ମୁମ୍ବାଇ: ଚୁଲବୁଲି ଅଭିନେତ୍ରୀ ପରିଣୀତି ଚୋପ୍ରା ହଲିଉଡ ଫିଲ୍ମ ‘ଦ ଗାର୍ଲ ଅନ ଦ ଟ୍ରେନ’ର ହିନ୍ଦୀ ରିମେକରେ ନଜର ଆସିବେ । ଯାହାର ସୁଟିଂ ନିକଟରେ ପୂରଣ କରିସାରିଛନ୍ତି ପରିଣୀତି । ଯାହାକୁ ନେଇ ଫ୍ୟାନ ଉତ୍ସାହିତ ଥିବାବେଳେ ପରିଣୀତି କିନ୍ତୁ ଟିକେ ଭାବୁକ ଦେଖାଯାଇଛନ୍ତି । ଏକଥା ଆମେ କହୁନାହୁଁ ଏହା ତାଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ଜଣାପଡୁଛି ।
- " class="align-text-top noRightClick twitterSection" data="
">
ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି କ୍ୟାପସନରେ ‘ଲେଖିଛନ୍ତି, ତେବେ ମୁଁ ସାତ ସପ୍ତାହ ପରେ ଲଣ୍ଡନରୁ ଯାଉଛି । ଦ ଗାର୍ଲ ଅନ ଦ ଟ୍ରେନର ସୁଟିଂ ଶେଷ ହୋଇଯାଇଛି । ମୋ ପାଖରେ ଭାବନାକୁ ବ୍ୟକ୍ତ କରିବା ପାଇଁ ଶବ୍ଦ ନାହିଁ । ଭାବନା ମତେ ଅଭିଭୂତ କରିଦେଇଛି । ପ୍ରଥମଥର ଏମିତି ହୋଇଛି ଯେ ଫିଲ୍ମର ସୁଟିଂ ଶେଷ ପରେ ମଧ୍ୟ ଏହି ଫିଲ୍ମ ମୋ ସ୍ମରଣରେ ରହିବ । ଏମିତି ଏକ ଚରିତ୍ର ଯାହା ମୋ ସହିତ ସ୍ଥାୟୀ ରୂପେ ରହିବ । ମୋତେ ସୁଟିଂ କଥା ମନେ ପଡୁଛି । ମୋ ଭୂମିକା ବିଷୟରେ ମନେ ପଡୁଛି ।’
‘ଦ ଗାର୍ଲ ଅନ ଦ ଟ୍ରେନ’ରେ ପରିଣୀତିଙ୍କ ସହ ଅଭିନେତ୍ରୀ କ୍ରିତି କୁଲହାରୀ ଓ ଆଦିତି ରାଓ ହୈଦରୀ ମଧ୍ୟ ନଜର ଆସିବେ । କ୍ରିତି ବ୍ରିଟିଶ ପୋଲିସ ଅଧିକାରୀ ଭୂମିକାରେ ଫିଲ୍ମରେ ଅଭିନୟ କରିଛନ୍ତି । ହଲିଉଡ ଟାଇଟଲରେ ହିନ୍ଦୀ ଟାଇଟଲ ‘ଦ ଗାର୍ଲ ଅନ ଦ ଟ୍ରେନ’ ରଖାଯାଇଛି । ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ନିର୍ଦ୍ଦେଶକ ରିଭୂ ଦାସଗୁପ୍ତା ।
ନିକଟରେ ପରିଣୀତି ଫିଲ୍ମର ଫାଷ୍ଟ ଲୁକ ପୋଷ୍ଟର ସୋସିଆଲ ମିଡିଆରେ ସେୟାର କରିଥିଲେ । ପୋଷ୍ଟରରେ ତାଙ୍କର ଭୟାନକ ଅନ୍ଦାଜ ଦେଖିବାକୁ ମିଳିଥିଲା । ଫିଲ୍ମ ରିଲିଜ ତାରିଖ ଏଯାବତ ଘୋଷଣା ହୋଇନାହିଁ ।