ETV Bharat / sitara

ପୁଣି ଏକାଠି ନଜର ଆସିବେ ରାଜକୁମାର ଓ କିର୍ତ୍ତୀ - କିର୍ତ୍ତୀ ସାନନଙ୍କ ନ୍ୟୁଜ

ଖୁବଶୀଘ୍ର ଆଉ ଏକ ଫିଲ୍ମ ନେଇ ପରଦାକୁ ଫେରିବେ ରାଜକୁମାର ଓ କିର୍ତ୍ତୀ । ଦେଖିବାକୁ ମିଳିବ ଏହି ଯୋଡିଙ୍କ କମେଡି ଡ୍ରାମା ଫିଲ୍ମ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କିର୍ତ୍ତୀ ସାନନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କିର୍ତ୍ତୀ ସାନନ
author img

By

Published : Feb 19, 2021, 10:07 AM IST

ମୁମ୍ବାଇ: 2017ରେ ଆସିଥିବା ଫିଲ୍ମ ‘ବରେଲି କି ବର୍ଫି’ ସୁପରହିଟ୍ ହେବା ପରେ ଲୋକପ୍ରିୟ ଅଭିନେତା ରାଜକୁମାର ରାଓ ଓ କିର୍ତ୍ତୀ ସାନନଙ୍କୁ ପୁଣି ଏକାଠି ଦେଖିବାକୁ ବ୍ୟାକୁଳ ଥିଲେ ଦର୍ଶକ । ଏବେ ଲାଗୁଛି ଯେ ଏହି ଯୋଡି ଫ୍ୟାନ୍ସଙ୍କ ସ୍ବପ୍ନ ପୂରଣ କରିବାକୁ ଯାଉଛନ୍ତି । ଆଜ୍ଞା ହଁ, ପୁଣିଥରେ ଏକାଠି କାମ କରିବାକୁ ପ୍ରସ୍ତୁତ ରାଜକୁମାର ଓ କିର୍ତ୍ତୀ ।

ଫିଲ୍ମ ନିର୍ମାତା ମହାବୀର ଜୈନଙ୍କ ସହ ଏହି ଯୋଡି ଆଗାମୀ କମେଡି ଡ୍ରାମା ପ୍ରୋଜେକ୍ଟ ପାଇଁ ହାତ ମିଶାଇଛନ୍ତି । । ଏଯାବତ ଫିଲ୍ମର ଟାଇଟେଲ ଘୋଷଣା କରିନାହାଁନ୍ତି ମେକର୍ସ ।

ହେଲେ ଫିଲ୍ମର ଷ୍ଟାରକାଷ୍ଟଙ୍କ ନାମ ସାମ୍ନାକୁ ଆସିଯାଇଛି । ଏହି କ୍ରମରେ ସାମିଲ ଅଛନ୍ତି ଲୋକପ୍ରିୟ ଅଭିନେତା ପରେଶ ରାୱଲ , ରତ୍ନା ପାଠକ ଶାହ ଏବଂ ଅପାରଶକ୍ତି ଖୁରାନା । ଫିଲ୍ମର କାହାଣୀ ହାଇ କନସେପ୍ଟ ଥିମକୁ ନେଇ ଆଧାରିତ ହେବାକୁ ଯାଉଥିବା ବେଳେ ରାଜକୁମାରଙ୍କ ନୂଆ ଅବତାର ମଧ୍ୟ ଦେଖିବାକୁ ମିଳିବ ।

ସେହିପରି ଏହି ଆଗାମୀ ପ୍ରୋଜେକ୍ଟର ସୂଚନା ଟ୍ବିଟରରେ ଦେଇଛନ୍ତି ଫିଲ୍ମ କ୍ରିଟିକ ତରଣ ଆଦର୍ଶ । ସେ ଏକ ପୋଷ୍ଟରେ ଲେଖିଛନ୍ତି, ‘ଦାନିଶ ବିଜାନ, ମହାବୀର ଜୈନ ନିଜର ଆଗାମୀ ପ୍ରୋଜେକ୍ଟ ପାଇଁ ରାଜକୁମାର ଓ କିର୍ତ୍ତୀଙ୍କ ସହ ହାତ ମିଶାଇଛନ୍ତି । ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ଅଭିଶେକ ଜୈନ ।’

ପ୍ରକାଶ ଥାଉକି ଏହା ବ୍ୟତୀତ ରାଜକୁମାର ନିଜର ଆଗାମୀ କମେଡି, ହରର ଫିଲ୍ମ ‘ରୁହି’କୁ ନେଇ ଉତ୍ସାହିତ ଥିବା ବେଳେ କିର୍ତ୍ତୀ ବର୍ତ୍ତମାନ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ ‘ବଚ୍ଚନ ପାଣ୍ଡେ’ର ସୁଟିଂରେ ବ୍ୟସ୍ତ ଅଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.