ମୁମ୍ବାଇ: କୋରୋନା ମହାମାରୀ ଭୟ ଟିକେ କମିବା ମାତ୍ରେ ଦେଶବାସୀ ଧୀରେ ଧିରେ ନିଜ ସାମାନ୍ୟ ଜୀବନକୁ ଫେରିବା ଆରମ୍ଭ କରିଦେଲେଣି । ଏହି କ୍ରମରେ ସାମିଲ ଅଛନ୍ତି ସେଲିବ୍ରିଟି । ଦୀର୍ଘ ସମୟରୁ ଘରେ ବନ୍ଦ ଥିବା ସେଲିବ୍ରିଟି ଏବେ ନିଜ ନିଜ କାମକୁ ଫେରୁଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ରଣବୀର ସିଂ । ଯାହାକୁ ନେଇ ଚର୍ଚ୍ଚା ।
ସୋମବାର ତାଙ୍କୁ ମୁମ୍ବାଇର ଏକ ଫିଲ୍ମ ସିଟିରେ ଦେଖିବାକୁ ମିଳିଥିଲା । ଆଉ ସବୁଥର ପରି ଏଥର ମଧ୍ୟ ସେ କୁଲ୍ ଅନ୍ଦାଜରେ ନଜର ଆସିଛନ୍ତି । ସେହିପରି ଲକଡାଉନ ପୂର୍ବରୁ ରଣବୀର ଆକ୍ସନ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ କମେଡି ଡ୍ରାମା ଫିଲ୍ମ ‘ସର୍କସ’ର ସୁଟିଂ କରୁଥିଲେ । ହେଲେ ଏବେ ସେ କେଉଁ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି ତାହା ନେଇ କୌଣସି ଖୁଲାସା ହୋଇନାହିଁ ।
ସେହିପରି ରଣବୀର ଦୀର୍ଘ ସମୟରୁ ନିଜ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘83’କୁ ନେଇ ଚର୍ଚ୍ଚାରେ । ଏହି ଫିଲ୍ମରେ ସେ ଲେଜେଣ୍ଡ କ୍ରିକେଟର କପିଲ ଦେବଙ୍କ ଭୂମିକାରେ ନଜର ଆସିବେ । ଖାଲି ଏତିକି ନୁହେଁ ଫିଲ୍ମରେ ତାଙ୍କ ସହ ପୁଣିଥରେ ନଜର ଆସିବେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଦୀପିକା ପାଦୁକୋନ । ଲକଡାଉନ ପାଇଁ ଫିଲ୍ମର ସୁଟିଂ ସ୍ଥଗିତ ରଖିଥିଲେ ମେକର୍ସ ।