ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନଙ୍କ ଫ୍ୟାନ୍ସ କେବଳ ଭାରତରେ ନୁହେଁ ପାକିସ୍ତାନରେ ମଧ୍ୟ ଭରପୁର । ପାକିସ୍ତାନର ଫେମସ ଅଭିନେତ୍ରୀ ମାହିରା ଖାନ, ଶାହରୁଖଙ୍କ ସହ ଫିଲ୍ମ ‘ରଇସ’ରେ କାମ କରିସାରିଛନ୍ତି । ସେ ମଧ୍ୟ ଶାହରୁଖଙ୍କ ବଡ ପ୍ରଶଂସକ । ଇତିମଧ୍ୟରେ ମାହିରା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଚର୍ଚ୍ଚାରେ ଆସିଛନ୍ତି । ଆଉ ଭିଡିଓରେ ସେ ଶାହରୁଖଙ୍କୁ ‘ବ୍ୟାଟ୍ରି’ ଓ ‘ଗଧେଡା’ କହୁଥିବାର ନଜର ଆସୁଛନ୍ତି ।
- " class="align-text-top noRightClick twitterSection" data="
">
ନିକଟରେ ଫିଲ୍ମ ‘ରଇସ’ ରିଲିଜକୁ ତିନି ବର୍ଷ ପୂରଣ ହୋଇଥିଲା । ଏହି ଅବସରରେ ମାହିରା ଫିଲ୍ମର ଏକ ସିନନିଜ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଫିଲ୍ମରେ ମାହିରା ଓ ଶାହରୁଖ ପତି-ପତ୍ନୀ ଭୂମିକାରେ ଅଭିନୟ କରିଥିଲେ । ଭିଡିଓ ସେୟାର କରି କ୍ୟାପସନରେ ମାହିରା ଲେଖିଛନ୍ତି, ‘ମୋ ପୁରୁଣା ସ୍ମୃତିରେ ସବୁଠାରୁ ପସନ୍ଦୀୟ ।’
ଭିଡିଓରେ ଶାହରୁଖ ପତ୍ନୀ ସାଜିଥିବା ମାହିରାଙ୍କୁ ଡରୁଛନ୍ତି । କୌଣସି କଥାକୁ ନେଇ ମାହିରା ତାଙ୍କ ଉପରେ ରାଗି ଯାଇ ତାଙ୍କୁ ବ୍ୟାଟ୍ରି କହୁଛନ୍ତି । ଖାଲି ଏତିକି ନୁହେଁ ମାହିରା ଶାହରୁଖଙ୍କ ସହ ଫିଲ୍ମ ମେକିଂର ମଧ୍ୟ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ‘ମୋର ନଂ ୱାନ ଶାହରୁଖ ଖାନ।’
ପ୍ରକାଶ ଥାଉକି ‘ରଇସ’ 2017 ଜାନୁଆରୀ 25ରେ ଭାରତରେ ରିଲିଜ ହୋଇଥିଲା । ରିଲିଜକୁ ତିନି ବର୍ଷ ପୂରଣ ଅବସରରେ ଶାହରୁଖ ମଧ୍ୟ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ‘ରଇସ’ର ଏକ ଫେମସ ଡାଇଲଗ କହୁଥିବାର ନଜର ଆସୁଛନ୍ତି ।