ETV Bharat / sitara

ଭିଡରେ ଫସିଲେ ଆଶା, ସାହାଯ୍ୟ କଲେ ସ୍ମୃତି

ମୋଦିଙ୍କ ଶପଥ ସମାରୋହରୁ ଏକ ସୁନ୍ଦର ଅନୁଭୂତି ବଖାଣି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କର ଭୂୟସୀ ପ୍ରଶଂସା କରିଛନ୍ତି ପ୍ରଖ୍ୟାତ ଗାୟିକା ଆଶା ଭୋସଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ashabhosle
author img

By

Published : May 31, 2019, 1:18 PM IST

Updated : May 31, 2019, 2:57 PM IST

ନୂଆଦିଲ୍ଲୀ: ଗତକାଲି ଅର୍ଥାତ ମେ 30ରେ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ 7000ରୁ ଉର୍ଦ୍ଧ୍ବ ଅତିଥି । ଆଉ ସେମାନଙ୍କ ମଧ୍ୟରୁ ପ୍ରଖ୍ୟାତ ଗାୟିକା ଆଶା ଭୋସଲେ ଅନ୍ୟତମ । କିନ୍ତୁ ଶପଥ ସମାରୋହ ପରେ ଭିଡରେ ଫସିଯାଇଥିଲେ ଆଶା, ଆଉ ଏହା ଦେଖି ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ସ୍ମୃତି ଇରାନୀ ।

modi oath
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ashabhosle

ପ୍ରକାଶ ଥାଉକି, ଶପଥ ସମାରୋହ ପରେ ଭିଡ ହେବାକୁ ଲାଗିଥିଲା । ଆଉ ଭିଡରେ ଫସିଯାଇଥିଲେ ଆଶା । କିନ୍ତୁ ଭିଡରୁ ବାହାରିବାକୁ ସେଠାରେ ତାଙ୍କୁ କେହି ସାହାଯ୍ୟ କରିନଥିଲେ । କିଛି ସମୟ ପରେ ସ୍ମୃତି ଏହା ଦେଖି ଆଶାଙ୍କୁ ଭିଡରୁ ବାହାର କରି ତାଙ୍କୁ ସୁରକ୍ଷିତ ଭାବରେ ଘରକୁ ପଠାଇବାର ପ୍ରବନ୍ଧ କରିଥିଲେ ।

ଆଜି ସକାଳେ ଆଶା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସ୍ମୃତିଙ୍କ ସହ ଗୋଟିଏ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ଶପଥ ଗ୍ରହଣ ଉତ୍ସବ ପରେ ଭିଡରେ ଫସିଯାଇଥିଲି । ସ୍ମୃତିଙ୍କ ବ୍ୟତୀତ ଆଉ କେହି ମୋତେ ସାହାଯ୍ୟ କରିବାକୁ ଆସିନଥିଲେ । ଯିଏକି ମୋତେ ଭିଡରୁ ବାହାର କରି ସୁରକ୍ଷିତ ଭାବରେ ଘରେ ପହଞ୍ଚିବାକୁ ସାହାଯ୍ୟ କରିଥିଲେ । ସେ ସମସ୍ତଙ୍କ କଥା ଚିନ୍ତା କରନ୍ତି, ସେଥିପାଇଁ ସେ ଜିତିଲେ ।’

ତେବେ ଆଶାଙ୍କର ଏହି ଟ୍ବିଟ ଦେଖି ସ୍ମୃତି ମଧ୍ୟ ତୁରନ୍ତ ଏହାର ଜବାବ ଦେଇଛନ୍ତି । ଜବାବରେ ସେ ନମସ୍କାରର ଇମୋଜୀ ପଠାଇଥିବାର ନଜର ଆସିଛି ।

Intro:Body:

ନୂଆଦିଲ୍ଲୀ: ଗତକାଲି ଅର୍ଥାତ ମେ 3ରେ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ 7000ରୁ ଉର୍ଦ୍ଧ୍ବ ଅତିଥି । ଆଉ ସେମାନଙ୍କ ମଧ୍ୟରୁ ପ୍ରଖ୍ୟାତ ଗାୟିକା ଆଶା ଭୋସଲେ ଅନ୍ୟତମ । କିନ୍ତୁ ଶପଥ ସମାରୋହ ପରେ ଭିଡରେ ଫସିଯାଇଥିଲେ ଆଶା, ଆଉ ଏହା ଦେଖି ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ସ୍ମୃତି ଇରାନୀ  ।

ପ୍ରକାଶ ଥାଉକି, ଶପଥ ସମାରୋହ ପରେ ଭିଡ ହେବାକୁ ଲାଗିଥିଲା । ଆଉ ଭିଡରେ ଫସିଯାଇଥିଲେ ଆଶା । କିନ୍ତୁ ଭିଡରୁ ବାହାରିବାକୁ ସେଠାରେ ତାଙ୍କୁ କେହି ସାହାଯ୍ୟ କରିନଥିଲେ । କିଛି ସମୟ ପରେ ସ୍ମୃତି ଏହା ଦେଖି ଆଶାଙ୍କୁ ଭିଡରୁ ବାହାର କରି ତାଙ୍କୁ ସୁରକ୍ଷିତ ଭାବରେ ଘରକୁ ପଠାଇବାର ପ୍ରବନ୍ଧ କରିଥିଲେ ।

ଆଜି ସକାଳେ ଆଶା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସ୍ମୃତିଙ୍କ ସହ ଗୋଟିଏ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ଶପଥ ଗ୍ରହଣ ଉତ୍ସବ ପରେ ଭିଡରେ ଫସିଯାଇଥିଲି । ସ୍ମୃତିଙ୍କ ବ୍ୟତୀତ ଆଉ କେହି ମୋତେ ସାହାଯ୍ୟ କରିବାକୁ ଆସିନଥିଲେ । ଯିଏକି ମୋତେ ଭିଡରୁ ବାହାର କରି ସୁରକ୍ଷିତ ଭାବରେ ଘରେ ପହଞ୍ଚିବାକୁ ସାହାଯ୍ୟ କରିଥିଲେ । ସେ ସମସ୍ତଙ୍କ କଥା ଚିନ୍ତା କରନ୍ତି, ସେଥିପାଇଁ ସେ ଜିତିଲେ ।’

ତେବେ ଆଶାଙ୍କର ଏହି ଟ୍ବିଟ ଦେଖି ସ୍ମୃତି ମଧ୍ୟ ତୁରନ୍ତ ଏହାର ଜବାବ ଦେଇଛନ୍ତି । ଜବାବରେ ସେ ନମସ୍କାରର ଇମୋଜୀ ପଠାଇଥିବାର ନଜର ଆସିଛି ।

Conclusion:
Last Updated : May 31, 2019, 2:57 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.