ETV Bharat / sitara

କୋକିଳକଣ୍ଠୀ ଲତା: ଗାଇଥିଲେ ୨୫ ହଜାରରୁ ଅଧିକ ଗୀତ, ଏହି ୫ଟି ଥିଲା ଅଧିକ ପସନ୍ଦ

ଇତିହାସରେ ଲତାଙ୍କ ସ୍ଥାନ ସର୍ବଦା ଅପୂରଣୀୟ । ତାଙ୍କର ଚମତ୍କାର, ମେଲୋଡି କଣ୍ଠ ପାଇଁ ସେ ପ୍ରତିଟି ସଙ୍ଗୀତପ୍ରେମୀଙ୍କ ମଧ୍ୟରେ ଚିରଦିନ ପାଇଁ ଅମର ହୋଇ ରହିବେ । ଲତା ୨୫ ହଜାରରୁ ଅଧିକ ଗୀତ ଗାଇଥିଲେ । ଯେକୌଣସି ସଙ୍ଗୀତପ୍ରେମୀ ପାଇଁ ତାଙ୍କର ଗୋଟିଏ ଭଲ ଗୀତ ବାଛିବା କଷ୍ଟକର । ମାତ୍ର ଲତା ନିଜର ଅନେକ ଗୀତ ମଧ୍ୟରୁ ୫ଟି ଗୀତକୁ କରୁଥିଲେ ଅଧିକ ପସନ୍ଦ । ତେବେ ଏହାର କାରଣ କଣ ଥିଲା ଓ ସେ ଗୀତଗୁଡ଼ିକ କଣ ଆସନ୍ତୁ ଜାଣିବା

author img

By

Published : Feb 6, 2022, 4:50 PM IST

କୋକିଳକଣ୍ଠୀ ଲତା: ଗାଇଥିଲେ ୨୫ ହଜାରରୁ ଅଧିକ ଗୀତ, ଏହି ୫ଟି ଥିଲା ଅଧିକ ପସନ୍ଦ
କୋକିଳକଣ୍ଠୀ ଲତା: ଗାଇଥିଲେ ୨୫ ହଜାରରୁ ଅଧିକ ଗୀତ, ଏହି ୫ଟି ଥିଲା ଅଧିକ ପସନ୍ଦ

ହାଇଦ୍ରାବାଦ: ଭାରତ ରତ୍ନ, କୋକିଳକଣ୍ଠୀ, ସୁର ସାମ୍ରୀଜ୍ଞୀ ତଥା କିମ୍ବଦନ୍ତୀ ଗାୟିକା ନିଜ ସଫଳ ଜୀବନକାଳ ମଧ୍ୟରେ ପ୍ରାୟ ୨୫ ହଜାରରୁ ଅଧିକ ଗୀତ ଗାଇଥିଲେ । ତେବେ ଯେକୌଣସି ସଙ୍ଗୀତପ୍ରେମୀ ତଥା ଲତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଗୀତକୁ ସର୍ବଶ୍ରେଷଣ୍ଠ କହିବା କୌଣସି କଠିନ କାମଠୁ କମ ନୁହେଁ । କାରଣ ଲତାଙ୍କ ପ୍ରତିଟି ସଂଗୀତ ଥିଲା ଚମତ୍କାର । ମାତ୍ର ଲତା ସଙ୍ଗୀତ କଥଆ ଆସିଲେ ସେ ଆତ୍ମ ସମାଲୋଚକ(self-critical when it came to singing) ହେଉଥିଲେ । ନିଜର ଅନେକ ଗୀତ ମଧ୍ୟରେ ସେ ୫ଟି ଗୀତକୁ ଅଧିକ ପସନ୍ଦ କରୁଥିଲେ । ତେବେ କାହିଁକି ଏହି ଗୀତକୁ ଲତା ଅଧିକ ପସନ୍ଦ କରୁଥିଲେ ଆସନ୍ତୁ ଜାଣିବା ।

