ETV Bharat / sitara

ଆସିଲା 'ନୋଟବୁକ'ର ପ୍ରମୋଶନାଲ ଭିଡିଓ

author img

By

Published : Mar 20, 2019, 11:09 PM IST

ସାମ୍ନାକୁ ଆସିଲା ସଲମାନ ଖାନଙ୍କ ପ୍ରଡକ୍ସନ ହାଉସରେ ତିଆରି ଫିଲ୍ମ 'ନୋଟବୁକ'ର ପ୍ରମୋସନାଲ ଭିଡିଓ । ଛୁଆଙ୍କ ସହ ନଜର ଆସିଲେ ଜାହୀର ଇକବାଲ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସଲମାନ ଖାନ

ମୁମ୍ବାଇ: ନୀତିନ କକ୍କଡଙ୍କ ଆଗାମୀ ଫିଲ୍ମ 'ନୋଟବୁକ' ଜରିଆରେ ବଲିଉଡରେ ଦୁଇ ନୂଆ ଚେହେରା ନଜର ଆସିବାକୁ ଯାଉଛି । ଫିଲ୍ମଟିକୁ ପ୍ରଯୋଜନା କରିଛି ସଲମାନ ଖାନଙ୍କ ପ୍ରଡକ୍ସନ ହାଉସ । ଫିଲ୍ମରେ ମୁଖ୍ୟ ଭୂମିକାରେ ଦେଖାଯିବେ ଜାହୀର ଇକବାଲ ଓ ପ୍ରନୂତନ । ଇତିମଧ୍ୟରେ ଫିଲ୍ମର ଏକ ପ୍ରମୋଶନାଲ ଭିଡିଓ ଜାରି ହୋଇଛି ।

ଏହି ଭିଡିଓରେ ଜାହୀର ଏବଂ କିଛି ପିଲାଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିବ । ଭିଡିଓରେ ଜାହୀରଙ୍କ ସହ କିଛି ପିଲା କମେଡି କରୁଥିବାର ମଧ୍ୟ ନଜର ଆସୁଛନ୍ତି ।

ଏହାପୂର୍ବରୁ ନିର୍ମାତା ଏକ ଭିଡିଓ ସେୟାର କରିଥିଲେ । ଯାହା 'ବୁମରୋ' ଗୀତର ମେକିଂ ଭିଡିଓ ଥିଲା । କଶ୍ମୀରର ପୃଷ୍ଠଭୂମି କାହାଣୀ ଉପରେ ଆଧାରିତ 'ନୋଟବୁକ' ଦର୍ଶକଙ୍କୁ ଏକ ରୋମାଣ୍ଟିକ ଯାତ୍ରାରେ ନେଇଯିବ । ଯାହାକୁ ଦେଖି ଆପଣଙ୍କ ମନରେ ମଧ୍ୟ ନିହାତି ପ୍ରଶ୍ନ ଉଙ୍କିମାରିବ କି କଣ ଆପଣ ମଧ୍ୟ ଏପରି ମଣିଷଙ୍କ ପ୍ରେମରେ ପଡିପାରିବେ, ଯାହାକୁ ଆପଣ କେବେ ଦେଖିନଥିବେ । ଫିଲ୍ମଟି ମାର୍ଚ୍ଚ 29ରେ ରିଲିଜ ହେବାକୁ ଯାଉଛି ।

Intro:Body:

ଜବତ ହେଲା ହିଜବ୍ବୁଲ ମୁଜାହିଦ୍ଦୀନର ସମ୍ପତ୍ତି

ଶ୍ରୀନଗର: ଆତଙ୍କୀଙ୍କ ବିରୁଦ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ବଡ ପଦକ୍ଷେପ । ଆତଙ୍କୀ ଫଣ୍ଡିଂ ମାମଲାରେ କାର୍ଯ୍ୟାନୁଷ୍ଠାନ ନେଲା ଇଡି । ଆତଙ୍କୀ ସଙ୍ଗଠନ ହିଜବ୍ବୁଲ ମୁଜାହିଦ୍ଦୀନର ମୁଖିଆ ସଇଦ ସଲାଉଦ୍ଦୀନର ଜମ୍ମୁ କଶ୍ମୀରରେ ଥିବା 13ଟି ସମ୍ପତ୍ତି ଜବତ କରିଛି ଇଡି । କିନ୍ତୁ ସଲାଉଦ୍ଦୀନ ବର୍ତ୍ତମାନ ପାକିସ୍ତାନର ରାୱଲପିଣ୍ଡିରେ ରହୁଛି ।

ଧନ ସଂଶୋଧନ ନିବାରଣ ଅଧିନିୟମ (ପିଏମଏଲଏ) ଅନୁଯାୟୀ ହିଜବ୍ବୁଲ ବିରୁଦ୍ଧରେ ଇଡି ସମ୍ପତ୍ତି ଜବତ କରିବା ପାଇଁ ନୋଟିସ ଜାରି କରିଥିଲା । ଏହି ସମ୍ପତ୍ତି ବନ୍ଦିପୋରା ବାସିନ୍ଦା ମହମ୍ମଦ ଶାଫି ଶାହ ଓ ଆତଙ୍କୀ ସଙ୍ଗଠନ ସହ ଜଡିତ ରାଜ୍ୟର 6 ଜଣଙ୍କ ନାମରେ ରହିଛି । ପୂର୍ବରୁ ସଲାଉଦ୍ଦୀନ, ସାହ ଓ ଅନ୍ୟମାନଙ୍କ ବିରୁଦ୍ଧରେ ବେଆଇନ ଗତିବିଧି ନିୟନ୍ତ୍ରଣ ଅଧିନିୟମ (ୟୁଏପିଏ) ଆଧାରରେ ଅଭିଯୋଗ ପତ୍ର ଦାଖଲ କରିଥିଲା ଇଡି ।   

ନିକଟରେ ଜମ୍ମୁ ବସଷ୍ଟାଣ୍ଡରେ ଗ୍ରେନେଡ ଆକ୍ରମଣ ଘଟଣାରେ ହିଜ୍ଜବୁଲ ଆତଙ୍କୀ ସଙ୍ଗଠନର ନାମ ସାମନାକୁ ଆସିଥିଲା । ତେବେ ଆକ୍ରମଣକାରୀ ୟାସିର ଭଟ୍ଟକୁ ଗିରଫ କରିଥିଲା ପୋଲିସ । ହିଜ୍ଜବୁଲ କମାଣ୍ଡରର ନିର୍ଦ୍ଦେଶକ୍ରମେ ୟାସିର ବସଷ୍ଟାଣ୍ଡରେ ଗ୍ରେନେଡ ମାଡ କରିଥବା ସ୍ୱୀକାର କରିଥିଲା । 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.