଥିଲେ । ଆଉ ପୋଷ୍ଟ ଡିଲିଟ କରିବା ବିଷୟରେ ସେ କାହାରିକୁ କିଛି ମଧ୍ୟ କହିନଥିଲେ । ହେଲେ ଏବେ ସେ ଏକ ଅଡିଓ କ୍ଲିପ ସେୟାର କରି ଫ୍ୟାନ୍ସଙ୍କୁ ପୁଣି ସରପ୍ରାଇଜ କରିଦେଇଛନ୍ତି । ଏହା ନ୍ୟୁ ଇୟରରେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଗିଫ୍ଟ ସଦୃଶ ।

ସେ ସେୟାର କରିଥିବା ଅଡିଓ କ୍ଲିପର କ୍ୟାପସନରେ ଲେଖିଛନ୍ତି, ‘01.01.2021 । ହାପି ନ୍ୟୁ ଇୟର ସମସ୍ତଙ୍କୁ । ଆପଣଙ୍କ ପାଇଁ କ’ଣ ମହତ୍ବ ରଖେ । ’

ଅଡିଓରୁ ଜଣାପଡୁଛି ଯେ 2020 ବର୍ଷ ତାଙ୍କ ପାଇଁ କୃତଜ୍ଞତା ପୂର୍ଣ୍ଣ ବର୍ଷ । ଯାହାର ସୂଚନା ଦେଇ ସେ କହିଛନ୍ତି, ‘ଆପଣ ସମସ୍ତେ ମୋ ସହ ସହମତ ହେବେ ଯେ 2020 ସମସ୍ତଙ୍କ ପାଇଁ ଅନିଶ୍ଚିତତାରେ ପରିପୂର୍ଣ୍ଣ ଏକ ବର୍ଷ ଥିଲା । ହେଲେ ମୋ ପାଇଁ ଏହା କୃତଜ୍ଞତା ଏବଂ ଉପସ୍ଥିତ ହେବା ବିଷୟରେ ମଧ୍ୟ ଥିଲା । 2021 ସୁଦ୍ଧା ମୁଁ ନିଜ ପାଇଁ ଏବଂ ଆଖପାଖର ସମସ୍ତଙ୍କ ପାଇଁ ଭଲ ଇଚ୍ଛା କରିପାରିବି । ମୁଁ ଭଲ ସ୍ବାସ୍ଥ୍ୟ ଏବଂ ମାନସିକ ଶାନ୍ତି ଚାହୁଁଛି ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.