ETV Bharat / sitara

ଅଦନାନଙ୍କୁ ପଦ୍ମଶ୍ରୀ ପୁରସ୍କାର: ମୋଦିଙ୍କୁ ଟାର୍ଗେଟ କଲେ ମାୟାବତୀ

author img

By

Published : Jan 28, 2020, 11:23 PM IST

କଂଗ୍ରେସ ପରେ ଏବେ ମାୟାବତୀଙ୍କ ଟାର୍ଗେଟରେ ମୋଦି ସରକାର । ଲୋକପ୍ରିୟ ଗାୟକ ଅଦନାନଙ୍କୁ ପଦ୍ମଶ୍ରୀ ମିଳିବା ଉପରେ ଉଠାଇଲେ ପ୍ରଶ୍ନବାଚୀ ।

ଅଦନାନଙ୍କୁ ପଦ୍ମଶ୍ରୀ ପୁରସ୍କାର
ଡିଜାଇନ ଫଟୋ

ମୁମ୍ବାଇ: ଫେମସ ଗାୟକ ଅଦନାନ ସାମୀଙ୍କୁ ପଦ୍ମଶ୍ରୀ ଦିଆଯିବା ଘୋଷଣା ପରଠୁ ସବୁ ମହଲରେ ଚର୍ଚ୍ଚା ଦେଖିବାକୁ ମିଳୁଛି । ଏହି ମାମଲାରେ ରାଜନୀତି ରଙ୍ଗ ମଧ୍ୟ ମିଶିବାରେ ଲାଗିଛି । କଂଗ୍ରେସ ପରେ ବସପା ପକ୍ଷରୁ ମଧ୍ୟ ଏହି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ସାମ୍ନାକୁ ଆସିଯାଇଛି । ବସପା ମୁଖ୍ୟ ମୟାବତୀ ଏହି ମାମଲାରେ ଟ୍ବିଟ କରି ଚର୍ଚ୍ଚାରେ ଆସିଛନ୍ତି ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ମାୟାବତୀ

ମାୟାବତୀ ପାକିସ୍ତାନୀ ଗାୟକ ଅଦନାନଙ୍କୁ ଭାରତ ନାଗରିକତା ମିଳିବା ଉପରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ମାୟାବତୀ ଟ୍ବିଟରେ ଲେଖିଛନ୍ତି, ‘ପାକିସ୍ତାନୀ ଗାୟକ ଅଦନାନଙ୍କୁ ଯେବେ ବିଜେପି ସରକାର ନାଗରିକତା ଏବଂ ପଦ୍ମଶ୍ରୀରେ ମଧ୍ୟ ସମ୍ମାନିତ କରିପାରିବ । ତେବେ ଅତ୍ୟାଚାର ସହୁଥିବା ପାକିସ୍ତାନୀ ମୁସଲମାନଙ୍କୁ ସେଠାକାର ହିନ୍ଦୁ, ଶିଖ, ଈସାଇ ଭଳି ଏଠାରେ ସିଏଏରେ ସ୍ଥାନ କାହିଁକି ଦେଇପାରିବେ ନାହିଁ । କେନ୍ଦ୍ର ସିଏଏ ଉପରେ ପୁନଃବିଚାର କରିଲେ ଭଲ ହୁଅନ୍ତା।’

ପ୍ରକାଶ ଥାଉକି ଏହା ପୂର୍ବରୁ ଟ୍ବିଟରରେ କଂଗ୍ରେସ ନେତା ଜୟବୀର ଓ ଅଦନାନଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆର ୟୁଜର୍ସଙ୍କ ସହ ଅନେକ ନେତା ମଧ୍ୟ ଅଦନାନଙ୍କ ପଦ୍ମଶ୍ରୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ଯାହା ଉପରେ ଅଦନାନଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଏବେ ଆସିଛି ।

ଏକ ସାକ୍ଷାତକାରରେ ଅଦନାନ କହିଛନ୍ତି ଯେ ଯେବେ କଂଗ୍ରେସ ସତ୍ତାରେ ଥିଲା, ତେବେ ତାଙ୍କୁ ଆୱାର୍ଡ ଦିଆଯାଇଥିଲା । ସେହି ସମୟରେ ସେ ପାକିସ୍ତାନୀ ନାଗରିକ ଥିଲେ । ଏବେ ଏହି ସରକାର ତାଙ୍କୁ ଏକ ଆୱାର୍ଡ ଦେଇଛନ୍ତି । ସେ ସମସ୍ତଙ୍କୁ ପ୍ରେମ କରୁଛନ୍ତି । ଏଥିରେ କୌଣସି ରାଜନୀତି ନାହିଁ । ନେତା ମାନଙ୍କ ବିରୋଧୀ ଏଜେଣ୍ଡା ଆଉ କିଛି । ସେ କେବଳ ନିଜ ହତାଶପଣିଆକୁ ନିଆଁ ଦେବାକୁ ଏହି ପ୍ରସଙ୍ଗ ଉଠାଉଛନ୍ତି । ଯେଉଁଥିରେ ତାଙ୍କୁ କୌଣସି ଫରକ ପଡୁନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.