ମୁମ୍ବାଇ: ଡ୍ୟାନ୍ସ ମାଧ୍ୟମରେ ଆଜିକାଲି ବଲିଉଡରେ ସମସ୍ତଙ୍କ ହୃଦୟକୁ ଜିତୁଥିବା ଅଭିନେତ୍ରୀ ନୋରା ଫତହେଙ୍କୁ ସମସ୍ତେ ଜାଣନ୍ତି । ତାଙ୍କର ଡ୍ୟାନ୍ସ ବିଷୟରେ ଆଲୋଚନା କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଆଲୋଚନା ହେଉଛି ।
ନୋରା ନିକଟରେ ଏକ ଚାଟ ସୋ ବାଟଲା ହାଉସରେ ଯୋଗ ଦେଇଥିଲେ । ସେଠାରେ ନୋରା ଫତହେଙ୍କୁ ପଚରାଯାଇଥିଲା, ସେ କେଉଁ ଅଭିନେତାଙ୍କ ସହ ପରଦାରେ ନାଚିବାକୁ ଚାହାଁନ୍ତି ? ଏହି ପ୍ରଶ୍ନର ଉତ୍ତର ଦେଇ ନୋରା ସୁପରଷ୍ଟାର ହ୍ରିତିକ ରୋଶନଙ୍କ ନାମ କହିଥିଲେ ।
![nora fatehi wants to share screen with hrithik roshan](https://etvbharatimages.akamaized.net/etvbharat/prod-images/mh-mum-ent-nora-fatehi-desires-toworkwith-hrithik-mhc10001_07042020180907_0704f_1586263147_932.jpeg)
ଏହାସହ କହିଥିଲେ ଯେ, ମୁଁ ସବୁବେଳେ କେବଳ ଜଣେ ଅଭିନେତାଙ୍କୁ ଭଲପାଏ ଯିଏ କି ହ୍ରିତିକ ରୋଶନ, ମୁଁ ଏହି ମହାନ ଅଭିନେତାଙ୍କ ସହ-ଷ୍ଟାରଙ୍କ ସହ ସ୍କ୍ରିନ୍ ସେୟାର କରିବାକୁ ଚାହେଁ । ବାସ୍ତବରେ ମୁଁ ହ୍ରିତିକଙ୍କ ପରି ଡ୍ୟାନ୍ସର ହେବାକୁ ମଧ୍ୟ ଚାହୁଁଛି ।
ନୋରା ଜଣେ ହଟ ଏବଂ ବୋଲ୍ଡ ଅଭିନେତ୍ରୀ । ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ମଧ୍ୟ ଅଛନ୍ତି । ନିକଟରେ ଷ୍ଟ୍ରିଟ ଡ୍ୟାନସର 3ଡିରେ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