ETV Bharat / sitara

ବିବେକଙ୍କ ଶାନଦାର ଦେଶଭକ୍ତି, ଆସିଲା ମୋଦି ବାୟୋପିକର ପ୍ରଥମ ଗୀତ

ଚର୍ଚ୍ଚାରେ 'ପିଏମ ନରେନ୍ଦ୍ର ମୋଦି'ଙ୍କ ବାୟୋପିକ । ଫିଲ୍ମଟି ଏପ୍ରିଲ 5ରେ ପରଦାରେ ରିଲିଜ ହେବାକୁ ଯାଉଛନ୍ତି । ଇତିମଧ୍ୟରେ ରିଲିଜ ହୋଇଯାଇଛି ଫିଲ୍ମର ପ୍ରଥମ ଦେଶାତ୍ମବୋଧକ ଗୀତ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ବିବେକ ଓବରାୟ
author img

By

Published : Mar 23, 2019, 7:06 PM IST

ନୂଆଦିଲ୍ଲୀ: ଏହି ସମୟରେ ପୁରା ଦେଶର ନଜର 17ତମ ଲୋକସଭା ନିର୍ବାଚନରେ ଉପରେ ରହିଛି । ଏହାସହ ନିର୍ବାଚନ ପୂର୍ବରୁ ରିଲିଜ ହେବାକୁ ଯାଉଥିବା 'ପିଏମ ନରେନ୍ଦ୍ର ମୋଦି' ବାୟୋପିକକୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚା ଚାଲିଛି । ଫିଲ୍ମଟି ଏପ୍ରିଲ 5ରେ ରିଲିଜ କରିବାର ନିଷ୍ପତ୍ତି ନେଇଛନ୍ତି ମେକର୍ସ । କିଛି ଦିନ ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଟ୍ରେଲର ଖୁବ୍ ଭାଇରାଲ ମଧ୍ୟ ହୋଇଥିଲା ।

ଇତିମଧ୍ୟରେ ଫିଲ୍ମର ପ୍ରଥମ ଦେଶାତ୍ମବୋଧକ ଗୀତ ମଧ୍ୟ ରିଲିଜ ହୋଇଯାଇଛି । ଗୀତଟି କୌଣସି ଦେଶଭକ୍ତି ମଣିଷକୁ ଇମୋଶନାଲ କରିଦେବ ।

ଗୀତରେ ଅଭିନେତା ବିବେକ ଓବରାୟ ନିଜ ଚରିତ୍ରକୁ ଜୀବନ୍ତ କରିଦେଇଥିବା ନଜର ଆସୁଛନ୍ତି । ସେହିଠାରେ ଗାୟକ ସୁଖଭିନ୍ଦର ସିଂହ ଓ ଶଶି ସୁମନଙ୍କ ଜବରଦସ୍ତ କଣ୍ଠ ଗୀତକୁ ଆହୁରି ଶାନଦାର କରୁଛି । ଗୀତର ଶବ୍ଦ ହେଲା 'ସୌଗନ୍ଧ ମୁଝେ ଇସ ମିଟ୍ଟିକି ଏ ଦେଶ ନେହିଁ ଝୁକନେ ଦୁଙ୍ଗା' ।

ପ୍ରକାଶ ଥାଉକି ଫିଲ୍ମରେ ମୋଦିଙ୍କ ଚରିତ୍ରରେ ନଜର ଆସିବେ ବିବେକ । ଏହାସହ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତା ଶାହଙ୍କ ଚରିତ୍ରରେ ଦେଖାଯିବେ ଅଭିନେତା ମନୋଜ ଯୋଶୀ । ଏହି ଦୁଇ ଅଭିନେତାଙ୍କ ବ୍ୟତୀତ ଫିଲ୍ମରେ ଦର୍ଶନ କୁମାର, ବୋମନ ଇରାନୀ, ପ୍ରଶାନ୍ତ ନାରାୟଣନ, ଜରୀନା ୱହାବ, ବରଖା ବିଷ୍ଟ ସେନଗୁପ୍ତା, ଅଞ୍ଜନ ଶ୍ରୀବାସ୍ତବ, ଯତୀନ କାର୍ୟେକର, ରାଜେନ୍ଦ୍ର ଗୁପ୍ତା ଭଳି କଳାକାର ମୁଖ୍ୟ ଭୂମିକାରେ ଦେଖାଯିବେ ।

କିଛି ଦିନ ହେବ ଫିଲ୍ମକୁ ନେଇ ଖୁବ୍ ଆଲୋଚନା ଚାଲିଛି । କାରଣ ଦୁଇମାସ ପୂର୍ବରୁ ଘୋଷଣା ହୋଇଥିବା ଏହି ଫିଲ୍ମର ସୁଟିଂ ଶେଷ ହୋଇ ରିଲିଜ ପାଇଁ ପ୍ରସ୍ତୁତ ହୋଇସାରିଲାଣି । ଏହାକୁ ନେଇ ଆଶ୍ଚର୍ଯ୍ୟ ଦର୍ଶକ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.