ETV Bharat / sitara

ଚଳିତ ମାସରେ ବ୍ୟାକ ଟୁ ବ୍ୟାକ ରିଲିଜ ହେବ 7ଟି ଫିଲ୍ମ

author img

By

Published : Mar 4, 2021, 1:55 PM IST

ବକ୍ସଅଫିସରେ ଏକାଠି ରିଲିଜ ହେବ ଅନେକ ଫିଲ୍ମ । ସୂଚନା ଦେଲେ ଫିଲ୍ମ କ୍ରିଟିକ୍ସ ତରଣ ଆଦର୍ଶ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଗତ ବର୍ଷରୁ ଅଧାରେ ପଡିଥିବା ଫିଲ୍ମ ସୁଟିଂ ବର୍ତ୍ତମାନ ଜୋରସୋରରେ ଚାଲିଛି । ମେକର୍ସ ନିଜ ନିଜ ଫିଲ୍ମ ରିଲିଜ କରିବାକୁ ଯୋଜନା କରିସାରିଲେଣି । ଏବର୍ଷ ବ୍ୟାକ ଟୁ ବ୍ୟାକ ଦମଦାର ଫିଲ୍ମ ଦେଖିବାକୁ ମିଳିବ । ସେହିପରି ଏମାସରେ ଗୋଟିଏ ନୁହେଁ କି ଦୁଇଟି ନୁହେଁ 7ଟି ଫିଲ୍ମ ରିଲିଜ ହେବ । ତେବେ ଆସନ୍ତୁ ନଜର ପକାଇବା ଏହି ଫିଲ୍ମ ଉପରେ...

ଆସନ୍ତା 11 ତାରିଖରେ ରିଲିଜ ହେବ ରାଜକୁମାର ରାଓ ଓ ଜାହ୍ନବୀ କପୁରଙ୍କ ହରର, କମେଡି ଡ୍ରାମା ଫିଲ୍ମ ‘ରୁହି’ । ଯାହାର ଦମଦାର ଟ୍ରେଲର ନିକଟରେ ରିଲିଜ ହୋଇଥିଲା । ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢାଇବା ପାଇଁ ଗୋଟିଏ ପରେ ଗୋଟିଏ ଗୀତ ରିଲିଜ କରିବାରେ ଲାଗିପଡିଛନ୍ତି ମେକର୍ସ। ଜାହ୍ନବୀ ଓ ରାଜକୁମାରଙ୍କ ବ୍ୟତୀତ ଅଭିନେତ ବରୁଣ ଶର୍ମା ଫିଲ୍ମରେ ନଜର ଆସିବେ ।

ଏହାର ଠିକ୍ ଗୋଟିଏ ଦିନ ପରେ ତଥା 12 ତାରିଖରେ କ୍ୟାଟ୍ରିନା କୈଫଙ୍କ ଭଉଣୀ ଇସାବେଲ କୈଫଙ୍କ ଡେବ୍ୟୁ ଫିଲ୍ମ ‘ଟାଇମ୍ ଟୁ ଡାନ୍ସ’ ରିଲିଜ ହେବ । ଯେଉଁଥିରେ ତାଙ୍କ ଅପୋଜିଟ୍ ସୁରଜ ପଞ୍ଚୋଲି ନଜର ଆସିବେ । କିଛି ଦିନ ପୂର୍ବରୁ ରିଲିଜ ହୋଇଥିଲା ଫିଲ୍ମର ଟ୍ରେଲର ।

ସେହିପରି ‘ଟାଇମ୍ ଟୁ ଡାନ୍ସ’ ସହ ମୁହାଁମୁହିଁ ହେବ ‘ଫୌଜିକଲିଂ’ । ଫିଲ୍ମରେ ସରମନ ଯୋଶୀ, ବିକ୍ରମ ସିଂ, ବିଦିତା ବାଗ୍, ମୁଗଧା ଗଡସେ, ଜରିନା ୱାହାବ ଭଳି କଳାକାର ଅଭିନୟ କରୁଥିବାର ଦେଖାଯିବେ। ଆସନ୍ତା 19 ତାରିଖରେ ସିନେମାହଲରେ ଦେଖିବାକୁ ମିଳିବ ଆକ୍ସନ ଡ୍ରାମା ଫିଲ୍ମ ‘ମୁମ୍ବାଇ ସାଗା’ । ମଲ୍ଟି ଷ୍ଟାରର ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଜନ ଅବ୍ରାହମ ଓ ଇମ୍ରାନ ହାସମୀଙ୍କୁ ଦେଖିବାକୁ ମିଳିବ । ଏହି ଆକ୍ସନ ଡ୍ରାମା ଫିଲ୍ମ ସହ କମେଡି ଡ୍ରାମା ଫିଲ୍ମ ‘ସନ୍ଦୀପ ଔର ପିଙ୍କି ଫରାର’ ରିଲିଜ ହେବ । ଅର୍ଜୁନ କପୁର ଓ ପରିଣୀତଙ୍କୁ ପୁଣି ଏକାଠି ପରଦାରେ କରିବେ ରୋମାନ୍ସ ।

ବୁଧବାର ଅଭିନେତା ମୋହିତ ଚଡ୍ଡାଙ୍କ ‘ଫ୍ଲାଇଟ’ର ଜବରଦସ୍ତ ଟ୍ରେଲର ରିଲିଜ ହୋଇଥିଲା । ଏହି ଫିଲ୍ମ ମଧ୍ୟ 19 ତାରିଖରେ ରିଲିଜ ହେବ । ତିନୋଟି ଫିଲ୍ମର ଟକ୍କର ଗୋଟିଏ ଦିନରେ । ଆଉ 22 ତାରିଖରେ ‘ନୋ ମିନ୍ସ ନୋ’ ରିଲିଜ ହେବ । ଫିଲ୍ମରେ ଅଭିନୟ କରୁଛନ୍ତି ଗୁଲଶନ ଗ୍ରୋଭର, ନୀତୁ ଚନ୍ଦ୍ରା, ଅରମାନ କୋହଲି, ଶରଦ କପୁର ଓ ଦେବରାଜ ରାଣା ଭଳି କଳାକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.