ETV Bharat / sitara

‘ଦୃଶ୍ୟମ 2’ରେ ପୁଣି ଅଜୟ-ତବ୍ବୁଙ୍କ ଆକ୍ସନ ଅବତାର

author img

By

Published : Feb 25, 2021, 12:35 PM IST

ବର୍ତ୍ତମାନ ସିକ୍ବେଲ ଓ ରିମେକ ଫିଲ୍ମର ଯୁଗ । 2015ରେ ଆସିଥିବା ଆକ୍ସନ, ଥ୍ରିଲର ଫିଲ୍ମ ‘ଦୃଶ୍ୟମ’କୁ ନେଇ ନୂଆ ଚର୍ଚ୍ଚା । ଅଜୟ ଓ ତବ୍ବୁ ନେଇ ଫେରିବେ ଏହାର ସିକ୍ବେଲ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ଗତ 19 ତାରିଖରେ ମୋହନାଲାଲଙ୍କ ଅଭିନୀତ ଫିଲ୍ମ ‘ଦୃଶ୍ୟମ 2’ ରିଲିଜ ହୋଇଥିଲା । ଫିଲ୍ମଟିକୁ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ରିଲିଜ କରାଯାଇଥିଲା । ଏହି ଫିଲ୍ମର ହିନ୍ଦୀ ରିମେକ ମଧ୍ୟ ଦେଖିସାରିଛନ୍ତି ଦର୍ଶକ । ଯେଉଁଥିରେ ବି-ଟାଉନର ସିଂଘମ ଅଜୟ ଦେବଗନ ଓ ତବ୍ବୁଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଥିଲା । ଇତିମଧ୍ୟରେ ଏହାର ହିନ୍ଦୀ ସିକ୍ବେଲକୁ ନେଇ ଚର୍ଚ୍ଚା ।

ଯଦି ସବୁ କିଛି ଠିକ୍ ରହିଲା ତେବେ ‘ଦୃଶ୍ୟମ 2’ରେ ମଧ୍ୟ ଅଭିନୟ କରିବେ ଅଜୟ ଓ ତବ୍ବୁ। ସେହିପରି ମାଲାୟାଲମ୍ ପ୍ରଯୋଜକ କୁମାର ମଙ୍ଗତ ହିନ୍ଦୀ ‘ଦୃଶ୍ୟମ 2’ର ପ୍ରଯୋଜନା କରିବେ ବୋଲି ଶୁଣିବାକୁ ମିଳୁଛି ।

ଖାଲି ଏତିକି ନୁହେଁ ଅଜୟ ଏବଂ ତବ୍ବୁ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ସହମତ ଅଛନ୍ତି। ବାଲାନ୍ସ କାଷ୍ଟ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ମୂଳ ପ୍ରଯୋଜକଙ୍କ ଠାରୁ ଅଧିକାର କିଣିବାର କାଗଜପତ୍ର ପ୍ରାୟ ହୋଇସାରିଛି। ହେଲେ ଅଜୟ ଓ ତବ୍ବୁ ଫିଲ୍ମକୁ ନେଇ ଏଯାବତ କୌଣସି ଘୋଷଣା କରିନାହାଁନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.