ETV Bharat / sitara

ବିବାଦ ଛାଡୁନି କନିକାଙ୍କ ପିଛା, ମିଳିଲା ଲିଗାଲ ନୋଟିସ୍

ପୁଣି ଚର୍ଚ୍ଚାରେ କନିକା କପୁର । ଆସନ୍ତା 30 ତାରିଖରେ ରୁଜୁ ହେବ ତାଙ୍କ ବୟାନ। ପୋଲିସ ତରଫରୁ ମିଳିଲା ନୋଟିସ୍ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କନିକା କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କନିକା କପୁର
author img

By

Published : Apr 27, 2020, 10:44 PM IST

ମୁମ୍ବାଇ: କୋରୋନା ଭାଇରସକୁ ହରାଇ ବିଜୟ ହାସଲ କରିଥିବା ଲୋକପ୍ରିୟ ଗାୟିକା କନିକା କପୁରଙ୍କ ସମସ୍ୟା କମିବାର ନାଁ ନେଉନାହିଁ । ସରୋଜିନୀ ନଗର ପୋଲିସ ସୋମବାର ମହାନଗରରେ ଥିବା କନିକାଙ୍କ ବାସଭବନରେ ପହଞ୍ଚିଥିଲା । ଯେଉଁଠାରେ ତାଙ୍କୁ ନୋଟିସ୍ ଦିଆଯାଇଛି । ଚଳିତ ମାସ 30 ସକାଳ 11 ଟାରେ ପୋଲିସ ଗାୟକଙ୍କୁ ସରୋଜିନୀ ନଗର ପୋଲିସ ଷ୍ଟେସନକୁ ଡକାଇଛି ।

ଯାଞ୍ଚ ଅଧିକାରୀ ଜେପି ସିଂ ଏହି ମାମଲାରେ କହିଛନ୍ତି ଯେ ଚଳିତ ମାସ 30ରେ କନିକାଙ୍କ ବୟାନ ଦାୟର କରାଯିବ । ଯାହା ପାଇଁ ଆଇନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସେପଟେ କନିକା ମଧ୍ୟ ତାଙ୍କ ଯାଞ୍ଚରେ ସହଯୋଗ କରିଛନ୍ତି ।

ପ୍ରକାଶ ଥାଉକି କନିକାଙ୍କ ବିରୋଧରେ ସରୋଜନୀ ନଗର ଥାନାରେ ଅନ୍ୟଙ୍କ ଜୀବନ ବିପଦରେ ପକାଇବା ସହିତ ଆଇପିସି ଧାରା 188, 269 ଓ 270 ଧାରରେ କେସ ରୁଜୁ ହୋଇଛି । ରବିବାର କନିକା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ନିଜ ମନ କଥା ବଖାଣିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.