ETV Bharat / sitara

ସାଇକେଲରେ ଅଣ୍ଡା-ପାଉଁରୁଟି ବିକିଲେ ସୋନୁ, ଭିଡିଓ ଭାଇରାଲ

ଏଥର ସାଇକେଲ ଧରି ଲୋକଙ୍କ ସେବାରେ ବାହାରିଲେ ସୋନୁ ସୁଦ । ବିକିଲେ ଅଣ୍ଡା, ପାଉଁରୁଟି । ଭାଇରାଲ ହେଉଛି ଭିଡିଓ । ଅଧିକ ପଢନ୍ତୁ...

author img

By

Published : Jun 25, 2021, 1:58 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଦ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଦ

ମୁମ୍ବାଇ: କୋଭିଡ ପୀଡିତାଙ୍କୁ କ୍ରମାଗତ ଭାବରେ ସାହାଯ୍ୟ କରି ଭଗବାନଙ୍କ ସହ ତୁଳନା ହୋଇଥିବା ସୋନୁ ସୁଦ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ । ସେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ସାଇକେଲରେ ଅଣ୍ଡା, ପାଉଁରୁଟି, ରସ୍କ, ମୁଢି ଏବଂ ଚିପ୍ସ ବିକ୍ରି କରୁଥିବା ନଜର ଆସୁଛନ୍ତି ।

ସେହିପରି ଏହି ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସେ କ୍ୟାପସନରେ ଲେଖିଛନ୍ତି, ‘ଫ୍ରି ହୋମ ଡେଲିଭରି । 10ଟି ଅଣ୍ଡ ସହ ଗୋଟିଏ ବ୍ରେଡ ପ୍ୟାକେଟ ଫ୍ରି ।’ ଏହାସହ ସେ ସୁପରମାର୍କେଟ ଏବଂ ସପୋର୍ଟ ସ୍ମଲ ବିଜନେସକୁ ହ୍ୟାଶଟ୍ୟାଗ କରିଛନ୍ତି ।

ଭିଡିଓରେ ସୋନୁ ଏହା କହୁଥିବାର ମଧ୍ୟ ନଜର ଆସୁଛନ୍ତି, ‘କିଏ କହୁଛି, ମଲ୍ ବନ୍ଦ ହୋଇଯାଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ତଥା ମହଙ୍ଗା ଦୋକାନ ବଜାର ପ୍ରସ୍ତୁତ ଅଛି। ଦେଖ ମୋ ପାଖରେ ସବୁକିଛି ଅଛି। ଅଣ୍ଡା ଅଛି, ଯାହା ଏହି ସମୟରେ 6 ଟଙ୍କାରେ ମିଳୁଛି ଏବଂ ତାପରେ ପାଉଁରୁଟି 40 ଟଙ୍କାରେ, ଛୋଟ ବ୍ରେଡ୍ ହେଉଛି 22 ଟଙ୍କାରେ। ଆଉ ମୋ ଡେଲିଭରି ଚାର୍ଜ ଅଲଗା ।’ ସେପଟେ ସୋନୁଙ୍କ ଏହି ଅନ୍ଦାଜ ଦେଖି ଫ୍ୟାନ୍ସଙ୍କ ଖୁସି କହିଲେ ନସରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.