ମୁମ୍ବାଇ: କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ୟନଙ୍କୁ ନେଇ ଗୁଡନ୍ୟୁଜ ସାମ୍ନାକୁ ଆସିଛି । ଯାହା ଶୁଣି ଖୁସି ହୋଇଯିବେ ଫ୍ୟାନ୍ସ । କାରଣ ତାଙ୍କ ହାତରେ ଲାଗିଛି ନୂଆ ପ୍ରୋଜେକ୍ଟ । ଆଜ୍ଞା ହଁ, ସେ ନିର୍ମାତା ରାମ ମାଧବାନିଙ୍କ ଅପକମିଂ ଥ୍ରିଲର ଫିଲ୍ମ ‘ଧମାକା’ରେ ସାମିଲ ହୋଇଛନ୍ତି । ଫିଲ୍ମର ପ୍ରଯୋଜନା ଦାୟିତ୍ବ ରୋନି ସ୍କ୍ରୁୱାଲା ସମ୍ବାଳୁଥିବା ବେଳେ ଆରଏସଭିପି ଓ ରାମ ମାଧବାନିଙ୍କ ଫିଲ୍ମସ ଏହାର ସହ-ପ୍ରଯୋଜନା କରୁଛନ୍ତି । ସେପଟେ କାର୍ତ୍ତିକ ମଧ୍ୟ ଫିଲ୍ମକୁ ନେଇ ଏକ୍ସାଇଟେଡ ଅଛନ୍ତି । ସେ ରାମଙ୍କ ଫିଲ୍ମରେ ଜଣେ ସାମ୍ବାଦିକ ରୂପେ ନଜର ଆସିବାକୁ ନେଇ ଉତ୍ସାହିତ । ଯିଏ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଲାଇଭ ବ୍ରଡକାଷ୍ଟ କରିବାକୁ ନିଜ ଜୀବନ ବାଜିରେ ଲଗାଇ ଦେଇଥିବେ ।
ଏହି ଅବସରରେ ସେ କହିଛନ୍ତି, ‘ଏହା ମୋ ପାଇଁ ଏକ ଚମତ୍କାର ସ୍କ୍ରିପ୍ଟ ଏବଂ କାହାଣୀ ମାଧ୍ୟମରେ ମୋତେ ମୋ ଆସନର ଧାରରେ ରଖିଥିଲା । ମୁଁ ଜାଣିଥିଲି ଏହା ହେଉଛି ସେହି ସ୍କ୍ରିପ୍ଟ ଯାହା ମୋତେ ଜଣେ ଅଭିନେତା ଭାବରେ ମୋର ଏକ ଭିନ୍ନ ଦିଗ ଅନୁସନ୍ଧାନ କରିବାର ସୁଯୋଗ ଦେବ । ମୁଁ ବର୍ତ୍ତମାନ ନିଜକୁ ରୋକିପାରୁନାହଁ ରାମଙ୍କ ଦୁନିଆରେ ପ୍ରବେଶ କରିବାକୁ । ଯାହାଙ୍କ ଭିଜନକୁ ମୁଁ ପରଦାରେ ବଞ୍ଚିବି । ଏହା ମଧ୍ୟ ପ୍ରଥମ ଥର ମୁଁ ରୋନି ଏବଂ ଆରଏସଭିପି ସହିତ ସହଯୋଗ କରୁଛି ଏବଂ ମୁଁ ଏହି ଯାତ୍ରାକୁ ଅପେକ୍ଷା କରିଛି ।’
- " class="align-text-top noRightClick twitterSection" data="
">
ସେପଟେ ମାଧବାନି କହିଛନ୍ତି, ‘ଯଦିଓ ଏହାର ଆରମ୍ଭରେ ଏକ ଥ୍ରିଲର କାହାଣୀକୁ ପର୍ଯ୍ୟବେଶିତ କରାଯାଇଛି ତେବେ ସ୍କ୍ରିନରେ ଅନେକ ଭାବନା ଏବଂ ଡ୍ରାମା ଦେଖିବାକୁ ପାଇବେ ଦର୍ଶକ । ଏହି ଫିଲ୍ମ ପାଇଁ ନିର୍ଦ୍ଦିଷ୍ଟ ପରିମାଣରେ ଜଣେ ଯୁବ ଅଭିନେତାଙ୍କର ଆବଶ୍ୟକ ଥିଲା । ଆଉ ଏଥିପାଇଁ କାର୍ତ୍ତିକ ଫିଟ୍ ବୋଲି ଆମେ ବିଶ୍ବାସ କରୁଛୁ ।’
ପ୍ରକାଶ ଥାଉକି ଡିସେମ୍ବରରେ ଫିଲ୍ମର ସୁଟିଂ ଆରମ୍ଭ ହେବ । ସେହିପରି ଆସନ୍ତା ବର୍ଷ ଫିଲ୍ମ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ । ଏଯାବତ ଫିଲ୍ମର ଅନ୍ୟ ଷ୍ଟାରକାଷ୍ଟଙ୍କ ଖୁଲାସା ହୋଇନାହିଁ ।
@IANS