ETV Bharat / sitara

ପାଲଘରରେ ସାଧୁଙ୍କ ହତ୍ୟା: ରାଗିଲେ ସେଲିବ୍ରିଟି - ରବି କିଶନଙ୍କ ପ୍ରତିକ୍ରିୟା

ଦେଶରେ ବଢିଚାଲିଥିବା ହିଂସାକୁ ନେଇ ନିଜ ପ୍ରତିକ୍ରିୟା ରଖିଲେ ସେଲିବ୍ରିଟି। ପାଲଘରେ ଚାଲିଯାଇଥିବା ତିନି ନିରହ ଜୀବନକୁ ନେଇ ଉଠାଇଲେ ଆଙ୍ଗୁଠି...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Apr 21, 2020, 3:03 PM IST

ମୁମ୍ବାଇ: ମହାରାଷ୍ଟ୍ରର ପାଲଘରରେ ତିନି ଲୋକଙ୍କ ଜୀବନ ଭିଡହିଂସାରେ ଚାଲିଯାଇଛି। ଯାହାକୁ ନେଇ ବର୍ତ୍ତମାନ ପୁରା ଦେଶରେ ଆକ୍ରୋଶ ଦେଖିବାକୁ ମିଳୁଛି। ସୋସିଆଲ ମିଡିଆରେ ଲୋକେ ନିଜ ନିଜ କ୍ରୋଧ ଜାହିର କରିବାରେ ଲାଗିଛନ୍ତି। ବଲିଉଡ ଷ୍ଟାର୍ସ ମଧ୍ୟ ଚୁପ ବସିନାହାଁନ୍ତି। ଜାଭେଦ ଅଖତର, ଅନୁପମ ଖେର ଭଳି ବିଶିଷ୍ଟ କଳାକାର ଏହି ଘଟଣାର ନିନ୍ଦା କରିସାରିଛନ୍ତି।

tweet-4
ଫଟୋ ସୌଜନ୍ୟ: ଟ୍ବିଟର@ରବୀନା ଟଣ୍ଡନ

ଏବେ ଏହି କ୍ରମରେ ସାମିଲ ହୋଇଛନ୍ତି ଅଭିନେତ୍ରୀ ରବୀନା ଟଣ୍ଡନ । ଟ୍ବିଟ କରି ନିଜ ପ୍ରତିକ୍ରିୟା ରଖି ସେ ଲେଖିଛନ୍ତି, ‘ଟିଭିରେ ବୃଦ୍ଧ ସାଧୁଙ୍କ ହତ୍ୟା କରିବା ଦୃଶ୍ୟ ଚିନ୍ତିତ କଲାଭଳି । ସନ୍ଦେହ ଆଧାରରେ ତାଙ୍କୁ ନିଷ୍ଠୁର ରୂପେ ପିଟିପିଟି ମାରିଦିଆଯାଇଛି । ଏହା ବହୁତ ନୈରାଶ୍ୟଜନକ କାର୍ଯ୍ୟ। ପୋଲିସ ସେଠାରେ କଣ କରୁଥିଲେ ? ସେଠାକୁ କେବଳ ବୁଲିବାକୁ ଯାଇଥିଲା ?

tweet-3
ଫଟୋ ସୌଜନ୍ୟ: ଟ୍ବିଟର@ରବି କିଶନ

ସେପଟେ ରବି କିଶନ ମଧ୍ୟ ଟ୍ବିଟ କରି ଲେଖିଛନ୍ତି, ‘ପୁରା ଜୀବନ ସନାତନ ଧର୍ମ ରୂପେ ରହିଆସୁଥିବା ସାଧୁଙ୍କ ହତ୍ୟା। ପୋଲିସ ମୂର୍ଖ ଦର୍ଶକଙ୍କ ଭଳି ଦେଖୁଥିଲେ।’ ରବିଙ୍କ ପରେ ଦବଙ୍ଗ ଗାର୍ଲ ସୋନାକ୍ଷୀ ନିଜ ରାଗ ପ୍ରକାଶ କରି ଲେଖିଛନ୍ତି, ‘ପାଲଘରର ମବ ଲିଚିଂ ମାନବତାର ବହୁତ ଖରାପ ଅବସ୍ଥା ଦର୍ଶାଉଛି । କାହାର ଜୀବନ ଶେଷ କରିଦେବା ବହୁତ ଦୁଃଖଦାୟକ । ଏଥିରେ ଧର୍ମ ଏବଂ ବୃତ୍ତି କ୍ଷେତ୍ରରେ କୌଣସି ଫରକ ପଡୁନାହିଁ । ଏପରି ସମୟରେ ଆମକୁ ପରସ୍ପରର ସାହାଯ୍ୟ ପାଇଁ ସାମ୍ନାକୁ ଆସିବା କଥା । ଆଶା କରୁଛି ନ୍ୟାୟ ମିଳିବ।’

tweet-5
ଫଟୋ ସୌଜନ୍ୟ: ଟ୍ବିଟର@ସୋନାକ୍ଷୀ ସିହ୍ନା

ପ୍ରକାଶ ଥାଉକି ପୋଲିସ ଏହି ମାମଲା କାର୍ଯ୍ୟନୁଷ୍ଠାନ କରି 110 ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏମାନଙ୍କ ମଧ୍ୟରୁ 101 ଜଣଙ୍କୁ ଏପ୍ରିଲ 30 ପର୍ଯ୍ୟନ୍ତ ପୋଲିସ ହିପାଜତରେ ପଠାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.