ମୁମ୍ବାଇ: ପପୁଲାର ଓଟିଟି ପ୍ଲାଟଫର୍ମ ଜି5 ନିଜର ଆଗାମୀ ସାଉଥ ୱେବ ସିରିଜ ‘ଗଡମ୍ୟାନ’କୁ ନିଜ ପ୍ଲାଟଫର୍ମରେ ରିଲିଜ କରିବାକୁ ମନା କରିଦେଇଛି । ୱେବ ସିରିଜର ଟିଜର ରିଲିଜ ହେବା ପରେ ଏହା ଉପରେ ଅଭିଯୋଗ ଲାଗିଛି ଯେ ଏଥିରେ ହିନ୍ଦୁ ଭାବନାକୁ ଆହତ ପହଞ୍ଚାଇବାକୁ ଜାଣିଶୁଣି ଚେଷ୍ଟା କରାଯାଇଛି । ଦକ୍ଷିଣ ଭାରତର ଅନେକ ସଂଗଠନର ବିରୋଧ ପରେ ଜି5 ଏହି ନିଷ୍ପତ୍ତି ନେଇଛି ।
ଜି5 ତରଫରୁ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରାଯାଇଛି । ଯେଉଁଥିରେ ଲେଖାଯାଇଛି, ‘ଆମର କାଳ୍ପନିକ ଶୋ ଗଡମ୍ୟାନକୁ ନେଇ ମିଳୁଥିବା ଲୋକଙ୍କ ପ୍ରତିକ୍ରିୟାକୁ ଆଧାର କରି ଆମେ ବର୍ତ୍ତମାନ ଶୋ ରିଲିଜ ନକରିବାକୁ ନିଷ୍ପତ୍ତି ନେଇଛୁ । ଏହି ଶୋର ନିର୍ମାତା ତଥା ଆମର କମ୍ପାନୀ ଜି5 କୌଣସି ସମୁଦାୟର ଲୋକ ସେମାନଙ୍କ ଧର୍ମ କିମ୍ବା ତାଙ୍କ ଭାବନାକୁ ଆହତ କରିବା ଆମର ଉଦ୍ଦେଶ୍ୟ ନୁହେଁ ।’
ପ୍ରକାଶ ଥାଉକି ଜୁନ 12ରେ ଜି5ରେ ରିଲିଜ ହୋଇଥାଆନ୍ତା ‘ଗଡମ୍ୟାନ’ । ହେଲେ ଏହାର ଟିଜର ଭିଡିଓ ଏତେ ବିବାଦ ସୃଷ୍ଟି କରିଛି ଯେ ମେକର୍ସଙ୍କ ସମସ୍ୟା ବଢିଯାଇଛି । ଏଥି ନିମନ୍ତେ ଜୁନ 12ରେ ଆଉ ରିଲିଜ ହେବନି ଏହି ଶୋ ।