ଲତାଙ୍କ ଅନେକ ପ୍ରସିଦ୍ଧ ଗୀତ ମଧ୍ୟରେ 'ବିନ୍ଦିୟା ଚମକେଗି', 'ପିୟା ବିନା ପିୟା ବିନା', 'ତୁହ୍ନେ ୟାଦ କରତେ କରତେ' ଗୀତଗୁଡ଼ିକୁ ଅନ୍ୟତମ । ଏହି ଗୀତକୁ ମଧ୍ୟ ଲତା ଅଧିକ ପସନ୍ଦ କରୁଥିଲେ । ଏ ସମ୍ପର୍କରେ ସେ ନିଜର ୯୦ତମ ଜନ୍ମ ଦିବସରେ ଦେଶବାସୀଙ୍କ ସହିତ ସେୟାର କରିଥିଲେ । ମାତ୍ର ସମୟ ବଦଳିବା ସହିତ କିଛି ଗୀତ ଲତାଙ୍କ ସର୍ବଶ୍ରେଷ୍ଠ ୫ଟି ଗୀତ ତାଲିକା ମଧ୍ୟରେ ସର୍ବଦା ସ୍ଥାନ ପାଇଥିଲା । ସେହି ଗୀତଗୁଡ଼ିକ ସମ୍ପର୍କରେ ଲତା ଅନେକ ସମୟରେ କହୁଥିଲେ ।

1. ଖ୍ବାବ ବନକର କୋଇ ଆୟେଗା(Razia Sultan):-

ଖୟାମ ସାହାବଙ୍କ ସହ ଲତା ଦିଦି
ଖୟାମ ସାହାବଙ୍କ ସହ ଲତା ଦିଦି

ରଜିଆ ସୁଲତାନ ଫିଲ୍ମର ଏ ଦିଲ-ଇ-ନାଦାନ ସଙ୍ଗୀତକୁ ଅନେକ ପସନ୍ଦ କରନ୍ତି । ମାତ୍ର ଏହି ଗୀତର ଅନ୍ୟ ଏକ ଗୀତକୁ ଲତା ଗାଇଥିବା ବେଳେ ସେ ଏହାକୁ ଖୁବ ପସନ୍ଦ କରିଥିଲେ । 'ଖ୍ବାବ ବନକର କୋଇ ଆୟେଗା ' ଗୀତଟି ଲତାଙ୍କ ଅଧିକ ପସନ୍ଦ ଥିଲା । ଏ ସମ୍ପର୍କରେ ଲତା କହିଥିଲେ ଯେ ନିର୍ଦ୍ଦେଶକ କମଲ ଅମରୋହି ଗୀତର ବାସ୍ତବ ରୂପକୁ ଭଲ ଭାବେ ବୁଝାଇଥିଲେ । ଏଥିଲାଗି ଖୟାମ ସାହାବ ଫିଲ୍ମରେ ଉକ୍ତ ମୁହୂର୍ତ୍ତ ପାଇଁ ଏକ ପରଫେକ୍ଟ ମୁଡ୍‌ର ଆବଶ୍ୟକ କରୁଥିଲେ ବୋଲି ଲତା କହିଥିଲେ ।

  • " class="align-text-top noRightClick twitterSection" data="">

2. ଚୁନରୀ ସମ୍ଭାଲ ଗୋରୀ(Baharon Ke Sapne):-

ବାହାରୋଁକେ ସପନେ ଫିଲ୍ମରେ ଲତାଜୀଙ୍କ ସୋଲୋ ଗୀତ 'କ୍ୟା ଜାନୁଁ ସାଜନ' ଗୀତକୁ ସମସ୍ତେ ଅଧିକ ପସନ୍ଦ କରନ୍ତି । ମାତ୍ର 'ଚୁନରୀ ସମ୍ଭାଲ...' ଗୀତଟି 'କ୍ୟା ଜାନୁଁ ସାଜନ' ଓ 'ଆଜା ପିୟା ତୋହେ ପ୍ୟାର ଦୁଁ'ଠାରୁ ଗାଇବା ଅଧିକ କଷ୍ଟକର ଥିଲା ବୋଲି ଲତା ଦିଦି କୁହନ୍ତି । ପ୍ରତିଟି ଲାଇନ ପରେ 'Ha-ah' ଗାଇବା ପଞ୍ଚମଙ୍କ ବୁଦ୍ଧି ଥିଲା ବୋଲି ସେ କହିଥିଲେ । ଏପରି ଗାଇବା ପରେ ଗୀତଟି ଆହୁରି ଅଧିକ ଭଲ ଶୁଣାଯାଇଥିଲା । କିଛି ବର୍ଷ ପୂର୍ବେ ଏହି କଥାକୁ ଲତା ପ୍ରକାଶ କରିଥିଲେ ।

