ETV Bharat / sitara

ପରିବାରବାଦର ଶିକାର ଆଲିୟା କହିଲେ ଏମିତି କିଛି...

author img

By

Published : Oct 26, 2020, 3:11 PM IST

ସୋସିଆଲ ମିଡିଆରେ ଗତ କିଛି ଦିନରୁ ଟ୍ରୋଲ ହେଉଥିବା ଆଲିୟାଙ୍କ ନୂଆ ପୋଷ୍ଟ ଏବେ ଭାଇରାଲ ହେଉଛି । ଯାହା ମାଧ୍ୟମରେ ସେ ନିଜ ମନ କଥା ବଖାଣିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ବଲିଉଡ ଉପରେ ପରିବାରବାଦ, ଗୋଷ୍ଠୀବାଦ ଓ ମାଫିଆଗିରି ଭଳି ଅଭିଯୋଗ ଲାଗିଆସୁଛି । ଏହି ପ୍ରସଙ୍ଗ ଯାହା ପୂର୍ବରୁ ବହୁତ କମ ଦେଖିବାକୁ ମିଳୁଥିଲା ହେଲେ ଏବେ ସାଧାରଣ ବାର୍ତ୍ତାଳାପର ଅଂଶ ସାଜିଛି । କଙ୍ଗନା ରଣାୱତଙ୍କ ପରି ଅନେକ ସେଲିବ୍ରିଟି ଏହି ପ୍ରସଙ୍ଗ ମାଧ୍ୟମରେ ବଲିଉଡକୁ ଟାର୍ଗେଟ କରି କଳାକାରଙ୍କ ଉପରେ ଅଭିଯୋଗ ମଧ୍ୟ ଲଗାଇସାରିଲେଣି । ସମାଲୋଚନାର ଶିକାର ହୋଉଥିବା ସେଲିବ୍ରିଟିଙ୍କ ମଧ୍ୟରେ ସଲମାନ ଖାନ, ଆଲିୟା ଭଟ୍ଟ, ସୋନାକ୍ଷୀ ସିହ୍ନା, କରନ ଜୋହର ଓ ସୋନମ କପୁରଙ୍କ ନାମ ସାମିଲ ଅଛି । ଏହି ମାମଲାରେ ଏବେ ଆଲିୟାଙ୍କ ବୟାନ ସାମ୍ନାକୁ ଆସିଛି । କାରଣ ପରିବାରବାଦ ପାଇଁ ତାଙ୍କ ଫିଲ୍ମ ‘ସଡକ 2’କୁ ଖୁବ୍ ଟ୍ରୋଲ କରାଯାଇଥିଲା ।

କଥାଟି ହେଲା ଯେ ଆଲିୟାଙ୍କ ଇନଷ୍ଟାଗ୍ରାମରେ 50 ମିଲିୟନ ଫଲୋଅର୍ସ ସାମିଲ ହୋଇଛନ୍ତି । ଏଥିପାଇଁ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇବା ସହ ସେ ନିଜ ଅସନ୍ତୋଷ ମଧ୍ୟ ପ୍ରକାଶ କରିଛନ୍ତି ।

ନିଜ ଫଟୋ ସେୟାର କରି ସେ ଲେଖିଛନ୍ତି, ‘ଆଜି ଆପ୍ରିସିଏସନ ଡେ । ମୁଁ ମୋ ପରିବାର, ବନ୍ଧୁଙ୍କୁ ଧନ୍ୟବାଦ ଜଣାଉଛି । ଆପଣଙ୍କ ପାଇଁ 50 ମିଲିୟନ ଭଲ ପାଇବା ମିଳିଛି । ସମସ୍ତଙ୍କୁ ମୁଁ ଭଲ ପାଏ । ଏଥି ପାଇଁ କିଛି ସେୟାର କରିବାକୁ ମଧ୍ୟ ଚାହୁଁଛି । ଗତ କିଛି ମାସରେ ମୁଁ ବହୁତ କିଛି ଶିଖିସାରିଲେଣି । ସୋସିଆଲ ମିଡିଆ ଆମକୁ ସଂଯୋଗ କରେ, ଆମକୁ ଉତ୍ସାହିତ କରେ, କିନ୍ତୁ ଏହା ଆମକୁ ନୁହେଁ । ସୋସିଆଲ ମିଡିଆରେ ଏକ ବଟମ, ଲାଇକ କିମ୍ବା ଡିସଲାଇକ ଜରିଆରେ ଆପଣଙ୍କ ଗୁରୁତ୍ବ କମେ ନାହିଁ । ଆମ ସମସ୍ତ ଜୀବନରେ ସମ୍ପର୍କ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଆମର ଗୁରୁତ୍ବକୁ କମ୍ କରିବାକୁ କାହାରିକୁ ଏକ ବଟମ ଦବାଇବାର ଅଧିକାର ନାହିଁ । ମୁଁ ଚାହେଁ ତୁମେ ସମସ୍ତେ ନିଜକୁ ପ୍ରଶଂସା କର। ତୁମର ଆତ୍ମାକୁ ପ୍ରଶଂସା କର, ଶରୀରକୁ ପ୍ରଶଂସା କର । କୌଣସି ଲାଇକ-ଡିସଲାଇକ ଟ୍ରୋଲ ତୁମକୁ ଆତ୍ମାରୁ ଦୂରେଇ ପାରିବ ନାହିଁ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.