ETV Bharat / sitara

ପଙ୍କଜ ତ୍ରିପାଠୀଙ୍କ ନୂଆ ଚଳଚ୍ଚିତ୍ର 'କାଗଜ'ର ପୋଷ୍ଟର ରିଲିଜ୍ - 'କାଗଜ'ର ପୋଷ୍ଟର ରିଲିଜ୍

ପଙ୍କଜ ତ୍ରିପାଠୀଙ୍କ ଅଭିନୀତ ଚଳଚ୍ଚିତ୍ର 'କାଗଜ'ର ପୋଷ୍ଟର ରିଲିଜ ହୋଇଛି । କୁହାଯାଉଛି ଯେ ଏହି ଫିଲ୍ମ ପ୍ରକୃତ ଘଟଣା ଉପରେ ଆଧାରିତ । ଅଧିକ ପଢନ୍ତୁ...

pankaj-tripathi-kaagaz-poster-released
ପଙ୍କଜ ତ୍ରିପାଠୀଙ୍କ ନୂଆ ଚଳଚ୍ଚିତ୍ର 'କାଗଜ'ର ପୋଷ୍ଟର ରିଲିଜ୍
author img

By

Published : Dec 16, 2020, 9:45 PM IST

ମୁମ୍ବାଇ: ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଷ୍ଟାରର ଫିଲ୍ମ 'କାଗଜ'ର ପୋଷ୍ଟର ରିଲିଜ ହୋଇଛି । ଏହି ଚଳଚ୍ଚିତ୍ରର କାହାଣୀ ଜଣେ ବ୍ୟକ୍ତିଙ୍କ ବିଷୟରେ, ଯାହାକୁ ମୃତ ଘୋଷିତ କରାଯାଇଥିଲା ଏବଂ ସେ ଜୀବିତ ବୋଲି ପ୍ରମାଣ କରିବାକୁ ନିରନ୍ତର ଚେଷ୍ଟା କରୁଛନ୍ତି । କୁହାଯାଉଛି ଯେ ଏହି ଫିଲ୍ମ ପ୍ରକୃତ ଘଟଣା ଉପରେ ଆଧାରିତ ।

ଫିଲ୍ମର ପୋଷ୍ଟର ବହୁତ ଆକର୍ଷଣୀୟ ଦେଖାଯାଉଛି । ପୋଷ୍ଟରରେ ପଙ୍କଜ କାଗଜ ବଣ୍ଡଲ ମଧ୍ୟରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ତାଙ୍କ ହାତରେ ମୋଟା କାଗଜ ବଣ୍ଡଲ ମଧ୍ୟ ଦୃଶ୍ୟମାନ ହେଉଛି ।

ଅଭିନେତା ଫିଲ୍ମର ପୋଷ୍ଟର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ନିଜର ଚରିତ୍ର ବିଷୟରେ ପଙ୍କଜ କହିଛନ୍ତି, "କାଗଜ"କୁ ଏକ ସାନନ୍ଦାର ଏବଂ ଚମତ୍କାର ଭାବରେ ଲେଖାଯାଇଛି । ଏହା ପ୍ରକୃତ ଘଟଣା ଉପରେ ଆଧାରିତ ଏକ କାହାଣୀ । ଏଥିରେ ଜଣେ ସାଧାରଣ ଲୋକଙ୍କର ପରିଚୟର ଯାତ୍ରାକୁ ଚିତ୍ରିତ ହୋଇଛି । ଏହା ମୋର ଅନ୍ୟ ଚରିତ୍ରମାନଙ୍କ ଠାରୁ ଭିନ୍ନ ଅଟେ । ଏବଂ ମୁଁ ଏପରି ପ୍ରେରଣାଦାୟକ କାହାଣୀର ଅଂଶ ହୋଇ ଉତ୍ସାହିତ ଅଟେ "।

ପ୍ରକାଶ ଥାଉ ଯେ,ଫିଲ୍ମରେ ପଙ୍କଜଙ୍କ ବ୍ୟତୀତ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ମିତା ଏବଂ ଅଭିନେତା ଅମର ଉପାଧ୍ୟାୟଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରଟି ସଲମାନ ଖାନ ଫିଲ୍ମସ୍ ଏବଂ ସତୀଶ କୌଶିକ ଏଣ୍ଟରଟେନମେଣ୍ଟ ପ୍ରଡକ୍ସନ୍ ଦ୍ବାରା ନିର୍ମିତ । ଏହି ଫିଲ୍ମ G5 ରେ ମୁକ୍ତିଲାଭ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.