ଭୁବନେଶ୍ବର/ଯାଜପୁର: ଆଜିଠୁ ନର୍ସିଂ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ । ୧୦ ଦଫା ଦାବି ନେଇ ସିରିଞ୍ଜ ଛାଡ ଆନ୍ଦୋଳନରେ ଅଡି ବସିଛନ୍ତି ନର୍ସିଂ ଷ୍ଟାଫ୍ । ସରକାରଙ୍କ ଏସମାକୁ ମଧ୍ୟ ନିଘା ନାହିଁ । ଆଜିକୁ ୪ ଦିନ ହେଲା ନର୍ସିଂ ଅଫିସରଙ୍କ ଆନ୍ଦୋଳନ ଯୋଗୁଁ ସାଂଘାତିକ ଭାବେ ପ୍ରଭାବିତ ହୋଇଛି ସ୍ବାସ୍ଥ୍ୟସେବା । ସେପଟେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ନର୍ସିଂ କର୍ମଚାରୀଙ୍କୁ ଆନ୍ଦୋଳନରୁ ଓହରିଯିବା ପାଇଁ ନିବେଦନ କରିଛନ୍ତି ।
ଜିଦରେ ଅଟଳ ନର୍ସିଂ କର୍ମଚାରୀ :
ଧାରଣାରେ ନର୍ସିଂ ଅଫିସର, ରୋଗୀ ହନ୍ତସନ୍ତ:
ଆନ୍ଦୋଳନରୁ ଓହରିବା ପାଇଁ ନିବେଦନ:
ସାରା ରାଜ୍ୟରେ ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନରୁ ଓହରିଯିବା ପାଇଁ ଧର୍ମଶାଳାରେ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି,"ସରକାର ନର୍ସିଂ ଅଫିସର ଦାବିପ୍ରତି ଦୃଷ୍ଟି ଦେଇଛନ୍ତି । ଦାବି ସମ୍ପର୍କରେ ଆଲୋଚନା ପାଇଁ ଏକ କମିଟି ଗଠନ କରାଯାଇଛି । ନର୍ସିଂ ଅଫିସରମାନଙ୍କ ଯେଉଁ ଦାବି ରହିଛି ମୋହନ ସରକାର ହେବା ପରେ ଆମେ ପ୍ରଥମେ ଗ୍ରହଣ କରିଥିଲୁ । ୧୦୨୨ ଜଣଙ୍କୁ ପ୍ରମୋସନ କରିଛୁ । ଯାହା ତାଙ୍କ ଦାବି ରହିଛି ଆମେ ସକାରାତ୍ମକ ଭାବେ ଆଲୋଚନା କରିଛୁ । ଏଥିପାଇଁ ଏକ କମିଟି ଗଠନ କରାଯାଇଛି । ମୁଁ ସେମାନଙ୍କୁ ନିବେଦନ କରୁଛି ସ୍ବାସ୍ଥ୍ୟ ସେବାରେ ବ୍ୟାଘାତ ସୃଷ୍ଟି କରନ୍ତୁ ନାହିଁ । ଲୋକଙ୍କ ସେବା କରନ୍ତୁ ,ଆନ୍ଦୋଳନରୁ ଓହରି ଯାଆନ୍ତୁ । "
ଇଟିଭି ଭାରତ, ଭୁବନେଶ୍ବର/ଯାଜପୁର