ମୁମ୍ବାଇ: ଗତ କିଛି ମାସରୁ ଦେଶବାସୀଙ୍କ ସେବାରେ କ୍ରମାଗତ ରୂପେ ଲାଗିଛନ୍ତି ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଦ । ସେ ଲକଡାଉନରେ ପ୍ରବାସୀ ଶ୍ରମିକ, ଦିନ ମଜୁରିଆ ଓ ଗରିବର ଲୋକଙ୍କୁ ସୁରକ୍ଷିତ ସହ ନିଜ ନିଜ ଘରେ ପହଞ୍ଚାଇବା ଅଭିଯାନ ଆରମ୍ଭ କରିଥିଲେ । ଆଜି ପର୍ଯ୍ୟନ୍ତ ମଧ୍ୟ ସେ ଏହି କାମରେ ବ୍ୟସ୍ତ ଅଛନ୍ତି । ଏହାସହ ସେ ସୋସିଆଲ ମିଡିଆରେ ଗରିବ ଲୋକଙ୍କ କଷ୍ଟ ଦେଖି ସାହାଯ୍ୟ ପାଇଁ ସଙ୍ଗେ ସଙ୍ଗେ ବାହାରି ପଡୁଛନ୍ତି । ଇତିମଧ୍ୟରେ ତାଙ୍କୁ ଜଣେ ଟ୍ବିଟର ୟୁଜର ମଜାଦାର ଡିମାଣ୍ଡ କରିଛନ୍ତି । ଯାହାକୁ ନେଇ ଆଶ୍ଚର୍ଯ୍ୟ ସମସ୍ତେ । ସେହିପରି ଏହି ୟୁଜରଙ୍କ ଡିମାଣ୍ଡର ପ୍ରତିକ୍ରିୟା ନିଜ ଶାନଦାର ଅନ୍ଦାଜରେ ଦେଇଛନ୍ତି ସେ।
-
Should I send a television also along brother? An air conditioner and some popcorns 😂😂😂 https://t.co/O03v46ydQr
— sonu sood (@SonuSood) August 28, 2020 " class="align-text-top noRightClick twitterSection" data="
">Should I send a television also along brother? An air conditioner and some popcorns 😂😂😂 https://t.co/O03v46ydQr
— sonu sood (@SonuSood) August 28, 2020Should I send a television also along brother? An air conditioner and some popcorns 😂😂😂 https://t.co/O03v46ydQr
— sonu sood (@SonuSood) August 28, 2020
କଥାଟି ହେଲା ଯେ ସେହି ୟୁଜର ଜଣକ ସୋନୁଙ୍କୁ ଟ୍ୟାଗ କରି ଏକ ଟ୍ବିଟରେ ଲେଖିଥିଲେ, ‘ଭାଇ ମତେ ଏକ ଆମାଜନ ପ୍ରାଇମ ଆକାଉଣ୍ଟ ଗୋଟିଏ ବର୍ଷ ପାଇଁ ଦିଅନ୍ତୁ । ସାହାଯ୍ୟ କର ମତେ । ଫିଲ୍ମ ଦେଖିବାକୁ ଚାହୁଁଛି ।’
ସେପଟେ ସୋନୁ ଏହି ଟ୍ବିଟର ଜବାବରେ ଲେଖିଥିଲେ, ‘ତାହାଲେ କଣ ମତେ ଗୋଟିଏ ଟିଭି ବି ସାଥିରେ ପଠାଇବା ଦରକାର । ଏକ ଏୟାର କଣ୍ଡିଶନ ଓ ପପକର୍ଣ୍ଣ ବି ।’ ବର୍ତ୍ତମାନ ସୋନୁଙ୍କ ଏହି ଜବାବର ମଧ୍ୟ ପ୍ରଶଂସା କରିବା ଆରମ୍ଭ କରିଦେଇଛନ୍ତି ଫ୍ୟାନ୍ସ ।