ETV Bharat / sitara

ଶାନ୍ତ ରହି ଭୁଲ୍-ଠିକର ନିଷ୍ପତ୍ତି ନିଅ, ଆର୍ଯ୍ୟନଙ୍କୁ ହ୍ରିତିକଙ୍କ ଭାବପୂର୍ଣ୍ଣ ସନ୍ଦେଶ

ବଲିଉଡ୍ ସୁପରଷ୍ଟାର୍ ହ୍ରିତିକ ରୋଶନ ଆର୍ଯ୍ୟନଙ୍କ ପାଇଁ ଏକ ଭାବପୂର୍ଣ୍ଣ ଚିଠି ଲେଖିଛନ୍ତି । ଜୀବନ, ଭୁଲ୍, ବିଫଳତା, ବିଜୟ, ସଫଳତା... ଏସବୁ ଉପରେ ଆର୍ଯ୍ୟନଙ୍କୁ ଏକ ଆଶ୍ବସନାମୂଳକ ସନ୍ଦେଶ ଦେଇଛନ୍ତି ହ୍ରିତିକ । ଅଧିକ ପଢନ୍ତୁ...

"Own It": Hrithik Roshan's Note To Aryan Khan
ଶାନ୍ତ ରହି ଭୁଲ୍-ଠିକର ନିର୍ଣ୍ଣୟ ନିଅ: ଆର୍ଯ୍ୟନଙ୍କୁ ହ୍ରିତିକଙ୍କ ଭାବପୂର୍ଣ୍ଣ ସନ୍ଦେଶ
author img

By

Published : Oct 8, 2021, 8:32 AM IST

ମୁମ୍ବାଇ: ବହୁ ଚର୍ଚ୍ଚିତ କ୍ରୁଜ ପାର୍ଟିରେ ଡ୍ରଗ୍ସ ଲିଙ୍କ ଏବଂ ଏଥିରେ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଧରା ପଡିବା ଘଟଣା କେବଳ ଦେଶ କାହିଁକି ବିଦେଶରେ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏତେବଡ ଜଣେ ନାମି ଦାମୀ ସୁପରଷ୍ଟାରଙ୍କ ପୁଅ ଡ୍ରଗ୍ସ ସେବନ ସହ କିଣା-ବିକାରେ ସାମିଲ ଘଟଣା ସମସ୍ତଙ୍କୁ ଚକିତ କରିଛି । ଏକ ପ୍ରକାର ଏହି ମାମଲା ଉପରେ ପୁରା ଦେଶବାସୀ ନଜର ରଖିଛନ୍ତି । ଏହିପରିପ୍ରେକ୍ଷୀରେ ବଲିଉଡ୍ ସୁପରଷ୍ଟାର୍ ହ୍ରିତିକ ରୋସନ ଆର୍ଯ୍ୟନଙ୍କ ପାଇଁ ଏକ ଭାବପୂର୍ଣ୍ଣ ଚିଠି ଲେଖିଛନ୍ତି । ଜୀବନ, ଭୁଲ୍, ବିଫଳତା, ବିଜୟ, ସଫଳତା... ଏସବୁ ଉପରେ ଆର୍ଯ୍ୟନଙ୍କୁ ଏକ ଆଶ୍ବସନାମୂଳକ ସନ୍ଦେଶ ଦେଇଛନ୍ତି ହ୍ରିତିକ ।

ଶାନ୍ତ ରହି ଭୁଲ୍-ଠିକର ନିର୍ଣ୍ଣୟ ନିଅ: ଆର୍ଯ୍ୟନଙ୍କୁ ହ୍ରିତିକଙ୍କ ଭାବପୂର୍ଣ୍ଣ ସନ୍ଦେଶ

ଇନଷ୍ଟାଗ୍ରାମରେ ପୋଷ୍ଟ କରି ହ୍ରିତିକ ଲେଖିଛନ୍ତି ଯ, 'ମୋର ପ୍ରିୟ ଆର୍ଯ୍ୟନ, ଜୀବନ ହେଉଛି ଏକ ଅଦ୍ଭୁତ ଯାତ୍ରା । ଜୀବନ ବହୁତ ଭଲ, କାରଣ ଏହା ଅନିଶ୍ଚିତତା ଘେରା । ଜୀବନ ଏଥିପାଇଁ ମହାନ ଏବଂ ଅଦ୍ଭୁତ କାରଣ ଏହା ମଣିଷ ସାମ୍ନାକୁ କଠିନ ପରିସ୍ଥିତି ଆଣିଥାଏ, କିନ୍ତୁ ମନେରଖ ଭଗବାନ ବହୁତ ଦୟାଳୁ । ଭଗବାନ ସେହିମାନଙ୍କ ପଥରେ କଠିନ ପରିସ୍ଥିତି ସୃଷ୍ଟି କରିଥାନ୍ତି, ଯେଉଁମାନେ ସାହସୀ । ଯେଉଁମାନଙ୍କର କଠିନତାକୁ ସାମ୍ନା କରିବାର ସାହସ ଅଛି । ତୁମେ ଜାଣିଛ, ଏଥିପାଇଁ ତୁମକୁ ଚୟନ କରାଯାଇଛି । ଏହି ପରିସ୍ଥିତିରେ ତୁମେ ନିଜକୁ ସମ୍ଭାଳି ପାରିବ । ଆଉ ମୁଁ ଜାଣିଛି ତୁମେ ମଧ୍ୟ ସେପରି ଅନୁଭବ କରୁଥିବ । '

