ETV Bharat / sitara

ସିନେମାହଲ ଖୋଲିବା ସମର୍ଥନରେ ଅପାରଶକ୍ତି, ବାଣ୍ଟିଲେ ପ୍ରଥମ ଫିଲ୍ମ ଦେଖିବା ଅନୁଭୂତି - ଦେଶରେ ଅନଲକ 4.0 ପ୍ରକ୍ରିୟା ଆରମ୍ଭ

ଚର୍ଚ୍ଚାରେ ଅପାରଶକ୍ତି ଖୁରାନା । ସେ ସିନେମାହଲ ମାଲିକଙ୍କ ଦୁଃଖ, ଓଟିଟି ପ୍ଲାଟଫର୍ମରେ ଫିଲ୍ମ ଦେଖିବା ଅନୁଭୂତି ଓ ଭାଇ ଆୟୁଷ୍ମାନ ଖୁରାନାଙ୍କ ସହ ସିନେମାହଲରେ ଦେଖିଥିବା ପ୍ରଥମ ଫିଲ୍ମ ବିଷୟରେ ଆଲୋଚନା କରିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅପାରଶକ୍ତି ଖୁରାନା

author img

By

Published : Sep 1, 2020, 7:01 PM IST

ମୁମ୍ବାଇ: ଦେଶରେ ଅନଲକ 4.0 ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଯାହାଦ୍ବାରା ଦେଶବାସୀଙ୍କୁ ଅନେକ ଜିନିଷରେ ଆଶ୍ବସ୍ତି ମିଳିଛି । ଗତ ରବିବାର ସରକାର ଅନଲକ 4.0ର ଘୋଷଣା କରିଥିଲେ । ହେଲେ ସିନେ ପ୍ରେମୀଙ୍କ ପାଇଁ ଏଯାବତ ଖୁସି ଖବର ସାମ୍ନାକୁ ଆସିନାହିଁ । କାରଣ ଅନଲକ 4.0ରେ ମଧ୍ୟ ସିନେମାହଲ ଦେଶରେ ଖୋଲି ନାହିଁ । କୋରୋନା ପ୍ରଭାବରେ ଅଧିକ କ୍ଷତି ଘଟିଛି ସିନେ ଜଗତରେ । ଫିଲ୍ମ ମେକର୍ସଙ୍କଠୁ ନେଇ ସିନେମାହଲ ମାଲିକ ପର୍ଯ୍ୟନ୍ତଙ୍କୁ ସହିବାକୁ ପଡୁଛି କ୍ଷତି । ଯାହାକୁ ଆଧାର କରି ସୋସିଆଲ ମିଡିଆରେ ବର୍ତ୍ତମାନ ଅନେକ ସିନେମାହଲ ମାଲିକ ‘#ସୋପର୍ଟମୁଭିଥିୟଟର୍ସ’ ଓ ‘#ସେଭସିନେମା’ ଟ୍ରେଣ୍ଡ କରାଇଛନ୍ତି । ଏହାର ସମର୍ଥନ କରି ଫେମସ ଅଭିନେତା ତଥା ଆୟୁଷ୍ମାନ ଖୁରାନାଙ୍କ ଭାଇ ଅପାରଶକ୍ତି ଖୁରାନା ନିଜ ପ୍ରତିକ୍ରିୟା ଦେଇଛନ୍ତି ।

ସେ ସାକ୍ଷାତକାରରେ କହିଛନ୍ତି, ‘ମୁଁ ବର୍ତ୍ତମାନ ଡିଜିଟାଲ ପ୍ଲାଟଫର୍ମରେ ଫିଲ୍ମ ଦେଖି ସମୟ ବିତାଉଛନ୍ତି । ହେଲେ ସିନେମାହଲରେ ଫିଲ୍ମ ଦେଖିବାକୁ ମୁଁ ଖୁବ୍ ମିସ୍ ମଧ୍ୟ କରୁଛନ୍ତି । ମୁଁ ହୋମ କ୍ବାରେଣ୍ଟାଇନ ସମୟରେ ଅଧିକାଂଶ ଫିଲ୍ମ ଓଟିଟି ପ୍ଲାଟଫର୍ମରେ ଦେଖିଥିଲେ । ହେଲେ ବିଗ ସ୍କ୍ରିନରେ ଫିଲ୍ମ ଦେଖିବାର ମଜା ଓଟିଟି ପ୍ଲାଟଫର୍ମରେ ମତେ ମିଳିନାହିଁ ।’

ଖାଲି ଏତିକି ନୁହେଁ ତାଙ୍କୁ ସାକ୍ଷାତକାରରେ ପଚରାଯାଉଥିଲେ ଯେ ସେ ଥିଏଟରରେ ପୁଣିଥରେ କାମ ଆରମ୍ଭ କରିବାକୁ ଚାହୁଁଛନ୍ତି କି ନାହିଁ । ଏହାର ଜବାବରେ ସେ କହିଥିଲେ, ‘ହଁ ମୁଁ ଚାହୁଁଛି କାମ କରିବାକୁ । ହେଲେ ବର୍ତ୍ତମାନ ପରିସ୍ଥିତି ଦେଖି ସମସ୍ତଙ୍କ ସୁରକ୍ଷା ଚିନ୍ତା ମଧ୍ୟ କରୁଛି । ମୁଁ ଅପେକ୍ଷା କରିବି ସବୁ ଜିନିଷ ପୂର୍ବ ପରି ଠିକ୍ ହେବା ପର୍ଯ୍ୟନ୍ତ ।’ ଏହା ବ୍ୟତୀତ ସେ ସିନେମାହଲ ମାଲିକଙ୍କ ପାଇଁ ଦୁଃଖ ପ୍ରକାଶ ମଧ୍ୟ କରିଥିଲେ ।

ପ୍ରକାଶ ଥାଉକି ନିଜ ଭାଇ ଆୟୁଷ୍ମାନଙ୍କ ସହ ସେ ସିନେମାହଲରେ ପ୍ରଥମ ଫିଲ୍ମ ରୂପେ ସୁପରହିଟ୍ ଫିଲ୍ମ ‘ତେଜାବ’ ଦେଖିଥିଲେ । ହେଲେ ସେହି ଅନୁଭୂତି ଏବେ ତାଙ୍କର ଆଉ ମନେ ନାହିଁ । କିନ୍ତୁ ଭାଇ ସବୁବେଳେ ତାଙ୍କୁ କୁହନ୍ତି ଯେ ସେ ଫିଲ୍ମ ଦେଖି ବହୁତ କାନ୍ଦି ଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.