ହାଇଦ୍ରାବାଦ: କଣ୍ଟେଣ୍ଟ କ୍ରିଏଟର ତଥା ଅଭିନେତ୍ରୀ ପୁନମ୍ ପାଣ୍ଡେଙ୍କର ଆଜି ଜନ୍ମଦିନ । ପୁନମ୍ ପାଣ୍ଡେ 1991 ମାର୍ଚ୍ଚ 11ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ସାଧାରଣ ମଧ୍ଯବିତ୍ତ ପରିବାରରେ ପୁନମ୍ଙ୍କର ଜନ୍ମ । ସେ ଇରୋଟିକ୍ ଭିଡିଓ ପ୍ରସ୍ତୁତ କରନ୍ତି ଏବଂ ତାହାକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରନ୍ତି । କହିବାକୁ ଗଲେ, ପୁନମ୍ ତାଙ୍କ କାର୍ଯ୍ୟ ଯୋଗୁ କମ୍ ବରଂ ଆଡଲ୍ଟ ଭିଡିଓ ଏବଂ ବିବାଦୀୟ ବୟାନ ଯୋଗୁ ଅଧିକ ଚର୍ଚ୍ଚାରେ ରହିଥାନ୍ତି ।
ପୁନମଙ୍କୁ ଯେତେବେଳେ 18 ବର୍ଷ ବୟସ ହୋଇଥିଲା, ସେ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ । ସେ ଦିଲ୍ଲୀରେ ନିଜ ପାଠ ପଢା ଶେଷ କରିଥିଲେ । ପୁନମଙ୍କୁ ମଡେଲିଂ ଦୁନିଆରେ ପରିଚୟ 2011 ମସିହାରେ 'କ୍ୟାଲେଣ୍ଡର ଗର୍ଲ'ର ଏକ ମଡେଲ ଭାବରେ ମିଳିଲା । ଏହା ବ୍ୟତୀତ, ସେ ଗ୍ଲାଡ୍ରାଗ୍ସ 2010ର ଶ୍ରେଷ୍ଠ ଆଠ ପ୍ରତିଯୋଗୀଙ୍କ ମଧ୍ୟରେ ଥିଲେ । ତାଙ୍କ ମଡେଲିଂ ଦିନରେ ପୁନମ୍ ଅନେକ ଫ୍ୟାଶନ୍ ମାଗାଜିନ ପାଇଁ ସୁଟ୍ କରିଥିଲେ ।
ପୁନମ ପାଣ୍ଡେଙ୍କ ପିତାଙ୍କ ନାମ ଶୋଭନାଥ ପାଣ୍ଡେ ଏବଂ ମାଆଙ୍କ ନାମ ବିଦ୍ୟା ପାଣ୍ଡେ। ତାଙ୍କ ପରିବାରରେ ଏକ ଭଉଣୀ ଏବଂ ଭାଇ ବଞ୍ଚିଛନ୍ତି । ଦିଲ୍ଲୀରେ ପୁନମଙ୍କ ପିତାଙ୍କର ଏକ ବ୍ୟବସାୟ ଅଛି । ପ୍ରଶ୍ନ ଉଠିଛି ଯେ, ସାଧାରଣ ପରିବାରରେ ଜନ୍ମିତ ପୁନମ୍ ଶେଷରେ ଆଡଲ୍ଟ ଚଳଚ୍ଚିତ୍ର ନିର୍ମାଣ ଦିଗରେ କେମିତି ଆଗକୁ ବଢିଲେ । ଏହା ପଛର କାରଣ ପୁନମ ନିଜେ କହିଛନ୍ତି।
ଏହା ବି ପଢନ୍ତୁ: କଙ୍ଗନା ରଣାଓ୍ବତଙ୍କ Lock Uppରେ ବିବାଦୀୟ ବୋଲ୍ଡ ପ୍ରତିଯୋଗୀ ପୁନମ୍ ପାଣ୍ଡେ
