ETV Bharat / sitara

ଲିଭର ସମସ୍ୟାରେ ପୀଡିତ 39 ଶିଶୁଙ୍କୁ ଫିଲିପାଇନ୍ସରୁ ଦିଲ୍ଲୀ ଆଣିବେ ସୋନୁ

ଏଥର ଦେଶକୁ ଛାଡି ବିଦେଶରୁ ପିଲାଙ୍କୁ ଆଣିବା ଯୋଜନା କରୁଛନ୍ତି ସୋନୁ । ଫିଲିପାଇନ୍ସରେ ଜୀବନ ସହ ଲଢୁଥିବା କୁନି କୁନି ପିଲାଙ୍କୁ ଭାରତ ଆଣିବେ ସେ ।

author img

By

Published : Aug 14, 2020, 6:48 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଡ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଡ

ମୁମ୍ବାଇ: ଏକୁଟିଆ ନିଜ ଦମରେ ବି-ଟାଉନର ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଡ କୋରୋନା ମହାମାରୀରେ ଦେଶବାସୀଙ୍କ ସେବା କରିବାରେ ଲାଗିଛନ୍ତି । ଏଯାବତ ତାଙ୍କ ପାଇଁ ଅନେକ ଲୋକ ନିଜ ନିଜ ଘରେ ସୁରକ୍ଷିତ ରୂପେ ପହଞ୍ଚିସାରିଲେଣି । ସେହିପରି ଗୁରୁବାର ସୋନୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଚର୍ଚ୍ଚାରେ ଆସିଥିଲେ । ଯେଉଁଥିରେ ସେ ଫିଲିପାଇନ୍ସ ରୁ 39 ଜଣ ଶିଶୁଙ୍କୁ ଦେଶର ରାଜଧାନୀ ଦିଲ୍ଲୀ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ପିଲାମାନେ ଲିଭର ସଂକ୍ରମଣରେ ଆକ୍ରାନ୍ତ ଅଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଆସିବାକୁ ପଡିବ ।

କଥାଟି ହେଲା ଜଣେ ୟୁଜର ଟ୍ବିଟ କରି ଲେଖିଥିଲେ, ‘ଏହି ଫିଲିପାଇନ୍ସ ପିଲାଙ୍କୁ ଦିଲ୍ଲୀରେ ପହଞ୍ଚାଇବା ନିହାତି ଦରକାର । କାରଣ ଏମାନଙ୍କ ଲିଭରର ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ କରି ତାଙ୍କୁ ନୂଆ ଜୀବନ ଦିଆଯାଇ ପାରିବ । ଏହି ପିଲାମାନେ biliary atresia ନାମ ରୋଗରେ ପୀଡିତ । ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବରସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି(ଫିକ୍କି) ଫିଲିପାଇନ୍ସ ଏମାନଙ୍କୁ ସାହାଯ୍ୟ କରିବାକୁ ସ୍ଥିର କରିଛି । ହେଲେ ଫ୍ଲାଇଟ ଅଭାବରୁ କିଛି ପିଲାଙ୍କ ମୃତ୍ୟୁ ହୋଇସାରିଲାଣି । ଆଉ ଏହି 39 ପିଲାଙ୍କୁ ଦିଲ୍ଲୀ ନେବାର ବ୍ୟବସ୍ଥା କରନ୍ତୁ ସୋନୁ ସୁଡ।’

  • Let’s save these precious lives.

    Will get them to India in the next two days.

    Lining up for these 39 angels.

    Pack their bags. ✈️ https://t.co/oY700MN4B2

    — sonu sood (@SonuSood) August 13, 2020 " class="align-text-top noRightClick twitterSection" data=" ">

ସେପଟେ ଏହି ଟ୍ବିଟର ଜବାବରେ ସୋନୁ ଲେଖିଥିଲେ, ‘ଚାଲନ୍ତୁ ଏମାନଙ୍କ ମୂଲ୍ୟବାନ ଜୀବନ ବଞ୍ଚାଇବା । ଏମାନଙ୍କୁ ଆଗାମୀ ଦୁଇ ଦିନ ମଧ୍ୟରେ ଭାରତ ଅଣାଯିବ । 39 ଜଣ ପିଲାଙ୍କ ବ୍ୟାଗ ପ୍ୟାକ କରି ପ୍ରସ୍ତୁତ ହୋଇଯାଆନ୍ତୁ ଭାରତ ଆସିବା ପାଇଁ ।’ ପ୍ରକାଶ ଥାଉକି ଏହି ପିଲାମାନଙ୍କ ବୟସ ଏକରୁ ପାଞ୍ଚ ବର୍ଷ ମଧ୍ୟରେ ରହିଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.