ମୁମ୍ବାଇ: ରାଜ କୁନ୍ଦ୍ରାଙ୍କ ଗିରଫଦାରୀ ପରେ ଏବେ ଖୁଲାସା ଉପରେ ହେଉଛି ଖୁଲାସା । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅଭିନେତ୍ରୀ ପୁନମ ପାଣ୍ଡେଙ୍କର ଏକ ଭିଡିଓ । ଏଥିରେ ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଥିବା ନଜର ଆସିଛନ୍ତି ପୁନମ ।
ବର୍ତ୍ତମାନ ମୁମ୍ବାଇ ପୋଲିର ହେପାଜତରେ ଅଛନ୍ତି ରାଜ । ଅଶ୍ଳୀଳ ଫିଲ୍ମ ସୁଟିଂ ଇଭିଯୋଗରେ ରାଜଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚ ।
ଭାଇରାଲ ହେଉଥିବା ଭିଡିଓରେ ପୁଣମ ପାଣ୍ଡେ କହିଛନ୍ତି, 'ଧମକ ଦିଆଯାଉଥିଲା ଯେ ମୋତେ ତାଙ୍କ ଚୁକ୍ତିନାମା ସ୍ବାକ୍ଷର କରିବାକୁ ପଡିବ। ଯେପରି କହୁଛନ୍ତି ସେପରି ସୁଟିଂ କରିବାକୁ ପଡିବ, ନଚେତ ସେ ମୋର ବ୍ୟକ୍ତିଗତ ଜିନିଷ କରିଦେବେ ଲିକ୍ । ଆଉ ମୁଁ ନକରିବା ପରେ, ମୋ ଫୋନ ନମ୍ବର ଇଣ୍ଟରନେଟରେ ଲିକ ହେଲା । ଯେତେବେଳେ ମୁଁ ଡିଲ୍ରେ ଦସ୍ତଖତ କରିବାକୁ ମନା କଲି, ସେମାନେ ମୋ ଫୋନ ନମ୍ବର ଲିକ କରିଦେଲେ' ।
ସେ ଆହୁରି ମଧ୍ୟ କହିଛନ୍ତି, 'ଏହା ପରେ ମୋ ଫୋନ ଅନବରତ ବାଜିଲା। ଚାରିଆଡୁ ମୋ ପାଖକୁ କଲ ଆସୁଥିଲା । ଧମକପୂର୍ଣ୍ଣ ବାର୍ତ୍ତା ଆସୁଥିଲା। ମୁଁ ମୋ ଘରେ ନଥିଲି । ମୁଁ ଘରୁ ବାହାରି ଆସିଥିଲି । କାଳେ କିଛି ଘଟିବ ସେନେଇ ମୁଁ କେବଳ ଭୟଭୀତ ଥିଲି' ।
ଅଭିନେତ୍ରୀ କହିଛନ୍ତି, 'ମୋର ଓକିଲଙ୍କ ମନା ସତ୍ତ୍ବେ ମୁଁ ଏହି ବିବୃତ୍ତି ଦେଉଛି ଯେ ମୁଁ ଜଣେ ଜଣାଶୁଣା ଅଭିନେତ୍ରୀ ହୋଇବି ଯଦି ରାଜ କୁନ୍ଦ୍ରା ମୋ ସହ ଏହା କରିପାରିଲେ, ତାହେଲେ ଅନ୍ୟମାନଙ୍କ ବିଷୟରେ କ’ଣ ହେବ? ଏହାର ପୂର୍ଣ୍ଣଛେଦ କେଉଁଠାରେ ପଡିବ, ତାହା ବିଚାର କରିବା ସମ୍ଭବ ନୁହେଁ ।
ଅନ୍ୟପକ୍ଷେ ପୀଡିତାମାନଙ୍କୁ ସାମ୍ନାକୁ ଆସି ସ୍ବର ଉଠାଇବାକୁ ଅନୁରୋଧ କରିଛନ୍ତି ପୁନମ । ସେପଟେ ମୁମ୍ବାଇ ପୋଲିସ ମଧ୍ୟ ପୀଡିତାଙ୍କ ଆଗକୁ ଆସି ଅଭିଯୋଗ କଲେ ତଦନ୍ତରେ ସହଯୋଗ ମିଳବ ବୋଲି କହିଛି ।