ହ୍ରିତିକ ଆହୁରି ମଧ୍ୟ ଲେଖିଛନ୍ତି ଯେ, 'କ୍ରୋଧ, ଦ୍ବନ୍ଦ୍ବ, ଅସହାୟତା, ଆହା ଏସବୁ ଉପାଦାନ ତୁମ ଭିତରୁ ହିରୋକୁ ନଷ୍ଟ କରିବା ପାଇଁ ଯଥେଷ୍ଟ । କିନ୍ତୁ ସାବଧାନ ! ଏହିସବୁ ଉପାଦାନ ତୁମ ଭିତରେ ଥିବା ହିରୋକୁ ଜାଳିଦେଇ ପାରେ । କିନ୍ତୁ ତୁମେ ତୁମ ନିଜକୁ ଜଳିବାକୁ ଦିଅନାହିଁ । ଜୀବନରେ ଭୁଲ୍, ବିଫଳତା, ବିଜୟ, ସଫଳତା... ଏସବୁ ସମାନ । ତୁମେ ଜାଣିଛ ଏସବୁ ମଧ୍ୟରୁ କାହାକୁ ନିଜର ଅଂଶ କରି ରଖିବ ଏବଂ କାହାକୁ ବାହାର କରିବ । ମୁଁ ତୁମ ଭିତରେ ପିଲାଳିଆମି ଏବଂ ପୁରୁଷପଣିଆ ଦେଖିଛି । ତୁମେ ଯାହା ଅନୁଭବ କରୁଛ, ତାହା ଅନୁକରଣ କର । ଏହା ହେଉଛି ତୁମପାଇଁ ଉପହାର । ମୋତେ ବିଶ୍ବାସ କର ଏକ ସମୟରେ ଯେତେବେଳେ ତୁମେ ଏହିସବୁ ବିଷୟ ପ୍ରତି ଧ୍ୟାନ ଦେବ, ଦେଖିବ ତୁମେ ଅନେକ ଜିନିଷକୁ ବୁଝିପାରିବ । ଯଦି ତୁମେ ନିଜକୁ ଏକ ଡେଭିଲ ଆଖିରେ ଦେଖୁଛ ତେବେ ଶାନ୍ତ ରୁହ । ନିଜ ଭିତରେ ଥିବା ଶାନ୍ତ ସ୍ବଭାବକୁ ବଜାୟ ରଖ । '

ଶାନ୍ତ ରହି ଦେଖିଚାଲ, ଆଗକୁ କଣ ହେଉଛି । ଏହା ତୁମର ଆସନ୍ତାକାଲିର ନିର୍ଣ୍ଣୟ କରିବ । କିନ୍ତୁ ଏଥିପାଇଁ ବର୍ତ୍ତମାନ ତୁମକୁ ଅନ୍ଧକାର ଦେଇ ଗତି କରିବାକୁ ପଡିବ । ଆଶାର ଆଲୋକ ଉପରେ ବିଶ୍ବାସ ରଖ । ଏବଂ ଶେଷରେ ଆର୍ଯ୍ୟନଙ୍କୁ 'ଲଭ୍ ୟୁ ମ୍ୟାନ' ବୋଲି ଲେଖିଛନ୍ତି ହ୍ରିତିକ । ଅନ୍ୟପଟେ ହ୍ରିତିକଙ୍କ ଏହି ପୋଷ୍ଟକୁ କେତେକ ସମର୍ଥନ କରି ଥିବାବେଳେ ଆଉ କେତେକ ବିରୋଧ କରିଛନ୍ତି । ଶାହାରୁଖଙ୍କ ଝିଅ ସୁହାନା ଖାନ ଏହି ପୋଷ୍ଟକୁ ଲାଇକ୍ କରିଥିବା ଦେଖିବାକୁ ମିଳିଛି । କିନ୍ତୁ କଙ୍ଗନା ହ୍ରିତକଙ୍କ ଏହି ପୋଷ୍ଟକୁ 'ମାଫିଆ ପପ୍ପୁ' କହି ସମାଲୋଚନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.