ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ 9 ମାସ ବିତିଗଲାଣି। ତେବେ ତାଙ୍କ ମୃତ୍ୟୁ ମାମଲାର ତଦନ୍ତ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ଏବଂ ସିବିଆଇ କୌଣସି ସିଦ୍ଧାନ୍ତରେ ପହଞ୍ଚିପାରିନାହିଁ। ଆଜି ମହାଶିବରାତ୍ରୀ ଅବସରରେ ଶେଖର ସୁମନ ପୁଣି ଥରେ ସୁଶାନ୍ତଙ୍କୁ ମନେପକାଇଛନ୍ତି।
ବାସ୍ତବରେ, ସୁଶାନ୍ତ ଜଣେ ଶିବଭକ୍ତ ଥିଲେ ଏବଂ ତାଙ୍କର କିଛି ଭିଡିଓ ଆଜି ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି।
-
Happy Mahashivratri to Sushant Singh Rajput who idolized and worshipped Lord Shiva.Remembering him on this auspicious day.And hoping justice is done soon.#महाशिवरात्रि #SushantSinghRajput
— Shekhar Suman (@shekharsuman7) March 11, 2021 " class="align-text-top noRightClick twitterSection" data="
">Happy Mahashivratri to Sushant Singh Rajput who idolized and worshipped Lord Shiva.Remembering him on this auspicious day.And hoping justice is done soon.#महाशिवरात्रि #SushantSinghRajput
— Shekhar Suman (@shekharsuman7) March 11, 2021Happy Mahashivratri to Sushant Singh Rajput who idolized and worshipped Lord Shiva.Remembering him on this auspicious day.And hoping justice is done soon.#महाशिवरात्रि #SushantSinghRajput
— Shekhar Suman (@shekharsuman7) March 11, 2021
ଶିବରାତ୍ରୀ ଅବସରରେ ସୁଶାନ୍ତଙ୍କୁ ମନେପକାଇ ଶେଖର ଲେଖିଛନ୍ତି, 'ଭଗବାନ ଶିବଙ୍କୁ ପୂଜା କରୁଥିବା ସୁଶାନ୍ତ ସିଂ ରାଜପୁତଙ୍କୁ ଶୁଭ ମହାଶିବରାତ୍ରୀ। ଏହି ଶୁଭ ଦିନରେ ମୁଁ ତାଙ୍କୁ ବହୁତ ମନେପକାଉଛି ଏବଂ ଆଶା କରୁଛି ଶୀଘ୍ର ନ୍ୟାୟ ମିଳିବ' ।
ଶେଖର ଅନ୍ୟ ଏକ ଟ୍ବିଟରେ ଲେଖିଛନ୍ତି, 'ସମସ୍ତଙ୍କୁ ମହାଶିବତ୍ରୀ। ଭଗବାନ ଶିବ ଆପଣଙ୍କ ଜୀବନର ସମସ୍ତ ଦୁଃଖ ଓ ଚିନ୍ତା ଦୂର କରି ଆପଣଙ୍କୁ ଆଶୀର୍ବାଦ କରନ୍ତୁ' ।
- " class="align-text-top noRightClick twitterSection" data="
">
ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଭଉଣୀ ଶ୍ବେତା ସିଂ ସୁଶାନ୍ତଙ୍କ ଭଜନ ଗାଇବାର ଭିଡିଓ ଏବଂ କେଦାରନାଥରେ ତାଙ୍କର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହି ଭିଡିଓ ଏବଂ ଫଟୋକୁ ଫ୍ୟାନ୍ସ ବହୁତ ପସନ୍ଦ କରୁଥିଲେ ।
- " class="align-text-top noRightClick twitterSection" data="
">
ସୂଚନାଯୋଗ୍ୟ, ଗତ ବର୍ଷ ଜୁନ୍ 14 ରେ ସୁଶାନ୍ତଙ୍କ ତାଙ୍କ ମୁମ୍ବାଇ ଆପାର୍ଟମେଣ୍ଟରେ ମୃତଦେହ ମିଳିଥିଲା।