ETV Bharat / sitara

ରକ୍ତାଭାବ ଦୂର କରିବେ ସୋନୁ, ଖୋଲିବେ ବ୍ଲଡବ୍ୟାଙ୍କ

author img

By

Published : Mar 4, 2021, 10:44 AM IST

ବ୍ଲଡ ବ୍ୟାଙ୍କ ଖୋଲିବାକୁ ନେଇ ଚର୍ଚ୍ଚାରେ ସୋନୁ । ଅନେକ ସେବା କରିସାରିବା ପରେ ଲୋକଙ୍କୁ ସହଜ ଏବଂ ସୁବିଧାରେ ରକ୍ତ ଯୋଗାଇ ଦେବେ ଅଭିନେତା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଦ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଦ

ମୁମ୍ବାଇ: କୋରୋନା କାଳରେ ଦେଶବାସୀଙ୍କ ଭଗବାନ ସାଜି କ୍ରମାଗତ ଭାବେ ସେବାରେ ଲାଗିଥିଲେ ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଦ । ଦିନରାତି ସମସ୍ତଙ୍କୁ ସାହାଯ୍ୟ କରିଛନ୍ତି ଅଭିନେତା । ଏଯାବତ ସେ ଏହି କାର୍ଯ୍ୟରେ ସକ୍ରିୟ ଅଛନ୍ତି । ସମସ୍ତଙ୍କ ଦୁଃଖ ବୁଝୁଥିବା ସୋନୁଙ୍କୁ ନେଇ ଇତିମଧ୍ୟରେ ସାମ୍ନାକୁ ଆସିଛି ନୂଆ ଖବର । ଯାହାକୁ ଶୁଣି ପୁଣି ତାଙ୍କ ପ୍ରଶଂସା ଆରମ୍ଭ ହୋଇଯାଇଛି ।

ତେବେ କଥାଟି ହେଲା ଯେ ‘ସୋନୁ ଫର୍ ୟୁ’ ନାମରେ ଏକ ବ୍ଲଡ ବ୍ୟାଙ୍କ ଆପ୍ ଖୋଲିବାକୁ ଯାଉଛନ୍ତି । ଦେଶରେ ଏହା ଏକ ବୃହତ ଆକାରରେ ଲଞ୍ଚ ହେବ । ଏହା ଏକ ଆପ୍ ମାଧ୍ୟମରେ ପରିଚାଳିତ ହେବ । ଖାଲି ଏତିକି ନୁହେଁ ଦେଶର ସବୁଠାରୁ ବଡ ବ୍ଲଡ ବ୍ୟାଙ୍କ ହେବ ବୋଲି ଦାବି ମଧ୍ୟ କରାଯାଇଛି।

ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ରକ୍ତଦାତାଙ୍କୁ ରକ୍ତ ଆବଶ୍ୟକ କରୁଥିବା ଲୋକଙ୍କ ସହ ଯୋଡିବା । ଏହି ଆପ୍ ସାହାଯ୍ୟରେ, ଯିଏ ରକ୍ତ ଆବଶ୍ୟକ କରିବେ ତୁରନ୍ତ ଦାତା ଖୋଜି ପାରିବେ । ଏହା ସହିତ ସେ ରକ୍ତଦାତାଙ୍କୁ ଏକ ଅନୁରୋଧ ପଠାଇ ପାରିବେ । ଏହା ପରେ, ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ ହେବ । ଯେଉଁଥିରେ ରକ୍ତଦାତା ଡାକ୍ତରଖାନା ଯାଇ ରକ୍ତ ଦାନ କରିବେ । ଏହି ପଦକ୍ଷେପ ଆରମ୍ଭ ହେବା ପୂର୍ବରୁ ମଧ୍ୟ ଏହାକୁ ଦେଶର ସର୍ବବୃହତ ବ୍ଲଡ ବ୍ୟାଙ୍କ କୁହାଗଲାଣି।

ଇନଷ୍ଟାଗ୍ରାମରେ ଏହି ସୂଚନା ଦେଇ ସୋନୁ କ୍ୟାପସନରେ ଲେଖିଛନ୍ତି, ‘ଆସନ୍ତୁ ଜୀବନ ବଞ୍ଚାଇବା । ତୁମର ବ୍ଲଡ ବ୍ୟାଙ୍କ । ଖୁବଶୀଘ୍ର ଆସିବାକୁ ଯାଉଛି ।’

ସେପରି ଏହି ଅବସରରେ ସେ କହିଛନ୍ତି, ‘ସୋନୁ ଫର୍ ୟୁ ଆପ୍ ଆଣିବାର କଳ୍ପନା ମୋର ଏବଂ ମୋ ବନ୍ଧୁ ଜନସନଙ୍କର । ବାସ୍ତବରେ, ଲୋକ ରକ୍ତ ଆବଶ୍ୟକ କରନ୍ତି ଏବଂ ଏହାକୁ ତୁରନ୍ତ ପୂରଣ କରିବାକୁ ପଡିବ । ଆମେ ଏହାକୁ ସୋସିଆଲ ମିଡିଆରେ ସେୟାର କରୁ ଏବଂ ତାପରେ ଆମେ ଏହା ବିଷୟରେ ପ୍ରତିକ୍ରିୟା ପାଇଥାଉ । ତେଣୁ ଆମେ ଭାବିଲୁ ଆପ୍ ମାଧ୍ୟମରେ ଆମେ କାହିଁକି ଏହି କାମ କରୁନାହୁଁ । ଯାବା ଦ୍ବାରା ଏହି ନିଷ୍ପତ୍ତି ବର୍ତ୍ତମାନ ନେଇଛୁ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.