ପୁନମ୍ କହିଥିଲେ, ଯେତେବେଳେ ମୁଁ ଇଣ୍ଡଷ୍ଟ୍ରିରେ ଆସିଲି, କିଛି ଲୋକ ମୋତେ କହିଥିଲେ ଯେ ଆପଣ ଏପରି କିଛି କର ଯାହାଦ୍ବାରା ଆପଣ ତୁରନ୍ତ ହିଟ୍ ହୋଇଯିବ । ଆପଣଙ୍କୁ କଣ୍ଟ୍ରୋଭର୍ସି ବି କରିବା ଉଚିତ୍ । ବାସ୍ କେବଳ ସେହି ଲୋକଙ୍କ କଥା ଶୁଣି ମୁଁ ଏମିତି କରିବା ଆରମ୍ଭ କରିଦେଲି । ତଥାପି, ଧୀରେ ଧୀରେ ଏବେ ମୁଁ ବୁଦ୍ଧି ଶିଖୁଛି। କଣ୍ଟ୍ରୋଭର୍ସିରୁ ଯେଉଁ ଫେମ୍ ଆସେ, ତାହା 15 ମିନିଟର ହୋଇଥାଏ ।
ଇରୋଟିକ୍ ଭିଡିଓ ତିଆରି କରି ଟଙ୍କା ରୋଜଗାର କରନ୍ତି ପୁନମ୍
ଯେତେବେଳେ ପୁନମ୍ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କଲେ, ସେ ଜଣେ ଅଭିନେତ୍ରୀ ହେବାର ସ୍ବପ୍ନ ଦେଖିଲେ, କିନ୍ତୁ ଏଠାରେ ତାଙ୍କୁ କୌଣସି ବିଶେଷ ଅଫର ମିଳିଲାନି । ଏହା ପରେ ପୁନମ୍ କେବଳ ମଡେଲିଂ ମାଧ୍ୟମରେ ଟଙ୍କା ରୋଜଗାର କରିବା ଆରମ୍ଭ କଲେ । ଧୀରେ ଧୀରେ ସୋସିଆଲ ମିଡିଆରେ ତାଙ୍କର ପ୍ରଶଂସକ ବଢିବାରେ ଲାଗିଲେ । ବର୍ତ୍ତମାନ ସେ ଇରୋଟିକ୍ ଭିଡିଓ ତିଆରି କରି ଟଙ୍କା ରୋଜଗାର କରୁଛନ୍ତି । ପୁନମ୍ ଲକ୍ଅପ୍ ସୋ' ସମୟରେ କହିଥିଲେ, ଲୋକମାନେ ଯାହା କୁହନ୍ତି ସେଥିପ୍ରତି ସେ ଧ୍ୟାନ ଦିଅନ୍ତି ନାହିଁ, ସେ ନିଜ ଜୀବନକୁ ନିଜ ସର୍ତ୍ତରେ ବଞ୍ଚିବାକୁ ପସନ୍ଦ କରନ୍ତି ।
ପୁନମ୍ ନିଜକୁ ଚର୍ଚ୍ଚାରେ ଆଣିବାକୁ ଥରେ କହିଥିଲେ ଯେ, ମୋର ୱେବସାଇଟ୍ ହ୍ୟାକ୍ ହୋଇଯାଇଛି । ସେ କହିଥିଲେ ମୋ ୱେବସାଇଟରେ ମୋର ଯେଉଁ ପର୍ଣ୍ଣ ଫଟୋ ଅଛି ମୁଁ ଅପଲୋଡ୍ କରି ନାହିଁ। କିନ୍ତୁ ପରେ ଏହାର ଗୋଟେ ଫାଇଦା ହେଲା କି, ବହୁ ସଂଖ୍ୟକ ଲୋକ ପୁନମଙ୍କ ସାଇଟକୁ ସର୍ଚ୍ଚ କରିଥିଲେ ଆଉ ଏବେ ବି କରୁଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