ଚେନ୍ନାଇ: ଅଗଷ୍ଟ 5ରେ ଫେମସ ସିଙ୍ଗର ବାଲସୁବ୍ରମଣ୍ୟମଙ୍କ କୋରୋନା ଟେଷ୍ଟ ପଜିଟିଭ ଆସିବା ପରେ ତାଙ୍କୁ ଚେନ୍ନାଇର ଏମଜିଏମ ହେଲଥ କେୟାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେ ଧୀରେ ଧୀରେ ସୁସ୍ଥ ମଧ୍ୟ ହେଉଥିଲେ । ହେଲେ ଶୁକ୍ରବାର ହଠାତ୍ ସେ ପୁଣି ଅସୁସ୍ଥ ହୋଇପଡିଥିଲେ ।

ବାଲସୁବ୍ରମଣ୍ୟମଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଇଣ୍ଟେନ୍ସିଭ୍ ମେଡିକାଲ୍ କେୟାର (ଆଇସିୟୁ) କୁ ସ୍ଥାନାନ୍ତର କରାଯାଇଥିଲା ଏବଂ ଏବେ ତାଙ୍କୁ ଇସିଏମଓ ସହାୟତା ପ୍ରଦାନ କରାଯାଉଛି । ବର୍ତ୍ତମାନ ଡାକ୍ତରଙ୍କ ସୂଚନା ଅନୁଯାୟୀ, ବାଲସୁବ୍ରମଣ୍ୟମଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