ETV Bharat / sitara

କୋରୋନା ରିପୋର୍ଟ ଅପେକ୍ଷାରେ କାର୍ତ୍ତିକ, ଲେଖିଲେ ନେଗେଟିଭ ନା ପଜିଟିଭ ?

author img

By

Published : Apr 5, 2021, 10:45 AM IST

ଭାଇରାଲ ହେଲା କାର୍ତ୍ତିକଙ୍କ ଇନଷ୍ଟାଗ୍ରାମ ପୋଷ୍ଟ । କୋରୋନା ରିପୋର୍ଟ ଅପେକ୍ଷାରେ ଅଛନ୍ତି ଅଭିନେତା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାର୍ତ୍ତିକ ଆର୍ୟନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାର୍ତ୍ତିକ ଆର୍ୟନ

ମୁମ୍ବାଇ: ନିକଟରେ କୋରୋନା ସଂକ୍ରମିତ ହୋଇଥିଲେ ବି-ଟାଉନର କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ୟନ । ହୋମ କ୍ବାରେଣ୍ଟାଇନରେ ଥିବା କାର୍ତ୍ତିକ ବର୍ତ୍ତମାନ କୋରୋନା ରିପୋର୍ଟ ଅପେକ୍ଷାରେ ଅଛନ୍ତି । ଆଉ ଯାହାକୁ ନେଇ ସୋସିଆଲ ମିଡିଆରେ ମଜାଦାର କଥା ସେୟାର କରିଛନ୍ତି ।

ସେ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ‘ଆଉ କିଛି ସମୟ ପରେ ରିପୋର୍ଟ ଆସିବ । ନେଗେଟିଭ ନା ପଜିଟିଭ।’ ସେପଟେ ଅନେକ ଫ୍ୟାନ୍ସ କମେଣ୍ଟରେ ନେଗେଟିଭ ଲେଖିଛନ୍ତି । ହେଲେ ଏଯାବତ ତାଙ୍କ ରିପୋର୍ଟକୁ ନେଇ ଅଧିକ ସୂଚନା ମିଳିନାହିଁ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାର୍ତ୍ତିକ ଆର୍ୟନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାର୍ତ୍ତିକ ଆର୍ୟନ

ପ୍ରକାଶ ଥାଉକି ଗତ ମାର୍ଚ୍ଚ 22ରେ ନିଜର ଅପକମିଂ ଫିଲ୍ମ ‘ଭୁଲ ଭୁଲୈୟା 2’ର ସୁଟିଂ ସମୟରେ କୋରୋନା ଆକ୍ରାନ୍ତ ହୋଇଥିଲେ ଅଭିନେତା । କେବଳ କାର୍ତ୍ତିକ ନୁହେଁ ଏଯାବତ ଅନେକ ବଲିଉଡ ସେଲିବ୍ରିଟି କୋରୋନା ସଂକ୍ରମିତ ହୋଇସାରିଲେଣି । ରବିବାର ଅକ୍ଷୟ କୁମାରଙ୍କ କୋରୋନା ରିପୋର୍ଟ ପଜିଟିଭ ବାହାରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.