ETV Bharat / sitara

ଡକ୍ଟର ଅଫ୍ ଲେଟର୍ସ ଡିଗ୍ରୀରେ ସମ୍ମାନିତ ହେଲେ ମାଧବନ - ମାଧବନଙ୍କୁ ଡକ୍ଟର ଅଫ୍ ଲେଟର୍ସ ଡିଗ୍ରୀ

ମାଧବନଙ୍କ ନାଁରେ ଯୋଡି ହେଲା ଆଉ ଏକ ଉପାଧି । କଳା ଜଗତରେ ତାଙ୍କ ଅବଦାନ ପାଇଁ ଡକ୍ଟର ଅଫ୍ ଲେଟର୍ସ ଡିଗ୍ରୀ ମିଳିଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆର ମାଧବନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆର ମାଧବନ
author img

By

Published : Feb 18, 2021, 2:11 PM IST

ମୁମ୍ବାଇ: କଳା ଏବଂ ସିନେମାରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଭିନେତା ଆର ମାଧବନଙ୍କୁ ବୁଧବାର ଦିନ କୋଲହାପୁରର ଡିଏ ପାଟିଲ୍ ଏଜୁକେସନ୍ ସୋସାଇଟି ଦ୍ବାରା ଡକ୍ଟର ଅଫ୍ ଲେଟର୍ସ ଡିଗ୍ରୀ ପ୍ରଦାନ କରାଯାଇଥିଲା। ଶିକ୍ଷା ସମାଜର ନବମ ସମାରୋହରେ 50 ବର୍ଷୀୟ ଅଭିନେତା ଏହି ସମ୍ମାନ ଗ୍ରହଣ କରିଥିଲେ।

ଏହି ଅବସରରେ ମାଧବନ କହିଛନ୍ତି, ‘ମୁଁ ଏହି ସମ୍ମାନ ପାଇବାକୁ ନେଇ ଗର୍ବିତ ଅନୁଭବ କରୁଛି । ଏହା ମୋତେ ନୂତନ ପ୍ରକଳ୍ପ ସହିତ ନିଜକୁ ଚ୍ୟାଲେଞ୍ଜ କରିବାକୁ ପ୍ରେରଣା ଯୋଗାଇବ।’

ପ୍ରକାଶ ଥାଉକି 90 ଦଶକରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ମାଧବନ । ପ୍ରଥମେ ସେ ଟିଭି ଦୁନିଆରେ ପଦାର୍ପଣ କରିଥିଲେ । ଏହାପରେ ସେ ମଣି ରତ୍ନମଙ୍କ ତାମିଲ ରୋମାଣ୍ଟିକ ଫିଲ୍ମ ‘ଆଲାଇପାୟୁଥୀ’ ଜରିଆରେ ସାଉଥ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ । ପରେ ବଲିଉଡକୁ ଦେଇଥିଲେ ଅନେକ ହିଟ୍ ଫିଲ୍ମ । ଏହି କ୍ରମରେ ସାମିଲ ଅଛି ‘ରହେନା ହେ ତେରେ ଦିଲ ମେଁ’, ‘3 ଇଡିଇଟ୍ସ’, ‘ତନୁ ୱେଡ୍ସ ମନୁ’ ଭଳି ଫିଲ୍ମ । ସେହିପରି ତାଙ୍କ ଅଭିନୀତ ଫିଲ୍ମ ‘ବିକ୍ରମ ବେଦା’କୁ ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି ଦର୍ଶକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.