ETV Bharat / sitara

ଅମିତାଭଙ୍କ ସହ କାମ କରିବା ଇମ୍ରାନଙ୍କ ପାଇଁ ବଡ ଉପଲବ୍ଧି

author img

By

Published : Mar 13, 2021, 7:58 AM IST

ଅମିତାଭଙ୍କୁ ନେଇ ମନ କଥା କହିଲେ ଇମ୍ରାନ । ପ୍ରଥମ ଥର ତାଙ୍କ ସହ ସ୍କ୍ରିନ ସେୟାର କରି ଖୁସି ଅଛନ୍ତି ଅଭିନେତା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ପ୍ରଥମଥର ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ସହ ପରଦାରେ ନଜର ଆସିବେ ସିରିୟଲ କିସର ଇମ୍ରାନ ହାସମୀ । ଏହି ଦୁଇ ଷ୍ଟାରଙ୍କ ଫିଲ୍ମ ‘ଚେହରେ’ର ଟିଜର, ପୋଷ୍ଟରରେ ନିକଟରେ ରିଲିଜ ହୋଇଥିଲା । ସେପଟେ ଦର୍ଶକ ଏହି ଥ୍ରିଲର ଆକ୍ସନ ଫିଲ୍ମ ଦେଖିବାକୁ ବ୍ୟାକୁଳ । ଇତିମଧ୍ୟରେ ଅମିତାଭଙ୍କ ସହ କାମ କରିବା ଖୁସି ପ୍ରକାଶ କରିଛନ୍ତି ଇମ୍ରାନ ।

ସେ ଏକ ସାକ୍ଷାତକାରରେ ଜଣାଇଛନ୍ତି, ‘ଅମିତାଭଙ୍କ ସହ ସ୍କ୍ରିନ ସେୟାର କରିବା ମୋ ଜୀବନର ବଡ ଉପଲବ୍ଧି । ମୁଁ ଅନୁଭବ କଲି ଯେପରି ଅପେକ୍ଷା ଶେଷ ହୋଇଛି । ମୁଁ ଅମିତାଭ ସାର୍‌ଙ୍କ ଫିଲ୍ମ ଦେଖି ଦେଖି ବଡ ହୋଇଛି ଏବଂ ଇଣ୍ଡଷ୍ଟ୍ରିର ପ୍ରତ୍ୟେକ କଳାକାର ତାଙ୍କ ସହ କାମ କରିବାକୁ ଇଚ୍ଛା କରନ୍ତି । ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଇଣ୍ଡଷ୍ଟ୍ରିରେ ରହିବା ପରେ ମଧ୍ୟ ଅମିତାଭ ସାର୍‌ଙ୍କ ଅନୁଶାସନ ଦେଖିବା ଆଶ୍ଚର୍ଯ୍ୟଜନକ । ଆମର ଇଣ୍ଡଷ୍ଟ୍ରି ଅତ୍ୟଧିକ ଅନୁଶାସନ ଭିତ୍ତିକ ନୁହେଁ, ଯାହା ବେଳେବେଳେ ଏହାକୁ ଟିକେ କଷ୍ଟସାଧ୍ୟ କରିଥାଏ । ସେ ମୋତେ ପ୍ରେରଣା ଯୋଗାଇଛନ୍ତି। ସେ ସମୟାନୁବର୍ତ୍ତୀ, ସର୍ବଦା ଠିକ୍ ସମୟରେ ପହଞ୍ଚନ୍ତି । ଏହା ଏକ ଅଭ୍ୟାସ ଯାହା ସେ ସର୍ବଦା ଅନୁସରଣ କରିଆସୁଛନ୍ତି ।’

ପ୍ରକାଶ ଥାଉକି ଏପ୍ରିଲ 9ରେ ରିଲିଜ ହେବାକୁ ଯାଉଛି ଥ୍ରିଲର ଆକ୍ସନ ଫିଲ୍ମ ‘ଚେହରେ’। ଯାହାରର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ରୁମୀ ଜାଫରୀ । ଅମିତାଭ ଓ ଇମ୍ରାନଙ୍କ ବ୍ୟତୀତ ଫିଲ୍ମରେ ରିଆ ଚକ୍ରବର୍ତ୍ତୀ, କ୍ରିଷ୍ଟେଲ ଡିସୁଜା, ଅନ୍ନୁ କପୁର, ଧୃତିମାନ ଚାଟାର୍ଜୀ, ରଘୁବୀର ଯାଦ ଓ ସିଦ୍ଧାନ୍ତ କପୁର ମଧ୍ୟ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.