ETV Bharat / sitara

ଆଗାମୀ ଫିଲ୍ମ ସୁଟିଂକୁ ନେଇ ଉତ୍ସାହିତ ତାହିର ରାଜ୍, ତାପସୀଙ୍କ ସହ କରିବେ ରୋମାନ୍ସ

author img

By

Published : Oct 31, 2020, 4:27 PM IST

ତାପସୀ ଓ ତାହିର ଜଲଦି ଫିଲ୍ମ ‘ଲୋପ ଲାପେଟା’ରେ ଏକାଠି ନଜର ଆସିବେ। ଯାହା ବିଷୟରେ ଆଲୋଚନା କରିଛନ୍ତି ତାହିର।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ‘ଛିଛୋରୋ’ ଭଳି ଫିଲ୍ମରେ ଦମଦାର ଅଭିନୟ କରି ସମସ୍ତଙ୍କ ମନ କିଣିଥିବା ଅଭିନେତା ତାହିର ରାଜ୍ ଭସନି ଖୁବଶୀଘ୍ର ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘83’ରେ ନଜର ଆସିବେ। ଫିଲ୍ମରେ ମୁଖ୍ୟ ଭୂମିକାରେ ଲୋକପ୍ରିୟ ଅଭିନେତା ରଣବୀର ସିଂ ଓ ଦୀପିକା ପାଦୁକୋନ ଅଭିନୟ କରୁଛନ୍ତି । ହେଲେ ଏହା ପୂର୍ବରୁ ସେ ନିଜ ଅପକମିଂ ଫିଲ୍ମ ‘ଲୋପ ଲାପେଟା’କୁ ନେଇ ଖୁବ୍ ଏକ୍ସାଇଟେଡ ଅଛନ୍ତି । ବର୍ତ୍ତମାନ ସେ ଫିଲ୍ମର ସୁଟିଂ କରିବାକୁ ଆଉ ଅପେକ୍ଷା କରିପାରୁନାହାଁନ୍ତି ବୋଲି କହିଛନ୍ତି ।

ଏକ ସାକ୍ଷାତକାରରେ ଯୋଗ ଦେଇ ନିଜ ଆଗାମୀ ଫିଲ୍ମ ବିଷୟରେ ଆଲୋଚନା କରି କହିଥିଲେ, ‘ଲୋପ ଲାପେଟାରେ ସୁଟିଂ ଆରମ୍ଭ କରିବାକୁ ମୁଁ ଅପେକ୍ଷା କରିପାରିବି ନାହିଁ । ଏହା ଏକ ଅବିଶ୍ବସନୀୟ ସ୍କ୍ରିପ୍ଟ ଏବଂ ମୁଁ କାହାଣୀ ସହିତ ଲକଡାଉନରେ ସମୟ ବିତାଇ ମୋ ଡାଇଲଗକୁ ଉନ୍ନତ କରିବାରେ ସଫଳ। ଏହା ମୋ ପାଇଁ ଚ୍ୟାଲେଞ୍ଜିଂ ଏବଂ ମଜାଦାର ହେବାକୁ ଯାଉଛି। ମୁଁ ପୂର୍ବରୁ କରିଥିବା ଫିଲ୍ମ କାହାଣୀ ଠୁ ଏହା ସମ୍ପୂର୍ଣ୍ଣ ଭିନ୍ନ । ଏଥିପାଇଁ ଫିଲ୍ମକୁ ନେଇ ମୁଁ ବହୁତ ଏକ୍ସାଇଟେଡ ଅଛି ।’ ଏହି ଫିଲ୍ମରେ ତାଙ୍କ ଅପୋଜିଟ୍ ଚୁଲବୁଲି ଅଭିନେତ୍ରୀ ତାପସୀ ପନ୍ନୁ ନଜର ଆସିବେ । ତାଙ୍କୁ ନିଜର ଶାନଦାର କୋ-ଷ୍ଟାର କହିଛନ୍ତି ତାହିର ।

‘ଫିଲ୍ମ ମୁଖ୍ୟ ଭୂମିକାଙ୍କୁ ଏକାଠି ଡାନ୍ସ ମଧ୍ୟ ଅଛି । ଏହି ପରଫର୍ମ ଶାନଦାର ହୋଇପାରିବ ଯଦି ଡାନ୍ସର ଚାହିଁବେ । ତାପସୀଙ୍କ କଥା ଯଦି କହିବି ସେ ଜଣେ ଶାନଦାର କଳାକାର । ଆଉ ମୁଁ ଆଶା କରୁଛି ଯେ ପରଦାରେ ଆମେ ଜବରଦସ୍ତ କେମେଷ୍ଟ୍ରିକୁ ଦର୍ଶକଙ୍କୁ ପସନ୍ଦ ଆସିବ’ ବୋଲି କହିଥିଲେ ତାହିର।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.