ମୁମ୍ବାଇ: ‘ଗ୍ୟାଙ୍ଗସ ଅଫ ୱାସେପୁର’, ‘ମିର୍ଜାପୁର’ ଓ ‘ମସାନ’ ଭଳି ଫିଲ୍ମରେ ଜବରଦସ୍ତ ଅଭିନୟ କରି ଆଜି ବଲିଉଡର ଫେମସ ଅଭିନେତା ସାଜିଛନ୍ତି ପଙ୍କଜ ତ୍ରିପାଠୀ। ଏହି ସ୍ଥାନରେ ପହଞ୍ଚିବା ତାଙ୍କ ପକ୍ଷ ସହଜ ନଥିଲା । ଯାହାର ଖୁଲାସା ସେ ଲକଡାଉନର ଏହି ସମୟରେ କରିଛନ୍ତି । ସେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ନିଜ ସଂଘର୍ଷମୟ କାହାଣୀ ଶୁଣାଇଛନ୍ତି।
ସେ ସବୁବେଳେ କୁହନ୍ତି ଯେ ସିନେମା କ୍ଷେତ୍ରରେ ନାମ କରିବା ପାଇଁ ଅନେକ ସମୟ ଲାଗିଥାଏ। ଆଉ ସଂଘର୍ଷର କିଛି ବର୍ଷ ମଧ୍ୟରେ ତାଙ୍କୁ ଶାନଦାର ଅନୁଭବ ମିଳିଛି। ସେ ଈଶ୍ବରଙ୍କ ନାମରେ ଫିଲ୍ମ ସେଟରେ ଏଣ୍ଟ୍ରି କରୁଥିଲେ।
ନିଜର ସଂଘର୍ଷମୟ କାହାଣୀ ସେ ଫେସବୁକ ପେଜରେ ଶୁଣାଇଛନ୍ତି। ସେ ପୋଷ୍ଟରେ କହିଛନ୍ତି ପତ୍ନୀଙ୍କ ସହ ମୁମ୍ବାଇ ଆସିଥିଲେ। ଯାହାପରେ ସେ ବଲିଉଡରେ ସଂଘର୍ଷ କରିବା ଆରମ୍ଭ କରିଥିଲେ । ସେହି ସମୟରେ କାଷ୍ଟିଂ ନିର୍ଦ୍ଦେଶକ ନଥିଲେ । ଏପରି ପରିସ୍ଥିତିରେ କଳାକାରଙ୍କୁ ନିର୍ଦ୍ଦେଶକ ଓ ଫିଲ୍ମ ୟୁନିଟ ସହ ନିର୍ଭର କରିବାକୁ ପଡୁଥିଲା। ସେ ଫିଲ୍ମ ସେଟରେ ଏଣ୍ଟ୍ରି କରିବାକୁ ଶାନଦାର ଉପାୟ ଖୋଜିଥିଲେ। ଯାହାଦ୍ବାରା ଆଜି ସେ ଏହି ସଫଳତା ପାଇପାରିଛନ୍ତି।
ସବୁଠୁ ମଜାଦାର କଥା ହେଲା ଯେ ସେ ଯେଉଁଠିକି ଅଡିଶନ ଦେବାକୁ ଯାଉଥିଲେ ସେଠାରେ ସେ କହୁଥିଲେ ତାଙ୍କୁ ଈଶ୍ବର ପଠାଇଛନ୍ତି । ଯାହାପରେ ତାଙ୍କର ଏଣ୍ଟ୍ରି ହୋଇଯାଉଥିଲା । ହେଲେ ଭିତରକୁ ଗଲା ପରେ ତାଙ୍କୁ ଯେତେବେ ଈଶ୍ବରଙ୍କ ବିଷୟରେ ପ୍ରଶ୍ନ କରାଯାଉଥିଲା ସେ ହସି ହସି କହୁଥିଲେ ସ୍ବର୍ଗରେ ଥିବା ଈଶ୍ବର। ଯାହା ଶୁଣି ସମସ୍ତେ ହସୁଥିଲେ। ତାଙ୍କର ଏହି ଅଭ୍ୟାସ ପାଇଁ ଆଜି ସେ ବଲିଉଡର ଷ୍ଟାର ସାଜିଛନ୍ତି ବୋଲି କହିଛନ୍ତି ପଙ୍କଜ।