ETV Bharat / sitara

ମାନ୍ୟତାଙ୍କ ପ୍ରଯୋଜିତ ‘ବାବା’କୁ ମିଳିଲା 3ଟି ଫିଲ୍ମଫେୟାର ପୁରସ୍କାର

author img

By

Published : Mar 5, 2021, 9:39 AM IST

ପ୍ରଥମେ ଗୋଲ୍ଡେନ୍ ଗ୍ଲୋବ ପାଇଁ ମନୋନୀତ ହୋଇଥିଲା ମାନ୍ୟତାଙ୍କ ‘ବାବା’ ଚଳଚ୍ଚିତ୍ର । ଆଉ ଏବେ ଫିଲ୍ମଫେୟାରରେ ହାସଲ କରିଛି ତିନୋଟି ପୁରସ୍କାର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମାନ୍ୟତା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମାନ୍ୟତା

ମୁମ୍ବାଇ: ସଞ୍ଜୟ ଦତ୍ତଙ୍କ ପତ୍ନୀ ମାନ୍ୟତା ଦତ୍ତଙ୍କ ପ୍ରଯୋଜନାରେ ନିର୍ମାଣ ହୋଇଥିଲା ମରାଠୀ ଚଳଚ୍ଚିତ୍ର ‘ବାବା’ । ଯାହାକୁ ନେଇ ସାମ୍ନାକୁ ଆସିଛି ଗୁଡନ୍ୟୁଜ । ଆଉ ଏବେ ମାନ୍ୟତାଙ୍କ ଖୁସି ନକହିଲେ ସରେ । କାରଣ ଫିଲ୍ମଫେୟାର ପୁରସ୍କାରରେ ଏହି ଚଳଚ୍ଚିତ୍ର ବିଜୟ ହାସଲ କରିଛି । ଆଜ୍ଞା ହଁ, ମାନ୍ୟତାଙ୍କ ଏହି ଚଳଚ୍ଚିତ୍ରକୁ ପ୍ଲାନେଟ ମରାଠୀ ଚଳଚ୍ଚିତ୍ର ପୁରସ୍କାର, 2020ରେ ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ କାହାଣୀ ଏବଂ ଶ୍ରେଷ୍ଠ ଚଳଚ୍ଚିତ୍ର ସମାଲୋଚକ ପରି ପୁରସ୍କାରରେ ପୁରସ୍କୃତ କରାଯାଇଛି ।

ଏହି ଅବସରରେ ମାନ୍ୟତା କହିଛନ୍ତି, ‘ବାବା ଏକ ଚଳଚ୍ଚିତ୍ର ଭାବରେ ମୋର ହୃଦୟର ଅତି ନିକଟତର, କାରଣ ଏହି ଚଳଚ୍ଚିତ୍ରଟି ସଞ୍ଜୟଙ୍କ ପ୍ରଡକ୍ସନ୍ସର ପ୍ରଥମ ଆଞ୍ଚଚଳିକ ପ୍ରକଳ୍ପକୁ ମଧ୍ୟ ଚିହ୍ନିତ କରେ । ଆମେ ପାଇଥିବା ପ୍ରେମ ଏବଂ ସ୍ନେହ ପାଇଁ ମୁଁ କୃତଜ୍ଞତା ଜଣାଇବାକୁ ଚାହୁଁଛି । ସବୁଠାରୁ ବଡ ସମ୍ମାନ ସେହି ଦଳକୁ ଯାଉଛି ଯେଉଁମାନେ ନିଜ ଶିଳ୍ପ ସହିତ କାହାଣୀକୁ ଜୀବନ୍ତ କରିବା ପାଇଁ କଠିନ ପରିଶ୍ରମ କରିଥିଲେ।’

ପ୍ରକାଶ ଥାଉକି ବାବା କେବଳ ମାନ୍ୟତାଙ୍କୁ ନୁହେଁ ପୁରା ଦେଶକୁ ଗର୍ବିତ ଅନୁଭବ କରାଇଛି । କାରଣ ଗୋଲ୍ଡେନ୍ ଗ୍ଲୋବ ପାଇଁ ମନୋନୀତ ହୋଇଥିବା ପ୍ରଥମ ମରାଠୀ ଚଳଚ୍ଚିତ୍ର ହେବା ସହ ସମ୍ମାନଜନକ ସମାରୋହରେ ପ୍ରଦର୍ଶିତ ମଧ୍ୟ ହୋଇଥିଲା । ନାଗପୁରର ରାଜ ଆର ଗୁପ୍ତାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଦୀପକ ଡୋବରିୟାଲ ଏବଂ ନନ୍ଦିତା ପାଟକର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.