ETV Bharat / sitara

ନିର୍ଦ୍ଦେଶ ହଂସଲଙ୍କୁ ଧନ୍ୟବାଦ ଜଣାଇଲେ ରାଜକୁମାର - ରାଜକୁମାର ରାଓଙ୍କ ଫିଲ୍ମ ‘ଓମେର୍ତା’ ଷ୍ଟ୍ରିମିଂ

ଖୁବଶୀଘ୍ର ଦର୍ଶକ ନିଜ ନିଜ ମୋବାଇଲ ଫୋନରେ ଦେଖିବାକୁ ଯାଉଛନ୍ତି ଚର୍ଚ୍ଚିତ ଫିଲ୍ମ ‘ଓମେର୍ତା’ । ଆତଙ୍କବାଦୀ କାହାଣୀକୁ ନେଇ ଆଧାରିତ ହୋଇଥିଲା ଫିଲ୍ମ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାଜକୁମାର ରାଓ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାଜକୁମାର ରାଓ
author img

By

Published : Jul 25, 2020, 6:32 PM IST

ମୁମ୍ବାଇ: 2017ରେ ରିଲିଜ ହୋଇଥିବା ଫେମସ ଆକ୍ଟର ରାଜକୁମାର ରାଓଙ୍କ ଫିଲ୍ମ ‘ଓମେର୍ତା’ ଷ୍ଟ୍ରିମିଂ ଜି5 ପ୍ରିମିୟମରେ ହେବ । ଯାହାର ସୂଚନା ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଇଛନ୍ତି ରାଜକୁମାର । ଏହାସହ ସେ ଫିଲ୍ମର ନିର୍ଦ୍ଦେଶକ ହଂସଲ ମେହତାଙ୍କ ସପୋର୍ଟ ପାଇଁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ଖାଲି ଏତିକି ନୁହେଁ ସେ ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ ପାଇଁ ମଧ୍ୟ ଫ୍ୟାନ୍ସଙ୍କୁ ଅନୁରୋଧ କରିଛନ୍ତି ।

ସେ ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଓମେର୍ତା ଏବେ ଜି5 ପ୍ରିମିୟମରେ ଦେଖି ପାରିବେ । ଆଉ ଦିଲ ବେଚେରା ଡିଜନି ପ୍ଲସ ହଟଷ୍ଟାରରେ । ହଂସଲ ମେହତା ଥାଙ୍କ୍ୟୁ ସାର, ସବୁବେଳେ ମୋତେ ପରିଶ୍ରମ କରିବା ଏବଂ ଚ୍ୟାଲେଞ୍ଜ ଦେବାକୁ ପ୍ରେରଣା ଯୋଗାଉଥିବାରୁ । ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ । ଓମେର୍ତାର ଅନ୍ଧାର ଦୁନିଆରେ ମୋ ଆଲୋକ ସାଜିଥିବାରୁ ।’

ପ୍ରକାଶ ଥାଉକି ‘ଓମେର୍ତା’ର କାହାଣୀ ଜଣେ ଯୁବ ଉମର ସଇଦ ସେଖଙ୍କ କାହାଣିକୁ ନେଇ ଆଧାରିତ । ଯାହାଙ୍କ ବ୍ରେନୱାଶ କରି ଆତଙ୍କବାଦୀ ଗତିବିଧିର ଅଂଶ କରିଦିଆଯାଉଛି । ଫିଲ୍ମରେ ରାଜକୁମାରଙ୍କ ଶାନଦାର ଅଭିନୟ ଦର୍ଶକଙ୍କ ମନ କିଣିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.