ମୁମ୍ବାଇ: ବଲିଉଡର ଦୁଇ କ୍ରିଏଟିଭ ବ୍ୟକ୍ତି ଏବେ ଏକାଠି କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି । ‘ରକ ଅନ’, ‘କାୟ ପୋ ଛେ’ଓ ‘କେଦାରନାଥ’ ଭଳି ସଫଳ ଫିଲ୍ମ ନିର୍ମାଣ କରିଥିବା ଅଭିଷେକ କପୁର ଓ ଟ୍ୟାଲେଣ୍ଟେଡ ଆକ୍ଟର ଆୟୁଷ୍ମାନ ଖୁରାନା ପ୍ରଥମଥର ଏକାଠି କାମ କରିବାକୁ ଯାଉଛନ୍ତି । ଯାହାକୁ ନେଇ ଏକ୍ସାଇଟେଡ ଦର୍ଶକ । ଉତ୍ତର ଭାରତ କାହାଣୀ ଉପରେ ନିର୍ମାଣ ହେବାକୁ ଯାଉଥିବା ଏହି ଫିଲ୍ମର ଟାଇଟେଲର ଖୁଲାସା ଏଯାବତ ହୋଇନାହିଁ । ହେଲେ ଶୁଣିବାକୁ ମିଳୁଛି ଯେ ଅକ୍ଟୋବରରେ ଫିଲ୍ମର ସୁଟିଂ ଆରମ୍ଭ ହେବ ।
ଏହି ଅବସରରେ ଅଭିଷେକ ନିକଟରେ କହିଥିଲେ, ‘ମୁଁ ଆଉ ଆୟୁଷ୍ମାନ ଖାସ୍ ସିନେମା ପାଇଁ ଫେମସ । ଆମ ଦୁଇଜଣଙ୍କ ଏହି ଆଗାମୀ ଫିଲ୍ମ ଖାସ୍ ହେବାକୁ ବି ଯାଉଛି। ଆମର ଇଚ୍ଛା ଅଛି ଯେ ପୂର୍ବ ପରି ଦର୍ଶକ ସିନେମାହଲ ଆସନ୍ତୁ ଆଉ ଏକ ସମୁଦାୟ ରୂପେ ଫିଲ୍ମ ଦେଖନ୍ତୁ । ଯାହା ପାଇଁ ଆମେ କୌଣସି ସୁଯୋଗ ଛାଡିବୁ ନାହିଁ । ଏହି ଫିଲ୍ମ ଜରିଆରେ ଆମେ ଦର୍ଶକଙ୍କର ଭରପୁର ମନୋରଞ୍ଜନ କରିବୁ ।’
ପ୍ରକାଶ ଥାଉକି ଆୟୁଷ୍ମାନଙ୍କ ଏହି ଫିଲ୍ମରେ ନୂଆ ଅବତାର ଦେଖିବାକୁ ମିଳିବ । ସେ କ୍ରସ-ଫିକ୍ସନାଲ ଆଥଲିଟ ଭୂମିକାରେ ଅଭିନୟ କରୁଥିବାର ଦେଖାଯିବେ । ଯାହାପାଇଁ ସେ ଏବେଠୁ ଫିଜକାଲ ଟ୍ରାନ୍ସଫର୍ମ କରିବା ଆରମ୍ଭ କରିଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