3. ବରସେ ଘନ ସାରି ରାତ (Tarang):-

ଭାଇ ହରିଦୟାନନ୍ଦ ମଙ୍ଗେଶକରଙ୍କ ସହ ଲତା
ଭାଇ ହରିଦୟାନନ୍ଦ ମଙ୍ଗେଶକରଙ୍କ ସହ ଲତା

ଲତା ମଙ୍ଗେଶକର ମ୍ୟୁଜିକ କମ୍ପୋଜର ବନରାଜ ଭାଟ୍ଟିଆଙ୍କ ସହିତ ଏହି ଗୋଟିଏ ଗୀତ ଗାଇଥିଲେ । ଏହି ଗୀତଟିକୁ ଗାଇବା ବହୁତ କଷ୍ଟ ଥିଲା । ଏହି ଗୀତ ଯେଉଁ ହିସାବରେ କମ୍ପୋଜ କରାଯାଇଥିଲେ ତାହା ସର୍ବଦା ଲତାଙ୍କୁ ତାଙ୍କ ଭାଇ ତଥା ମ୍ୟୁଜିକ କମ୍ପୋଜର ହରିଦୟାନାଥ ମଙ୍ଗେଶକରଙ୍କ ସମ୍ପର୍କରେ ସ୍ମରଣ କରାଉଥିଲା । ଏହି ଗୀତଟି ree-flowing ଥିବା ବେଳେ ରାହିମ ଫର୍ମାଟ(rhyme format)ରେ ନଥିଲା । ଲତାଙ୍କ ପାଇଁ ଏହା ଗାଇବା ଏକ ଆହ୍ବାନ ଥିଲା ବୋଲି ସେ କହିଥିଲେ ।

4. ତୁ ଆଜ୍‌ ଅପନି ହାଥ ସେ କୁଛ ବିଗଡ଼ି ସୱାର ଦେ(Daku): -

ଏହି ଫିଲ୍ମର ନିର୍ଦ୍ଦେଶନା ଥିଲେ ବାସୁ ଭଟ୍ଟାଚାର୍ଯ୍ୟ । ଏଥିରେ ସମାଜରୁ ବାସନ୍ଦ ହୋଇଥିବା ଜଣେ ମହିଳା ନିଜ ସନ୍ତାନକୁ ମର୍ଯ୍ୟାଦାର ସହିତ ଲାଳନ ପାଳନ ପାଇଁ ଉଦ୍ୟମ କରୁଥିଲା । ଲତା ଏ ସମ୍ପର୍କରେ କହିଛନ୍ତି ଯେ ଏହି ଗୀତକୁ ଶ୍ୟାମଜି-ଘନଶ୍ୟାମଜି କମ୍ପୋଜ କରିଥିଲେ । ଏହା ଅତ୍ୟନ୍ତ ପାୱାରଫୁଲ୍‌ ଗୀତ ଥିଲା । ଏଥିରେ ଜଣେ ଅସହାୟ ମହିଳା ନିଜ ସନ୍ତାନର ଉତ୍ତମ ଭବିଷ୍ୟତ କାମନା କରି ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଥାଏ । ଲତା ଏହି ଗୀତକୁ ବହୁତ ପସନ୍ଦ କରନ୍ତି ବୋଲି କହିଥିଲେ ।

5. ରାଜା ବେଟା ସୋୟା ମେରା(Raja Harishchandra): -

ଏହି ଗୀତରେ ଜଣେ ମା' ତାର ସନ୍ତାନଙ୍କୁ ଶୁଆଇବା ପାଇଁ ଏକ ଲୋରି ଗାଉଥିବେ । ଲତା ମଙ୍ଗେଶକର ନିଜ ଭାଇଙ୍କ କମ୍ପୋଜରେ ଏହି ଗୀତକୁ ଗାଇଥିଲେ । ଏହି ଗୀତଟି ଗାଇବା ମଧ୍ୟ ଲତାଙ୍କ ପାଇଁ କଷ୍ଟସାଧ୍ୟ ଥିଲା । ଏଥିରେ ଜଣେ ମା'ର ମମତା ଭରି ରହିଥିଲା । ଏଥିରେ ସ୍ବରରେ କିଛି ସ୍ଥାନରେ ପରିବର୍ତ୍ତନ କରିବାକୁ ପଡୁଥିଲା । ଏହାର କମ୍ପୋଜ କଠିନ ଥିଲା । ନିଜ ଭାଇ କମ୍ପୋଜ କରିଥିବା ଗୀତ ଗାଇବାକୁ ଲତା ସର୍ବଦା ଡରୁଥିଲେ ବୋଲି କହିଥିଲେ । ଏହି ଗୀତ ଯେତେବେଳେ ରେକର୍ଡିଂ ହୋଇଥିଲା ସେତେବେଳେ ସେଠାରେ ଉପସ୍ଥିତ ପ୍ରତ୍ୟେକଟି ବ୍ୟକ୍ତି କାନ୍ଦି ପକାଇଥିଲେ ବୋଲି ସେ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.