ETV Bharat / sitara

2020ର ହଟେଷ୍ଟ ଭେଜିଟେରିଆନ ସେଲିବ୍ରିଟି ସୋନୁ

ପେଟା ଇଣ୍ଡିଆରୁ ସୋନୁଙ୍କୁ ମିଳିଲା ନୂଆ ଉପାଧି । ଏବର୍ଷର ସେ ହଟେଷ୍ଟ ଭେଜିଟେରିଆନ ସେଲିବ୍ରିଟି ରୂପେ ସୋନୁଙ୍କୁ ମିଳିଲା ଟ୍ରଫି । ଯାହାପାଇଁ ପେଟା ଇଣ୍ଡିଆକୁ ଧନ୍ୟବାଦ ଜଣାଇଛନ୍ତି ଅଭିନେତା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଦ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଦ
author img

By

Published : Dec 18, 2020, 11:02 AM IST

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦ ଆଉ ଏକ ଟାଇଟଲ ହାସଲ କରିଛନ୍ତି । ପେଟା ଇଣ୍ଡିଆ ତାଙ୍କୁ 2020ର ସବୁଠାରୁ ହଟେଷ୍ଟ ଭେଜିଟେରିଆନ ସେଲିବ୍ରିଟି ଭାବରେ ନାମିତ କରିଛି । ଯାହାକୁ ନେଇ ତାଙ୍କ ଫ୍ୟାନ୍ସଙ୍କ ଖୁସି ନକହିଲେ ସରେ । ଏହାର ସୂଚନା ସୋନୁ ନିଜେ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ଦେଇଛନ୍ତି ।

ସୋନୁ ଟ୍ବିଟରରେ ପେଟା ଇଣ୍ଡିଆ ତରଫରୁ ମିଳିଥିବା ଗ୍ଲାସ ଟ୍ରଫିର ଫଟୋ ପୋଷ୍ଟ କରିଛନ୍ତି । ଆଉ ଯେଉଁଥିରେ ଲେଖାଯାଇଛି, ‘ପେଟା ଇଣ୍ଡିଆ ହଟେଷ୍ଟ ଭେଜିଟେରିଆନ ସେଲିବ୍ରିଟି 2020 ସୋନୁ ସୁଦ ।’ ଏହି ଉପାଧି ପାଇବା ପରେ ସେ ପେଟା ଇଣ୍ଡିଆକୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ସେପଟେ ତାଙ୍କ ଏହି ପୋଷ୍ଟରେ ସେଲିବ୍ରିଟି ଫ୍ରେଣ୍ଡଙ୍କ ଠୁ ନେଇ ଫ୍ୟାନ୍ସ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି ।

ପ୍ରକାଶ ଥାଉକି କୋରୋନା କାଳରେ ସୋନୁ କ୍ରମାଗତ ଭାବେ ଦେଶବାସୀଙ୍କ ସେବା କରିଆସୁଛନ୍ତି । ପ୍ରବାସୀ ଶ୍ରମିକଙ୍କଠୁ ନେଇ ଛାତ୍ରଛାତ୍ରୀଙ୍କୁ ନିଜ ନିଜ ଘରେ ପହଞ୍ଚାଇବା କାର୍ଯ୍ୟ କରିଥିଲେ ସେ । ଏହାସହ ଅଭାବୀ ଲୋକଙ୍କ ଦୁଃଖ ମଧ୍ୟ ଦୂର କରିଛନ୍ତି । ଏଥି ପାଇଁ ତାଙ୍କୁ ଦେଶବାସୀଙ୍କ ଭଗବାନ ଆଖ୍ୟା ଦେଇଛନ୍ତି । ଆଉ ସମସ୍ତେ ତାଙ୍କୁ ଭଗବାନଙ୍କ ଦୂତ ସହ ତୁଳନା କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.