ETV Bharat / sitara

ଜାମିଆ ମିଲିଆ ହିଂସା: ପ୍ରତିକ୍ରିୟା ରଖିଲେ ପରିଣୀତି - ପରିଣୀତି ଚୋପ୍ରାଙ୍କ ନୂଆ ଟ୍ବିଟ

ଜୋର ଧରିବାରେ ଲାଗିଛି ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟରେ ହିଂସା । ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ଲାଠିଚାର୍ଜକୁ ନିନ୍ଦା କରୁଛନ୍ତି ବଲିଉଡ ସେଲିବ୍ରିଟି । ଟ୍ବିଟ କରି ନିଜ ପ୍ରତିକ୍ରିୟା ରଖିବାରେ ଲାଗିଛନ୍ତି ଷ୍ଟାର୍ସ ।

parineeti chopra
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପରିଣୀତି ଚୋପ୍ରା
author img

By

Published : Dec 17, 2019, 6:12 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟରେ ଗତ 15 ତାରିଖରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରଦର୍ଶନ ଆରମ୍ଭ କରାଯାଇଥିଲା । ରବିବାର ବିଶ୍ବବିଦ୍ୟାଳୟରେ ହିଂସା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଦେଶରେ ଅସନ୍ତୋଷ ପ୍ରକାଶ ପାଇ ଥିବାବେଳେ ଅନ୍ୟ କିଛି ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସମର୍ଥନ କରୁଥିବାର ନଜର ଆସୁଛନ୍ତି ।

tweet-2
ଫଟୋ ସୌଜନ୍ୟ: ଟ୍ବିଟର@ପରିଣୀତି ଚୋପ୍ରା

ସେହିପରି ବଲିଉଡର କିଛି ଷ୍ଟାର୍ସ ମଧ୍ୟ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସମର୍ଥନରେ ବାହାରିଛନ୍ତି । ସର୍ବପ୍ରଥମେ ବଲିଉଡର ଚୁଲବୁଲି ଅଭିନେତ୍ରୀ ପରିଣୀତି ଚୋପ୍ରା ଛାତ୍ରଛାତ୍ରୀଙ୍କୁ ପୋଲିସର ଲାଠିଚାର୍ଜକୁ କଡା ନିନ୍ଦା କରିଛନ୍ତି ।

tweet-1
ଫଟୋ ସୌଜନ୍ୟ: ଟ୍ବିଟର@ରାଜକୁମାର ରାଓ

ସେ ଟ୍ବିଟ ଜରିଆରେ ଦେଶର ବର୍ତ୍ତମାନ ଅବସ୍ଥା ଉପରେ ଚିନ୍ତାବ୍ୟକ୍ତ କରିଛନ୍ତି । ଟ୍ବିଟରେ ସେ ଲେଖିଛନ୍ତି, ‘ଆମେ ଆମ ଦେଶକୁ ଗଣତାନ୍ତ୍ରିକ ଦେଶ କହିବା ବନ୍ଦ କରିଦେବା କଥା । ଯଦି ନାଗରିକ ନିଜ ଚିନ୍ତାଧାରା ରଖିବାରେ ଏପରି ହେଉଛି, ତେବେ CAAକୁ ଭୁଲି ଯାଆନ୍ତୁ । ଆମକୁ ଏକ ବିଲ୍ ପାସ କରିବାକୁ ପଡିବ ଏବଂ ଦେଶକୁ ଗଣତାନ୍ତ୍ରିକ ଦେଶ କହିବା ଛାଡିବାକୁ ପଡିବ । ନିଜ ମନ କଥା କହିବାରୁ ନିରିହ ଲୋକଙ୍କୁ ମାଡ ମରାଯାଉଛି ।’

ପ୍ରକାଶ ଥାଉକି ଏହି ମାମଲାରେ ଏଯାବତ ବଲିଉଡର ଅନେକ କଳାକାର ନିଜ ପ୍ରତିକ୍ରିୟା ରଖିସାରିଲେଣି । ଏହି କ୍ରମରେ ଅଭିନେତା ରାଜକୁମାର ରାଓ ମଧ୍ୟ ପୋଲିସର ଲାଠିଚାର୍ଜକୁ ଘୋର ନିନ୍ଦା କରିଛନ୍ତି । ସେ ମଧ୍ୟ ଟ୍ବିଟ କରି ନିଜ ପ୍ରତିକ୍ରିୟା ରଖିଛନ୍ତି ।

Intro:Body:

testing


Conclusion:

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.